ସୁଶାନ୍ତଙ୍କ କଲ ଡିଟେଲସରୁ ମିଳିଲା ତଥ୍ୟ, ଏମିତି କଥା ଶୁଣିଲେ ଆପଣଙ୍କ ହୋସ ଉଡିଯିବ।

ସୁଶାନ୍ତ ସିଂ ରାଜପୁତଙ୍କୁ କିଏ ବା ନଜାଣେ। ତାଙ୍କର ଅଭିନୟ ସାରା ଭାରତରେ ଚର୍ଚ୍ଚିତ। ତାଙ୍କର କଳା ଏବଂ ଅଭିନୟ ଶୈଳୀ ଉଚ୍ଚ କୋଟିର। ବଲିଉଡର କଳାକାର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତିନି ମାସରୁ ମଧ୍ୟ ଅଧିକ ହୋଇଗଲାଣି। ହେଲେ ଏବେ ଯାଏ ସିବିଆଇର ଯାଞ୍ଚ ଚାଲୁରହିଛି। ସୁଶାନ୍ତଙ୍କ ମାମଲାରେ ସବୁଦିନ ଗୋଟିଏ ଗୋଟିଏ ନୂଆ ତଥ୍ୟ ବାହାରୁଛି ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ମୃତ୍ୟୁର ଅସଲି କାରଣ ଜଣାପଡିନାହିଁ। ଏବେ ସୁଶାନ୍ତଙ୍କ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି ଏବଂ ଏହି ମାମଲା ନୂଆ ନୂଆ ମୋଡ଼ ଦେଇ ଗତି କରିବାରେ ଲାଗୁଛି।

ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ,ସୁଶାନ୍ତଙ୍କ ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ମାନେ ଜୁନ ୧୩ ତାରିଖ ଅପରାହ୍ନ ୨.୨୨ ରୁ ସେ ନିଜ ମୋବାଇଲକୁ ବ୍ୟବହାର କରିନାହାନ୍ତି।ସେହି ସମୟରେ ସେ କାହାର କଲ କିମ୍ବା ମ୍ୟାସେଜର ଉତ୍ତର ଦେଇନଥିଲେ।

Google

ଆପଣଙ୍କୁ ଆମେ କହିରଖୁଛୁ ଯେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ତଥା ଆକ୍ଟର ରିୟା ଚକ୍ରବର୍ତ୍ତୀଙ୍କୁ ସେପ୍ଟେମ୍ବର ୯ ତାରିଖରେ ଏନ.ସି.ବି. ଗିରଫ କରିଥିଲା। ରିୟାଙ୍କୁ ଛାଡି ଆଉ ୧୫ ଲୋକଙ୍କୁ ମଧ୍ୟ ଗିରଫ କରାଯାଇଛି। ଏନ ସି ବି ଯାଞ୍ଚରୁ ରିୟା ୨୫ ଜଣ ବଲିଉଡର ଆକ୍ଟରଙ୍କ ନାମ ନେଇଛନ୍ତି ଯେଉଁମାନେ ଡ୍ରଗ୍ସ ସେବନ କରନ୍ତି।

ନିକଟରେ ସୁଶାନ୍ତଙ୍କ ପୂର୍ବ ମ୍ୟାନେଜର ଦିଶା ସାଲିୟନଙ୍କ ସାଙ୍ଗ ତଥା ଆକ୍ଟର ରଶ୍ମି ଦେଶାଇ ନିଜର ଏକ ଇଣ୍ଟରଭିଉରେ ଦିଶାଙ୍କ ବିଷୟରେ କହିଥିଲେ ଯେ- “ମରିବାର ଗୋଟିଏ ଦିନ ଆଗରୁ ଦିଶା ଏବଂ ମୁଁ ଚାଟରେ କଥା ହେଇଥିଲୁ, ଆମେ ସାଧାରଣ କଥା ହୋଇଥିଲୁ।ମୁଁ ତାଙ୍କୁ କହିଥିଲି ଯେ ଆମେ ପରସ୍ପରକୁ ଭେଟି ବୁଲିବାର ଆବଶ୍ୟକତା ରହିଛି କାହିଁକିନା ଆମେ ଫୋନରେ ବେଶି କଥା ହେଇପାରୁନାହୁଁ। ହେଲେ ତା ପରଦିନ ହିଁ ତାଙ୍କର ମୃତ୍ୟୁ ହୋଇଗଲା”। ଆଉ ମଧ୍ୟ ସେ କହିଛନ୍ତି କି “ଦିଶା ସାଲିୟନ ବହୁତ ବଡ଼ ବଡ଼ ଆକ୍ଟରଙ୍କ ସହ କାମ କରିଛନ୍ତି।ଏଥିପାଇଁ ମତେ ଲାଗୁଛି କି କିଛି ଆକ୍ଟରଙ୍କ ସହ ତାଙ୍କର ଗଭୀର ଜଣାଶୁଣା ରହିଛି। ଦିଶା ବହୁତ ହିଁ ଭଲ ଝିଅ ଥିଲେ।କେହି ତ ତାଙ୍କ ମୃତ୍ୟୁ ବିଷୟରେ କିଛି ଜାଣିଥିବେ। ତାଙ୍କର ମୃତ୍ୟୁ ରହସ୍ୟବାଦୀ।”

Google

ଚାରିଆଡେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ହଇଚଇ ସୃଷ୍ଟି ହେଉଛି। ସମସ୍ତେ ସୁଶାନ୍ତଙ୍କୁ ନ୍ୟାୟ ମିଳୁ ବୋଲି ଦାବି କରୁଛନ୍ତି। ତେବେ ଏହି ଖବର ଭିନ୍ନ ଭିନ୍ନ ମୋଡ଼ ଦେଇ ଗତି କରିବାରେ ଲାଗୁଛି। ଧୀରେ ଧୀରେ ଘଟଣାର ସବୁ ତଥ୍ୟ ସାମ୍ନାକୁ ଆସିବାରେ ଲାଗୁଛି। ପୋଲିସ ତାର କାମ ବହୁତ ଠିକ ଠାକ ପରିଚାଳନା କରୁଛି, ଆଶା ଅଛି ଶୀଘ୍ରରୁ ଅତି ଶୀଘ୍ର ଏହାର ଶୁଣାଣି ହେବ ଏବଂ ଏହି ମାମଲାର ସମ୍ପୂର୍ଣ୍ଣ ତଥ୍ୟ ସମସ୍ତଙ୍କ ସାମ୍ନାକୁ ଆସିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *