ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ତାଙ୍କ ଟିମ ଚେନ୍ନାଇ ସୁପର କିଙ୍ଗସ ଙ୍କର ସପ୍ତମ ହାର ପରେ କହିଲେ କି ତାଙ୍କ ଟିମ କୁ ପରିଣାମ ଉପରେ ନୁହଁ ବରଂ ପ୍ରକ୍ରିୟା ଉପରେ ଧ୍ୟାନ ଦେବା ଉଚିତ। ଏହା ପାଇଁ ତାଙ୍କୁ ଆହୁରି ଧ୍ୟାନରତ ହେବାକୁ ହେବ। ତାଙ୍କର ଟିମ ରାଜସ୍ଥାନ ରୋୟାଲସ ବିପକ୍ଷରେ ପାଞ୍ଚ ୱିକେଟରେ ମାତ୍ର ୧୨୫ ରନ ହିଁ ବନେଇ ପାରିଲେ ଆଉ ସାତ ୱିକେଟରେ ମ୍ୟାଚ ହାରିଗଲେ। ତାଙ୍କ ପାଖରେ ୧୦ ମ୍ୟାଚରେ ମାତ୍ର ୬ ପଏଣ୍ଟ ଅଛି ଆଉ ଇତିହାସରେ ପ୍ରଥମ ଥର ତାଙ୍କ ଉପରେ ପ୍ଲେ ଅଫ ରେ ନ ପହଂଚି ପାରିବାର ଡର ଲାଗିରହୁଛି।

ନିଜ ଟିମରେ ବେସି ବଦଳ ନ କରିବା ତଥା ଯୁବ ଖେଳାଳି ମାନଙ୍କୁ ସୁଯୋଗ ନଦେବା ଉପରେ ଧୋନୀ କହିଲେ କି ଏମିତି ବି ହେଇପାରେ କି ଆମେ ଆମ ଟିମର ଯୁବ ଖେଳାଳି ମାନଙ୍କ ଭିତରେ ସେହି ଜୋସ ଦେଖିନାହୁଁ। ହୁଏତ ଆଗକୁ ଆମେ ତାଙ୍କୁ ସୁଯୋଗ ଦେଇପାରୁ ଆଉ ତାହା ଦ୍ୱାରା ହୁଏତ ସେମାନେ ବିନା ଚାପରେ ଖେଳି ପାରିବେ।
ମୁଁ ଟିମରେ ଅସୁରକ୍ଷା ଚାହୁଁନାହିଁ: ଧୋନୀ:- ତାଙ୍କ ଟିମ ଲଗାତାର ମ୍ୟାଚ ହାରିଥିବା ସତ୍ତ୍ୱେ ଧୋନୀ ତାଙ୍କ ଟିମରେ ବେସି ବଦଳ କରି ନାହାନ୍ତି। ଏହା ଉପରେ ସେ କହିଲେ କି ଆମେ ଆମ ଟିମ ର ପ୍ରଦର୍ଶନ ମାତ୍ର ଚାରି କି ପାଞ୍ଚଟି ମ୍ୟାଚ ରେ ସ୍ଥିର କରିପାରିବୁ ନାହିଁ। ତେଣୁ ଆମେ ଆମ ଟିମ ରେ ବେସି ବଦଳ କରିନାହୁଁ କାରଣ ଆମେ ଅସୁରକ୍ଷା ଚାହୁଁନାହୁଁ।
ଏଥିପାଇଁ ଦ୍ରୁତ ବୋଲର ମାନଙ୍କୁ ଅଧିକ ଓଭର କରେଇଲେ ଧୋନୀ।

