ସମୁଦ୍ରରେ ବଢିବାକୁ ଯାଉଛି ଭାରତୀୟ ନୌ ସେନାର ଦବଦବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୋଚିରେ ନୌ ସେନାକୁ ଆଇଏନଏସ ବିକ୍ରାନ୍ତ ପ୍ରଦାନ କରାଯିବ। ଦେଶକୁ ଆଉ ଏକ ବଡ଼ ଶକ୍ତିଶାଳୀ ଜାହାଜ ମିଳିବାକୁ ଯାଉଛି। ଆଇଏନଏସ ବିକ୍ରାନ୍ତରେ ଏକା ସାଙ୍ଗରେ ରହି ପାରିବେ ୩୦ ଟି ଫାଇଟର ଜେଟ। ଏହି ସମ୍ବାଦକୁ ନେଇ ପାକିସ୍ତାନ ଏବଂ ଚୀନରେ ଭୟର ଲହରୀ ଖେଳି ଯାଇଛି। ଏହା ସହିତ ଭାରତର ଶକ୍ତି ଆହୁରି ବଢିବାକୁ ଯାଉଛି।

ଆଜି କୋଚିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୌ ସେନାକୁ ଜାହାଜ ଅର୍ପଣ କରିବେ। ଭାରତୀୟ ସ୍ଥଳ ସେନା, ବାୟୁ ସେନା ଏବଂ ଜଳ ସେନା ପାଇଁ ଆଜି ଏକ ବଡ଼ ଦିନ। ଆଜି ଭାରତୀୟ ଜଳ ସେନାକୁ ଆଇଏନଏସ ବିକ୍ରାନ୍ତ ମିଳିବାକୁ ଯାଉଛି। ସମୁଦ୍ର ମଧ୍ୟରେ ଉଡାଣ ବଢିବାକୁ ଯାଉଛି। ସମୁଦ୍ରରେ ପହଂଚି ସରିଛି ଭାରତର ସ୍ୱଦେଶ ଶକ୍ତି ଆଇଏନଏସ ବିକ୍ରାନ୍ତ।
ସମୁଦ୍ର ମଧ୍ୟରେ ନିଜ କାର୍ଯ୍ୟ କରିବାକୁ ଆଗେଇ ଆସିଛି ଭାରତର ସବୁଠାରୁ ଶକ୍ତିଶାଳୀ ଜାହାଜ। ଏହା ଦ୍ଵାରା ଚିନ୍ତାରେ ପଡ଼ି ଯାଇଛନ୍ତି ପାକିସ୍ତାନ ଏବଂ ଚୀନ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରଥମ ସ୍ୱଦେଶୀ ଜାହାଜ ଆଇଏନଏସ ବିକ୍ରାନ୍ତକୁ ଦେଶକୁ ସମର୍ପଣ କରିବାକୁ ଯାଉଛନ୍ତି।
#Kerala : प्रधानमंत्री नरेंद्र मोदी ने कोचीन में देश के पहले स्वदेशी युद्धपोत INS विक्रांत को भारतीय नौसेना को समर्पित किया। इस मौके पर रक्षा मंत्री राजनाथ सिंह भी उनके साथ मौजूद रहे।#PMOIndia #INS #Vikrant pic.twitter.com/caSP78XIUM
— India Voice (@indiavoicenews) September 2, 2022
ଏହା ଭାରତର ସମୁଦ୍ର ଇତିହାସର ସବୁଠାରୁ ବଡ଼ ଜାହାଜ ଅଟେ। ଏହି ଜାହାଜ ନୌ ସେନାରେ ସାମିଲ ହେବା ପରେ ଭାରତ ଅନ୍ୟ କିଛି ଦେଶ ସହିତ ସାମିଲ ହୋଇଯିବ ଯେଉଁମାନଙ୍କର ବିମାନ ବହନ ଜାହାଜ ବନେଇବାର କ୍ଷମତା ରହିଛି। ଏହା ତିଆରି ପାଇଁ ୨୦,୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।
ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହାକୁ ପ୍ରଥମେ କାର୍ଯ୍ୟରତ କରିବେ। ନୂଆ ନୌ ସୈନିକ ଧ୍ଵଜର ମଧ୍ୟ ଅବତରଣ ମଧ୍ୟ କରିବେ। ଆଇଏନଏସ ବିକ୍ରାନ୍ତ ଆସିବା ଦ୍ୱାରା ଭାରତର ଶକ୍ତି ଆହୁରି ବଢିଯିବ। ଏହା ପୂର୍ବରୁ ଭାରତ ପାଖରେ ଏକ ଆଇଏନଏସ ବିକ୍ରାନ୍ତ ଅଛି। ଆଉ ଏକ ଆଇଏନଏସ ବିକ୍ରାନ୍ତ ଭାରତକୁ ଆହୁରି ଉପରକୁ ଉଠାଇ ଦେବ ଏବଂ ଅଧିକ ଶକ୍ତିଶାଳୀ କରିଦେବ। ରୁଷ ଦ୍ଵାରା ନିର୍ମିତ ଆଇଏନଏସ ବିକ୍ରାନ୍ତ ଠାରୁ ଏହା ଅଧିକ ମର୍ଡନ ଅଟେ।

ଏହାର ଲମ୍ବ ୨୬୨ ମିଟର। ପ୍ରସ୍ଥ ୬୨ ମିତ୍ର ଏବଂ ଉଚ୍ଚତା ୫୯ ମିଟର ଅଟେ। ୧୭୦୦ ରୁ ଅଧିକ କ୍ରୁ ମେମ୍ବରଙ୍କ ପାଇଁ ୨୩୦୦ କମ୍ପାର୍ଟମେଣ୍ଟ ରହିଛି। ଏହା ଥରକେ ୩୦ ଟି ଏୟାର କ୍ରାଫ୍ଟ ନେଇପାରେ। ଏଥିରେ ଅତ୍ୟାଧୁନିକ ସୁବିଧା ମଧ୍ୟ ଅଛି। ଏଥିରେ ବିଭିନ୍ନ ମେଡିକାଲ ସରଞ୍ଜାମ ସହିତ ଏସ୍କ୍ରେ ମେସିନ, ସିଟି ସ୍କାନ , ଆଇସୋଲେସନ ୱାର୍ଡ ଏବଂ ଟେଲି ମେଡ଼ିସିନ ଆଦି ସୁବିଧା ମଧ୍ୟ ରହିଛି। ଏହା ମଧ୍ୟରେ ୧୬ ଟି ବେଡ଼ ବିଶିଷ୍ଟ ମେଡିକାଲ ମଧ୍ୟ ରହିଛି। ଜରୁରୀକାଳୀନ ପରିସ୍ଥିତି ଏଥିରେ ଅନେକ କିଛି ରହିଛି। INS ବିକ୍ରାନ୍ତ ଉଚ୍ଚକୋଟୀର ଏୟାରକ୍ରାଫ୍ଟ କ୍ୟାରିଅର ଅଟେ, ଏହା ଭାରତରେ ନିର୍ମିତ ଅଟେ।