ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟେଷ୍ଟର ଦ୍ଵିତୀୟ ପାଳିରେ ଭାରତୀୟ ଦଳର ପ୍ରଦର୍ଶନ ବହୁତ ଖରାପ ରହିଲା। ଭାରତର କୌଣସି ବ୍ୟାଟ୍ସମ୍ୟାନ ଦୁଇଅଙ୍କ ସ୍ପର୍ଶ କରିପାରିଲା ନାହିଁ। ଦ୍ଵିତୀୟ ପାରିରେ ନା ବିରାଟ କୋହଲିଙ୍କ,ନା ପୂଜାରାଙ୍କ ନା ଆଜିଙ୍କ୍ୟ ରାହାଣେଙ୍କ ବ୍ୟାଟ ଚାଲିଲା ।କୋହଲି ୪ ରନ କଲେ। ମୟଙ୍କ ଅଗ୍ରୱାଲ ସବୁଠାରୁ ଅଧିକ ୯ ରନ କଲେ ଓ ହନୁମା ବିହାରୀ ୮ ରନ କଲେ। ପୂଜାରା,ରାହାଣେ ଓ ଅଶ୍ୱିନ ବିନା ସ୍କୋରରେ ଆଉଟ ହୋଇଗଲେ। ଇତିହାସରେ ଏହା ଦ୍ଵିତୀୟ ଥର ହେଲା,ଯେଉଁଥିରେ ସବୁ ୧୧ ଯାକ ଖେଳାଳି ଦୁଇ ଅଙ୍କ ଛୁଇଁବାରେ ଅସମର୍ଥ ହେଲେ।

ଅଷ୍ଟ୍ରେଲିଆ ତରଫରୁ ହେଜେଲଉଡ଼ ୫ ଟି ୱିକେଟ ନେଇଥିବା ବେଳେ ମାତ୍ର ୮ରନ ଦେଇଥିଲେ ଏହାପରେ କମିନ୍ସ ୨୧ ରନ ଦେଇ ୪ ଟି ୱିକେଟ ନିଜ ନାମରେ କରିଥିଲେ।
ଲଜ୍ୟାଜନକ ପ୍ରଦର୍ଶନ:
ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଏଡିଲେଡ଼ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ଦ୍ଵିତୀୟ ପାଳିରେ ୩୬ ରନ କଲେ ଯାହା ଟେଷ୍ଟ କ୍ରିକେଟରେ ନ୍ୟୁନତମ ସ୍କୋର ଅଟେ।ଭାରତୀୟ ଟିମ ଯେତେବେଳେ ୯ ୱିକେଟ ହରାଇ ୩୬ ରନ କରିଥିଲା,ମହମ୍ମଦ ସାମୀ ଆହତ ହୋଇ ପଡିଆ ଛାଡିଥିଲେ।ଭାରତ ଅଷ୍ଟ୍ରେଲିଆ ସାମ୍ନାରେ ବିଜୟ ପାଇଁ ୯୦ ରନର ଟାର୍ଗେଟ ଦେଇଥିଲା।
ଏହା ପୂର୍ବରୁ ଭାରତର ନ୍ୟୁନତମ ସ୍କୋର ୪୨ ଥିଲା ଯାହା ଇଂଲଣ୍ଡ ବିରୁଦ୍ଧରେ ୧୯୭୪ ରେ ଲଡ୍ସରେ କରିଥିଲା। ଏହା ଟେଷ୍ଟ କ୍ରିକେଟରେ ୫ ତମ ନ୍ୟୁନତମ ସ୍କୋର ଅଟେ। ରେକର୍ଡ଼ ନ୍ୟୁଜିଲ୍ୟାଣ୍ଡ ନାମରେ ଅଛି,ଯିଏ ୧୯୫୫ରେ ଅକଲ୍ୟାଣ୍ଡରେ ଇଂଲଣ୍ଡ ବିରୁଦ୍ଧରେ ୨୬ ରନ କରିଥିଲା।
ଭାରତ ପ୍ରଥମ ପାରିରେ ୨୪୪ ରନ କରିଥିଲା ଓ ଅଷ୍ଟ୍ରେଲିଆ ୧୯୧ ରନ ହିଁ କରିପାରିଲା ଓ ଦ୍ଵିତୀୟ ଦିନରେ ୫୩ ରନରେ ଆଗୁଆ ଥିଲା। ଭାରତର ଦିନର ଆରମ୍ଭ ଏକ ୱିକେଟରେ ୯ ରନ ଥିଲା। ତୃତୀୟ ଦିନ ଲଗାତାର ୱିକେଟ ହରାଇଲା।ଜୋଶ ହେଜେଲଉଡ଼ ବହୁତ ଭଲ ସ୍ପେଲ ପକାଇ ଭାରତକୁ ତାର ସବୁଠାରୁ ନ୍ୟୁନତମ ସ୍କୋରରେ ଅଟକାଇଦେଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।