ଅଷ୍ଟ୍ରେଲିଆ ବିରୁଦ୍ଧ ସିଡ୍ନୀ ୱାଣ୍ଡେ ପୂର୍ବରୁ ଅଧିନାୟକ ବିରାଟ କୋହଲି ରୋହିତଙ୍କ ମୁଦ୍ଦା ଉପରେ ଚମକେଇବା ଭଳି କଥା କହିଛନ୍ତି। ସେ ପ୍ରେସ କନ୍ଫରରେନ୍ସରେ କହିଲେ କି ରୋହିତ ଶର୍ମା କଣ ପାଇଁ ଅଷ୍ଟ୍ରେଲିଆ ଆସିଲେ ନାହିଁ,ତାଙ୍କୁ ଜଣାନାହିଁ।ବିରାଟ କୋହଲି ଏହା କହିଲେ କି ଅଷ୍ଟ୍ରେଲିଆ ଗସ୍ତ ସମୟରେ ଫ୍ଲାଇଟ୍ ରେ ରୋହିତ ତାଙ୍କ ସହ ଥିବେ।କହିରଖୁଛୁ କି ଆଇପିଏଲ ୨୦୨୦ ପରେ ମୁମ୍ବାଇ ଫେରିଥିଲେ ରୋହିତ ଶର୍ମା ଓ ପୁରା ଟିମ ସେହିଠାରୁ ଅଷ୍ଟ୍ରେଲିଆ ପାଇଁ ଉଡାଣ ଭରିଥିଲା। ବିସିସିଆଇ କହିଛି କି ରୋହିତ ଶର୍ମା ଫିଟ ନାହାନ୍ତି ଏଥିପାଇଁ ତାଙ୍କୁ ୱାଣ୍ଡେ ଓ ଟି୨୦ ରେ ଜାଗା ମିଳିଲା ନାହିଁ।ହେଲେ ଏବେ ବିରାଟ କୋହଲି ରୋହିତଙ୍କ ମୁଦ୍ଦା ଉପରେ ବଡ କଥା କହିଦେଲେ।

ବିରାଟ କୋହଲିଙ୍କ ରୋହିତଙ୍କ ଉପରେ ବଡ଼ ବୟାନ:-
ବିରାଟ କୋହଲି ସିଡ୍ନୀ ୱାଣ୍ଡେ ପୂର୍ବରୁ ଭରଚୁଆଲ ପ୍ରେସ କନ୍ଫରରେନ୍ସରେ ରୋହିତ ଶର୍ମାଙ୍କ ସହ ଜଡିତ ପ୍ରଶ୍ନରେ କହିଛନ୍ତି,’ରୋହିତ ଶର୍ମାଙ୍କୁ ଚୟନ କମିଟିର ବୈଠକ ପୂର୍ବରୁ କୁହାଯାଇଥିଲା କି ତାଙ୍କୁ ବଡ ଆଘାତ ଲାଗିପାରେ ଏଥିପାଇଁ ତାଙ୍କୁ ୱାଣ୍ଡେ ଓ ଟି୨୦ ସିରିଜରୁ ବାହାର କରାଗଲା।ଏହାପରେ ସେ ଆଇପିଏଲରେ ଖେଳିବାର ନଜର ଆସିଲେ ଓ ମତେ ଲାଗିଲା କି ସେ ଅଷ୍ଟ୍ରେଲିଆ ସିରିଜ ପାଇଁ ଆମ ସହ ଆସିବେ ହେଲେ ଏପରି ହେଲା ନାହିଁ। ରୋହିତ ଶର୍ମାଙ୍କ ମୁଦ୍ଦା ଉପରେ ଆମକୁ କୌଣସି ବିବରଣୀ ଦିଆଯାଇନାହିଁ।’
ବିସିସିଆଇ ରୋହିତ ଶର୍ମାଙ୍କ ବିଷୟରେ ବିରାଟ କୋହଳିଙ୍କୁ କାହିଁକି ଲୁଚେଇଲେ?:-
କୋହଲି କହିଲେ,”ଚୟନ ସମିତି ବୈଠକ ପୂର୍ବରୁ ଆମକୁ ସୂଚନା ମିଳିଲା କି ସେ ଉପଲବ୍ଧ ନାହିଁ। ଏଥିରେ କୁହାଗଲା କି ତାଙ୍କୁ ଆଇପିଏଲ ମଧ୍ୟରେ ଆଘାତ ଲାଗିଥିଲା ।ଏଥିରେ କୁହାଗଲା କି ତାଙ୍କୁ ଆହତ ବିଷୟରେ ବିବରଣୀ ଦିଆଯାଇଛି ଓ ସେ ବୁଝିଗଲେ କି ସେ ଉପଲବ୍ଧ ରହିବେ ନାହିଁ। “ଗୋଡ଼ରେ ମାଂସପେଶୀ ଆହତ ସହ ଜଡିତ ଥିବା ରୋହିତ ବାଙ୍ଗାଲୋରର ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀ ରିହ୍ୟାବିଲଟେସନ ଅଛନ୍ତି। ତାଙ୍କୁ ପୂର୍ଣ୍ଣ ମ୍ୟାଚ ଫିଟନେସ ପାଇବା ପାଇଁ ଆହୁରି ତିନି ସପ୍ତାହ ଲାଗିବ। ହେଲେ ୧୪ ଦିନର ପୃଥକ ବାସ(ବିନା ଟ୍ରେନିଂରେ)କାରଣରୁ ସେ ଟେଷ୍ଟ ଶୃଙ୍ଖଳାରୁ ବାଦ ପଡିଛନ୍ତି।

କୋହଲି କହିଛନ୍ତି କି “ଏହାପରେ ସେ ଆଇପିଏଲ ଖେଳିଲେ ଓ ଆମେ ସବୁ ଭାବିଲୁ ସେ ଅଷ୍ଟ୍ରେଲିଆ ଯିବା ଫ୍ଲାଇଟରେ ଆମ ସହ ହେବ ଓ ଆମକୁ କୌଣସି ସୂଚନା ମିଳିନାହିଁ କି ସେ ଆମ ସହ ଯାତ୍ରା କାହିଁକି କରିବେ ନାହିଁ ବୋଲି।କୌଣସି ସୂଚନା ନ ଥିଲା,ସ୍ପଷ୍ଟତାର କମି ଥିଲା। ଆମେ ଅପେକ୍ଷା କରୁଛୁ।”
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।