ରିଷଭ ପନ୍ତ ଏବେ ଗଭୀର ଆହତର ଶିକାର ଥିବା କଥା ସାମ୍ନାକୁ ଆସିଛି। ଏହି ଆହତ କାରଣରୁ ସେ ଆଗାମୀ ମ୍ୟାଚ ସବୁ ଖେଳିବାରେ ଆଶଙ୍କା ଦେଖାଯାଇଛି।

ଆଇପିଏଲର ୧୩ ତମ ସଂସ୍କରଣର ମଧ୍ୟ ସମୟ ପର୍ଯ୍ୟନ୍ତ ଦିଲ୍ଲୀ କ୍ୟାପିଟାଲସ ଚମତ୍କାର ପ୍ରଦର୍ଶନ କରିଛି। ଏହି ଟିମ ୭ ଟି ମ୍ୟାଚରୁ ୫ ଟିରେ ବିଜେତା ହୋଇ ପ୍ଲେଅଫରେ ପହଞ୍ଚିବାର ଆଶା ରଖିଛି। ହେଲେ ଏହା ମଧ୍ୟରେ ଦିଲ୍ଲୀ ଟିମକୁ ଲଗାତାର ଝଟକା ଲାଗିଚାଲିଛି। ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଆଗାମୀ ମ୍ୟାଚ ହୁଏତ ନ ଖେଳି ପାରନ୍ତି।
ରିପୋର୍ଟ ଅନୁସାରେ ରିଷଭ ପନ୍ତ ଗ୍ରେଡ ବନ ଟିୟର ସହ ଲଢ଼ୁଛନ୍ତି। ଏହି ଆହତ ସମସ୍ୟା କାରଣରୁ ସେ ଆଗାମୀ କିଛି ମ୍ୟାଚ ନଖେଳିବାର ସ୍ପଷ୍ଟ ହୋଇଛି। ଦିଲ୍ଲୀ କ୍ୟାପିଟାଲସ କହିଛି “ପନ୍ତ ଗ୍ରେଟ ବନ ଟିୟରରେ ଅଛନ୍ତି। ତାଙ୍କ ଉପରେ ନଜର ରହିଛି ଓ ଆଶା ଅଛି ସେ ଜଲ୍ଦି ଠିକ ହୋଇଯିବେ”।

ଏହି ଆହତ କାରଣରୁ ରିଷଭ ମୁମ୍ବାଇ ବିରୁଦ୍ଧରେ ଥିବା ମ୍ୟାଚ ଖେଳିପାରିନଥିଲେ। ସେ ରାଜସ୍ଥାନ ରୟାଲସ ବିରୁଦ୍ଧ ମ୍ୟାଚରେ ବରୁଣ ଆରୁନଙ୍କ କ୍ୟାଚ ନେବା ସମୟରେ ପଡିଯାଇଥିଲେ ଓ ସେଥିପାଇଁ ସେ ଏବେ ଗ୍ରେଟ ବନ ଟିୟର ସହ ଲଢ଼ୁଛନ୍ତି।
ଦିଲ୍ଲୀ କ୍ୟାପିଟାଲସ ଟିମ ପୂର୍ବରୁ ହିଁ ନିଜ ପ୍ଲେୟାର ମାନଙ୍କ ଆହତ ସମସ୍ୟା ପାଇଁ ଚିନ୍ତାରେ ରହିଛି। ସୋମବାର ଦିଲ୍ଲୀ କ୍ୟାପିଟାଲସ ଦଳର ବୋଲର ଇଶାନ୍ତ ଶର୍ମାଙ୍କ ଟୁର୍ଣ୍ଣାମେଣ୍ଟରୁ ବାଦ ହେବା ସୂଚନା ଦେଇଛି। ଦିଲ୍ଲୀ କ୍ୟାପିଟାଲସ ଟିମ ଇଶାନ୍ତଙ୍କ ରିପ୍ଲେସମେଣ୍ଟ ପାଇଁ ଲଗାତାର ଖୋଜୁଛନ୍ତି।

ଏହା ପୂର୍ବରୁ ଦଳର ସ୍ପିନର ଅମିତ ମିଶ୍ରଙ୍କ ହାତରେ ଆହତ ଲାଗିବାରୁ ସେ ବାଦ ପଡିଛନ୍ତି। କୋଲକାତା ବିରୁଦ୍ଧରେ ନୀତିଶ ରାଣାଙ୍କ କ୍ୟାଚ ନେବା ସମୟରେ ମିଶ୍ରଙ୍କୁ ଆହତ ଲାଗିଥିଲା। ଦିଲ୍ଲୀ କ୍ୟାପିଟାଲକୁ ନିକଟରେ ଅଶ୍ୱିନଙ୍କ ଠିକ ହେବା କଥାରେ ଆଶ୍ବସ୍ଥି ମିଳିଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।