ଆଇପିଏଲ ୨୦୨୦: କେକେଆରକୁ ଲାଗିଲା ବଡ ଝଟକା । ପୁରା ଆଇପିଏଲ ସିଜିନରୁ ବାହାର ହେଲେ ଏହି ସୁପରଷ୍ଟାର ଖେଳାଳି ।

IPL 2020 Big shock to KKR this superstar player out of entire IPL season

ଆଇପିଏଲ ସିଜିନରେ ଖେଳାଯାଇଥିବା ୪ଟି ମ୍ୟାଚରୁ କୋଲକାତାକୁ କେବଳ ଦୁଇଟିରେ ବିଜୟ ମିଳିଛି।କେକେଆର ଟିମ ୪ ପଏଣ୍ଟ ସାହାଯ୍ୟରେ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ଅଛି।

ଇଣ୍ଡିଆନ ପ୍ରିମିୟାର ଲିଗର ୧୩ ତମ ସଂସ୍କରଣରେ ଲଗାତାର ଭାବେ ଖେଳାଳି ଆହତର ଶିକାର ହେଉଛନ୍ତି ଏହାସହ ଏମାନଙ୍କ ଟୁର୍ଣ୍ଣାମେଣ୍ଟରୁ ବାହାର ହେବା ଚାଲୁରହିଛି। ଏହା ମଧ୍ୟରେ କୋଲକାତା ନାଇଟ ରାଇଡରସ କୁ ଝଟକା ଲାଗିଛି। କୋଲକାତାର ଦ୍ରୁତ ବୋଲର ଓ ଆଇପିଏଲରେ ଜାଗା ବନେଇଥିବା ପ୍ରଥମ ଆମେରିକା ଖେଳାଳି ଅଲି ଖାଁ ଆଇପିଏଲର ୧୩ ତମ ସିଜିନରୁ ବାହାର ହୋଇଛନ୍ତି।

IPL 2020 - KKR - Kolkata Knight Riders Ali Khan injured but not out of IPL  2020
Google

ଅଲି ଖାନଙ୍କୁ ଆହତ କାରଣରୁ ଆଇପିଏଲରୁ ବାହାରକୁ ହେବାକୁ ପଡିଲା। ହେଲେ ଏବେ ପର୍ଯ୍ୟନ୍ତ କୁହାଯାଇନାହିଁ ଯେ ତାଙ୍କ ଆହତ କିପରି ହେଲା। କହିରଖୁଛୁ କି ଦୁଇଥର ଆଇପିଏଲ ଟୁର୍ଣ୍ଣାମେଣ୍ଟ ଜିତିଥିବା କେକେଆର ପୂର୍ବରୁ ଇଂଲଣ୍ଡର ଦ୍ରୁତ ବୋଲର ହେଇରୀ ଗୁର୍ନିଙ୍କ ପାଇଁ ଅଲି ଖାନ ଟିମରେ ସାମିଲ ହୋଇଥିଲେ।

ଆଇପିଏଲ ତରଫରୁ କୁହାଯାଇଛି କି- “ଅଲି ଖାନ ଆଇପିଏଲ ପ୍ରାଞ୍ଚାଇଜି ସହ ଜଡିତ ହେବାରେ ପ୍ରଥମ ଆମେରିକୀୟ କ୍ରିକେଟର ଥିଲେ। ଦୁର୍ଭାଗ୍ୟଜନକ ତାଙ୍କ କ୍ଷତ ପାଇଁ ସେ ଟିମରୁ ବାହାରିଗଲେ। ଏଥିପାଇଁ ସେ ଆଉ ଏହି ସିଜିନରେ ଖେଳିବେ ନାହିଁ।”

ଅଲି ଖାନଙ୍କ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲସର ଅମିତ ମିଶ୍ର ଓ ସନରାଇଜର୍ସ ହାଇଦ୍ରାବାଦର ଭୁବନେଶ୍ୱର କୁମାର ଆହତ ହୋଇ ଆଇପିଏଲରୁ ବାଦ ପଡିଛନ୍ତି। ୨୯ ବର୍ଷୀୟ ଅଲି ଖାନ ନିଜର ଡେବ୍ୟୁ କରିପାରିନାହାନ୍ତି।

USA pacer Ali Khan ruled out of IPL with injury | Sports News,The Indian  Express
Google

ଏହା ପୂର୍ବରୁ ଅଲିଖାନ କେରେବିୟାଇ ପ୍ରିମିୟାର ଲିଗରେ କିତାବ ଜିତିଥିବା ଟ୍ରିନ ବୋଗେ ନାଇଟରାଇଡର ଟିମରେ ସାମିଲ ଥିଲେ ଓ ବିଜୟରେ ତାଙ୍କର ଭୂମିକା ଗୁରୁତ୍ତ୍ୱପୂର୍ଣ୍ଣ ଥିଲା। ପାକିସ୍ତାନରେ ଜନ୍ମ ହୋଇଥିବା ଆମେରିକୀୟ ବୋଲର ଟୁର୍ଣ୍ଣାମେଣ୍ଟରେ ୭.୪୩ର ଇକୋନୋମି ସହ ଭଲ ପ୍ରଦର୍ଶନ କରି ୮ ଟି ୱିକେଟ ନେଇଥିଲେ। ଏଥିରୁ ତାଙ୍କର ପ୍ରଦର୍ଶନ ଦେଖି କେକେଆର ତାଙ୍କୁ ନିଜ ଟିମରେ ସାମିଲ କରିଥିଲେ।

କେକେଆର କଥା କହିବାକୁ ଗଲେ ଏହି ସିଜିନରେ କେକେଆର ୪ ଟି ମ୍ୟାଚରେ ୨ଟି ବିଜୟ ହାସିଲ କରି ୪ ଅଙ୍କ ସହ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *