ଧୋନିଙ୍କ ଦଳ ଚେନ୍ନାଇ ସୁପର କିଙ୍ଗସକୁ ଆଉ ଏକ ବଡ ଝଟକା, IPL ୨୦୨୦ ଖେଳିବେନାହିଁ ସୁରେଶ ରାଇନା

ଧୋନିଙ୍କ ଦଳ ଚେନ୍ନାଇ ସୁପର କିଙ୍ଗସକୁ ଆଉ ଏକ ବଡ ଝଟକା, IPL ୨୦୨୦ ଖେଳିବେନାହିଁ ସୁରେଶ ରାଇନା, IPL 2020 biggest blow to Chennai super kings Suresh Raina wll not play in IPL 2020, Suresh Raina, IPL 2020, IPL, UAE, Dubai, Cricket, Cricket News, Ms Dhoni, CSK, Chenni, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 3.0, Cricket

ଆଇପିଏଲ ଆଉ କିଛି ଦିନ ପରେ ଆରମ୍ଭ ହୋଇଯିବ । ତେବେ ଆଇପିଏଲ (IPL) ଆରମ୍ଭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ (Chennai Super Kings) କୁ ବଡ଼ ଝଟକା ଲାଗିଛି । ଚେନ୍ନାଇ ସୁପର କିଙ୍ଗସର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୁରେଶ ରାଇନା (Suresh Raina) ଭାରତ ଫେରିଆସିଛନ୍ତି । ସୂଚନା ଅନୁଯାଇ ଚଳିତ ଆଇପିଏଲରେ ସେ ଖେଳିବେ ନାହିଁ ବୋଲି CSK ଟୁଇଟର ମାଧ୍ୟମରେ ଜଣେଇଛନ୍ତି । CSK କୁ ଏକ ଦମଦାର ଝଟକା ଲାଗିଛି ।

CSK's Suresh Raina returns to India, will remain unavailable for IPL 2020 | Sports News,The Indian Express

ଚେନ୍ନାଇ ସୁପର କିଙ୍ଗସର ମିଡିଲ ଅଡର ଷ୍ଟାର ବ୍ୟାଟ୍ସମ୍ୟାନ ସୁରେଶ ରାଇନା ଆଇପିଏଲର ୧୩ତମ ସଂସ୍କରଣରୁ ଓହରି ଯାଇଛନ୍ତି । ସୁରେଶ ରାଇନା ଆଇପିଏଲରୁ ଓହରିବା ନେଇ କୌଣସି ସଠିକ କାରଣ ଦେଇନଥିବା ବେଳେ ବ୍ୟକ୍ତିଗତ କାରଣରୁ ଓହରିଛି ବୋଲି ସେ କହିଛନ୍ତି । ୧୯ ସେପ୍ଟେମ୍ବରରେ ଆରମ୍ଭ ହେବାକୁ ଥିବା ଆଇପିଏଲ ପାଇଁ ଦଳ ୟୁଏଇ ପହଞ୍ଚିସାରିଛନ୍ତି । ରାଇନା ଫେରିବା ପଛରେ ଏହାର ପ୍ରକୃତ କାରଣ କଣ ଜଣା ପଡିନାହିଁ ।

ସୁରେଶ ରାଇନା ଅଗଷ୍ଟ ୧୫ରେ ଧୋନିଙ୍କ ସହିତ ଇଣ୍ଟରନ୍ୟାସନାଲ କ୍ରିକେଟରୁ ବିଦାୟ ନେଇଥିଲେ । ଏହା ପରେ ସେ ଚେନ୍ନାଇରେ ଲାଗିଥିବା କ୍ୟାମ୍ପରେ ଭାଗ ନେଇଥିଲେ । ଗତକାଲି ଜଣାପଡିଥିଲା ଯେ CSK ଖେଳାଳି ଏବଂ ଷ୍ଟାଫ କରୋନା ପଜିଟିଭ ଚିହ୍ନଟ, ଯେଉଁଥିରେ ଜଣେ ଭାରତୀୟ ବୋଲର ମଧ୍ୟ ସାମିଲ ଅଛନ୍ତି ।

ଧୋନିଙ୍କ ଦଳ ଚେନ୍ନାଇ ସୁପର କିଙ୍ଗସକୁ ଆଉ ଏକ ବଡ ଝଟକା

CSK ର ସିଇଓ ଟୁଇଟରରେ ଲେଖିଛନ୍ତି, ‘ସୁରେଶ ରାଇନା ନିଜସ୍ଵ କାରଣ ଯୋଗୁଁ ଭାରତ ଫେରିଆସିଛନ୍ତି । ସେ ସମ୍ପୂର୍ଣ ସଂସ୍କରଣରୁ ଦଳରୁ ବାହାରିଯାଇଛନ୍ତି । ଚେନ୍ନାଇ ସୁପର କିଙ୍ଗସ ଏହି ସମୟରେ ସୁରେଶ ଓ ତାଙ୍କ ପରିବାରକୁ ସମ୍ପୂର୍ଣ ସମର୍ଥନ ଦେଉଛି । ରାଇନାଙ୍କ ଆଇପିଏଲ ନଖେଳିବା ଚେନ୍ନାଇ ସୁପର କିଙ୍ଗସ ପାଇଁ ଏକ ବଡ ଝଟକା । ବର୍ତ୍ତମାନ ତାଙ୍କ ସ୍ଥାନରେ ଚେନ୍ନାଇ ସୁପର କିଙ୍ଗସରେ କାହାକୁ ସ୍ଥାନ ମିଳିବ ସେ ବିଷୟରେ ଜଣାପଡିନାହିଁ ।

୨୧ ଅଗଷ୍ଟରେ ସୁରେଶ ରାଇନ ଦଳ ସହ ଦୁବାଇରେ ପହଞ୍ଚିଲେ । ସିଏସକେ ଦଳର ଜଣେ ବୋଲର ଓ କିଛି ଷ୍ଟାଫଙ୍କୁ କରୋନା ସଂକ୍ରମଣ ହେବା ପରେ ଆଉ ୭ଦିନ ପାଇଁ କ୍ଵାରେଣ୍ଟାଇନର ଅବଧିକୁ ବଢାଇ ଦିଆଯାଇଛି । ସିଏସକେ ଦଳ ବର୍ତ୍ତମାନ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ କ୍ଵାରେଣ୍ଟାଇନରେ ରହିବେ । ବାକି ଦଳ ବର୍ତ୍ତମାନ ପର୍ଯ୍ଯନ୍ତ ନିଜର ସେସନ ଆରମ୍ଭ କରିସାରିଛନ୍ତି ।

ସୁରେଶ ରାଇନା ଆଇପିଏଲରେ ବର୍ତ୍ତମାନ ପର୍ଯ୍ଯନ୍ତ ୧୯୩ଟି ମ୍ଯାଚ ଖେଳିଛନ୍ତି । ସେଥିରେ ୩୮ଟି ଅର୍ଦ୍ଧଶତକ ସାହାଯ୍ୟରେ ୫୩୬୮ ରନ କରିଛନ୍ତି । ରାଇନା ଏହି ଲିଗରେ ୧୦୧ଟି କ୍ୟାଚ ଧରିଛନ୍ତି । ଗତବର୍ଷ ଆଇପିଏଲରେ ଏହି ବାମହାତୀ ବ୍ୟାଟ୍ସମେନ ୧୭ଟି ମ୍ଯାଚରୁ ତିନୋଟି ଅର୍ଦ୍ଦଶତକ ସାହାଯ୍ୟରେ ୩୮୩ ରନ କରିଥିଲେ ।

Double whammy for CSK: Day after COVID-19 strike, Suresh Raina backs out of IPL 2020
Google

ସୁରେଶ ରାଇନାଙ୍କର IPLରୁ ଓହରିବାକୁ ନେଇ ବିଶିଷ୍ଟ କମେଣ୍ଟେଟର ହର୍ଷ ଭୋଗଲେ କହିଛନ୍ତି କି, ରାଇନାଙ୍କ ଏହି ଓହରିବା ନିଶ୍ଚିତ ପକ୍ଷେ ଏକ ବଡ଼ ଝଟକା । ମୁଁ ଜାଣିନାହିଁ କି ସେ କେଉଁ କାରଣରୁ ଏହି ଟୁର୍ଣ୍ଣାମେଣ୍ଟରୁ ଓହରିଲେ । ସେ ବହୁତ ଭଲ ଫର୍ମରେ ଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ସେ ବହୁତ ଭଳ ପ୍ରଦର୍ଶନ କରିବାକୁ ଚାହୁଁଥିଲେ । ହୋଇପାରେ ତାଙ୍କର ବ୍ୟକ୍ତିଗତ କାରଣରୁ ସେ ଏଭଳି ନିଷ୍ପତ୍ତି ନେଇ ଥାଇ ପାରନ୍ତି ବୋଲି ହର୍ଷ ଭୋଗଲେ ସୂଚନା ଦେଇଛନ୍ତି ।

ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *