ଭାରତ ଘରୋଇ ଅଷ୍ଟ୍ରେଲିଆକୁ ଦ୍ଵିତୀୟ ଟେଷ୍ଟରେ ୮ ୱିକେଟରେ ହରାଇ ଚାରି ଟିକିଆ ଟେଷ୍ଟ ସିରିଜରେ ୧-୧ ବରାବର କରିଛି। ଅଷ୍ଟ୍ରେଲିଆ ଟିମ ଦ୍ଵିତୀୟ ପାଳିରେ ଇଣ୍ଡିଆ ଆଗରେ ୭୦ ରନର ଲକ୍ଷ୍ୟ ରଖିଥିଲା। ଯାହାକି ଇଣ୍ଡିଆ ୧୫.୫ ଓଭରରେ ହାସିଲ କରିଦେଲା। ମେଲବର୍ଣ କ୍ରିକେଟ ଗ୍ରାଉଣ୍ଡରେ ଏହା ଟିମ ଇଣ୍ଡିଆର ଐତିହାସିକ ବିଜୟ ଅଟେ।ଏହି ବିଜୟ ପରେ ଟିମ ଇଣ୍ଡିଆ ହାରିଥିବା ଲଜ୍ୟାସ୍ପଦ ପରାଜୟକୁ ଭୁଲି ଆତ୍ମବିଶ୍ୱାସ ବଢ଼େଇଛି।

ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଟିମର ଭାର ନେଇଥିବା ଆଜିଙ୍କ୍ୟ ରାହାଣେ ପୁରା ମ୍ୟାଚରେ ଭଲ ଅଧିନାୟିକତ୍ୱ ଲିଭେଇଥିଲେ। ରଣନୀତି ଠାରୁ ଆରମ୍ଭ କରି ବ୍ୟାଟିଂ ପର୍ଯ୍ୟନ୍ତ ସବୁ ଭଲ କରିଥିଲେ। ମେଲବର୍ଣରେ ବିଜୟ ଓ ଆଜିଙ୍କ୍ୟ ରାହାଣେଙ୍କ ପ୍ରଦର୍ଶନ ଆଗରେ ସଚିନ ତେନ୍ଦୁଲକର ଓ ନିୟମିତ ଅଧିନାୟକ ବିରାଟ କୋହଲି ନତମସ୍ତକ ହୋଇଗଲେ।
କୋହଲି ଟୁଇଟ କରି କହିଲେ କି ଏହା ବହୁତ ବଡ଼ ବିଜୟ ଅଟେ, ସମ୍ପୂର୍ଣ୍ଣ ଦଳର ବହୁତ ଭଲ ପ୍ରୟାସ। ସାଥି ଖେଳାଳୀ ଓ ଖାସ କରି ରାହାଣେଙ୍କ ପାଇଁ ଏହା ଠାରୁ ଅଧିକ ଖୁସି ହୋଇପାରିବ ନାହିଁ,ଯିଏ ବିଜୟ ପାଇଁ ଦଳକୁ ଖୁବ ଭଲ ଆଗକୁ ନେଲେ। ଏଠାରୁ ଆଗକୁ ବଢ଼ିବା।

ସେହିପରି ଦିଗଜ ଭାରତୀୟ ଖେଳାଳୀ ସଚିନ ତେନ୍ଦୁଲକର କହିଲେ କି ବିରାଟ କୋହଲି, ରୋହିତ ଶର୍ମା, ଇଶାନ୍ତ ଶର୍ମା ଓ ମହମ୍ମଦ ସାମୀଙ୍କ ବିନା ବିଜୟ ହାସଲ କରିବା ଏକ ବହୁତ ବଡ଼ ଉପଲବ୍ଧି ଅଟେ । ଦଳ ପ୍ରଥମ ଟେଷ୍ଟରେ ମିଳିଥିବା ପରାଜୟକୁ ପଛରେ ପକାଇବା ଓ ସିରିଜକୁ ବରାବର କରିବା ପାଇଁ ଯେଉଁ ପ୍ରଚେଷ୍ଟା ଦେଖାଇଛି,ଏହା ବହୁତ ଭଲ ଅଟେ।

ଅଷ୍ଟ୍ରେଲିଆରେ ଏହି ସମୟରେ କ୍ବାରେନଟାଇନରେ ଥିବା ରୋହିତ ଶର୍ମା ବିଜୟ ପରେ ଟୁଇଟ କରି କହିଲେ କି ମେଲବର୍ନ କ୍ରିକେଟ ଗ୍ରାଉଣ୍ଡରେ ଭାରତୀୟ ଦଳର ଭଲ ବିଜୟ। ମ୍ୟାଚରେ ସମାନତା ଉଚ୍ଚକୋଟୀର ଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।