ସେ କହିଲେ କି ପ୍ରଥମ ଇନିଂସ ଭଳି ଦ୍ୱିତୀୟ ଇନିଂସରେ ସ୍ପିନ ବୋଲର ମାନଙ୍କୁ ଅଧିକ ସାହାଯ୍ୟ ମିଳୁ ନଥିଲା। ଆଉ ସ୍ପିନ ସେତେବେଳେ କରିବା ଠିକ ନଥିଲା। ଦ୍ରୁତ ବୋଲର ମାନଙ୍କୁ ଯାହା ଟିକେ ସାହାଯ୍ୟ ମିଳୁଥିଲା ତେଣୁ ସେ ଦୀପକ ଚାହାର ଆଉ ଜୋସ ହେଜେଲଉଡଙ୍କର ଓଭର ପ୍ରଥମ ଦଶ ଓଭରରେ ହିଁ ସମାପ୍ତ କରି ଦେଇଥିଲେ।
ସ୍ମିଥ: ବ୍ୟାଟିଂ କରିବା ସହଜ ନଥିଲା:-
ରାଜସ୍ଥାନର କ୍ୟାପଟେନ ସ୍ମିଥ କହିଲେ କି ୱିକେଟ ରେ ବଲ ଅଟକି ଆସୁଥିଲା ତେଣୁ ବ୍ୟାଟିଂ କରିବା ସହଜ ନଥିଲା। ମାତ୍ର ବଟଲର ଙ୍କର ଇନିଂସ ତାଙ୍କ ଉପରୁ ସବୁ ଚାପ ହଟେଇ ଦେଲା। ଏହା ପ୍ରକୃତରେ ବହତ ସ୍ୱତନ୍ତ୍ର ଇନିଂସ ଥିଲା। ଆଉ ତାଙ୍କର ପ୍ରମୁଖ ଦ୍ରୁତ ବୋଲର ଜୋଫ୍ରା ଆରଚର ମାତ୍ର ୨୦ ରନରେ ଗୋଟେ ୱିକେଟ ନେଇଥିଲେ ଯେତେବେଳେ କି ତାଙ୍କର ଦୁଇ ଜଣ ସ୍ପିନର ମାତ୍ର ଆଠ ଓଭରରେ ୩୨ ରନ ଦେଇକି ଦୁଇ ଦୁଇଟି ୱିକେଟ ନେଇଥିଲେ ଯାହା କି ଚେନ୍ନାଇ ପାଇଁ ବିପଦ ହେଇଥିଲା।

ସ୍ମିଥ ଶ୍ରେୟାସ ଆଉ ତେବଟିଆଙ୍କର ପ୍ରଶଂସା କଲେ:-
ସ୍ମିଥ କହିଲେ କି ଆମ ସ୍ପିନର ମାନେ ପାୱାରପ୍ଲେ ରେ ବହୁତ ଭଲ ବୋଲିଂ କଲେ ଆଉ ଶ୍ରେୟାସ ଆମ ପାଇଁ ପଛ ଦୁଇ ବର୍ଷରୁ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ଆଉ ତେବଟିଆ ତେଣିକି ବ୍ୟାଟିଂ ହଉ ବା ବୋଲିଂ ସେ ଆମ ପାଇଁ ବହୁତ ଭଲ ଭୁମିକା ନିଭେଇଛନ୍ତି। ଏହି ମ୍ୟାଚରେ ବଟଲର ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ।
ଆଜି ଜିତିବା ଭଲ ଲାଗିଲା: ବଟଲର:-
ସେ କହିଲେ କି ପଛ ଦୁଇଟି ମ୍ୟାଚ ଆମେ ଆମ ହାତ ରୁ ଯିବାକୁ ଦେଇଥିଲୁ ତେଣୁ ଆଜିର ବିଜୟ ଆମକୁ ଭଲ ଲାଗିଲା। ଆଜି ସେ ଭଲ ଭାବରେ କ୍ରିଜରେ ସମୟ ବିତେଇ ପାରିଲେ ଆଉ ତାହା ତାଙ୍କ ପାଇଁ ବହୁତ ଭଲ ଅଭିଜ୍ଞତା ଥିଲା। ଦଳ ପାଇଁ ସେ ସବୁ ସ୍ଥାନରେ ଖେଳିବାକୁ ଖୁସି ବୋଲି ମନ୍ତବ୍ୟ ଦେଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।