ଭାରତୀୟ ସରକାର ଇରାନର ଗୁଣ୍ଡାଗିରିକୁ ମାତ୍ର ୧୨ ଘଣ୍ଟା ମଧ୍ୟରେ ହିଁ ଶାନ୍ତ କରି ଦେଇଛି। ବର୍ତ୍ତମାନ ଇରାନ ନିଜର ଷ୍ଟେଟମେଣ୍ଟ ଫେରାଇ ନେଇଛି। ଇରାନ ଏମିତି ଦେଖାଇବାକୁ ଚେଷ୍ଟା କରୁଥିଲା ଯେ, ସେ ଭାରତ ବିରୋଧରେ ସମସ୍ତ ମୁସଲିମ ଉମ୍ମା ତରଫରୁ ପେଗାମ୍ବର ମହମ୍ମଦ ସହାବଙ୍କୁ ନେଇ ଉଷକେଇବାକୁ ଚେଷ୍ଟା କରୁଥିଲା। ଭାରତ ବିରୋଧରେ ସେ ମୁସଲିମ ଜାତୀୟ ବିବାଦ ଉଠାଇବାକୁ ମଧ୍ୟ ପଛାଇ ନଥିଲା। କିନ୍ତୁ ଏହାର ଉତ୍ତରରେ ଭାରତ କହିଥିଲା ଯେ, ଭାରତ ଇରାନର ଏହି କଥାରେ ଡରି ଯିବ ନାହିଁ। ଭାରତ ଆଗରେ ଏ ହୁସିଆରି ଚାଲିବ ନାହିଁ। ଇରାନର ବୈଦେଶିକ ମନ୍ତ୍ରୀ ହୁସେନ ଅମୀର କିଛି ଦିନ ତଳେ ବିଦେଶ ଗସ୍ତରେ ଭାରତ ଆସିଥିଲେ। ଅନେକ ଦିନ ପରେ ସେ ପ୍ରଥମ ମୁସଲିମ ବୈଦେଶିକ ମନ୍ତ୍ରୀ ଥିଲେ ଯିଏକି ଭାରତ ଆସିଥିଲେ। ଭାରତ ଆସି ସେ ପ୍ରଥମେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ଭାରତର ବୈଦେଶିକ ମନ୍ତ୍ରୀ ଅଜୟ ଶଙ୍କର ସହାଵ ଏବଂ ପ୍ରତିରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ସାକ୍ଷାତ କରିଥିଲେ। ଇରାନ ଭାରତ ଠାରୁ ଯଥେଷ୍ଟ ସମ୍ମାନ ପାଇଥିଲା କିନ୍ତୁ ଇରାନ ଅନ୍ୟ ମୁସଲିମ ଦେଶ ସହ ମିଶି ଭାରତ ବିରୋଧୀ ହେବାକୁ ଲାଗିଛି ଯାହାକି ତାକୁ ବହୁତ ମହଙ୍ଗା ପଡିପାରେ। ନୁପୁର ଶର୍ମା ଏବଂ ନବୀନ ଜିନ୍ଦଲଙ୍କ ଉପରେ ମଧ୍ୟ ଅଜିତ ଡୋଭଲଙ୍କ ସହ ସେ ଚର୍ଚ୍ଚା କରିଥିଲେ। ତାଙ୍କ ଚର୍ଚ୍ଚାର ବିଷୟ ବସ୍ତୁକୁ ନେଇ ଇରାନ ଏକ ରିଡ଼ ଆଉଟ ଜାରି କରିଥିଲା ଯେଉଁଥିରେ କି ପେଗାମ୍ବର ଅହମ୍ମଦ ସହାବଙ୍କୁ ନେଇ ଦିଆ ଯାଇଥିବା ବୟାନ କଥା ବସ୍ତୁକୁ ନେଇ ଦୁହିଁଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ବୋଲି ଉଲ୍ଲେଖ କରାଯାଇଥିଲା। ଅଜିତ ଡୋଭାଲ ତାଙ୍କ ଉତ୍ତରରେ ତାଙ୍କୁ ଆଶ୍ୱାସନା ଦେଇଥିଲେ ଯେ, ଭାରତ ଏପରି ଲୋକଙ୍କ ବିରୋଧରେ ନିଶ୍ଚିତ କଠିନ ପଦକ୍ଷେପ ନେବ ଯାହାଦ୍ୱାରା କି ଅନ୍ୟମାନେ ଯେପରି ଏଥିପ୍ରତି ସଜାଗ ହୋଇ ଯିବେ।

ଇରାନର ଏହି ଆଲୋଚନାକୁ ନେଇ ଯେଉଁ ରିଡ଼ ଆଉଟ ଜାରି କରାଯାଇଥିଲା, ତାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା। ଏହା ଦ୍ୱାରା ଲୋକମାନେ ମୋଦି ସରକାର ଏବଂ ଅଜିତ ଡୋଭାଲଙ୍କୁ ଖରାପ କରି କହୁଥିଲେ ଯେ, ସେ କିପରି ଇରାନର ବୈଦେଶିକ ମନ୍ତ୍ରୀଙ୍କ ଆଗରେ ଏପରି କାର୍ଯ୍ୟାନୁଷ୍ଠାନ କରିବା କଥା କହିଲେ। ଏହାର ପରେ ପରେ ହିଁ ଇରାନ ଏହି ରିଡ଼ ଆଉଟ ଡିଲେଟ କରି ଦେଇଥିଲା। ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହା ଯାଇଥିଲା ଯେ, ଭାରତ – ଇରାନ ଆଲୋଚନା ମଧ୍ୟରେ ପେଗାମ୍ବର ସହାବଙ୍କ ବିଷୟ ବସ୍ତୁକୁ ନେଇ କୌଣସି ଆଲୋଚନା ହୋଇ ନାହିଁ। ଭାରତ ଇରାନକୁ ଏପରି କାର୍ଯ୍ୟାନୁଷ୍ଠାନ ନେଇ ପ୍ରତିଶ୍ରୁତି ଦେଇ ନାହିଁ। ଭାରତର ଏହି କଥା ଶୁଣି ଇରାନ ଡରି ଯାଇ ନିଜ ରିଡ଼ ଆଉଟ ଡିଲେଟ କରି ଦେଇଥିଲା। ଇରାନ ଭାରତର ଶକ୍ତି ସମ୍ପର୍କରେ ଅଜଣା ନୁହେଁ। ସେଥିପାଇଁ ସେ ଡରି ଯାଇ ଏପରି କରିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।