ଆଇପିଏଲ ୨୦୨୦ ର ଦ୍ୱିତୀୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସ କିଙ୍ଗସ ଏକାଦଶ ପଞ୍ଜାବକୁ ହରାଇଦେଇଛି । ଦିଲ୍ଲୀକୁ ସୁପର ଓଭରରେ ମିଳିଲା ବିଜୟ ।
IPL 2020 ଦିଲ୍ଲୀ ବନାମ ପଞ୍ଜାବ:
ଆଇପିଏଲ ୨୦୨୦ର ଦ୍ୱିତୀୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସ କିଙ୍ଗସ ଏକାଦଶ ପଞ୍ଜାବକୁ ହରାଇ ରୋମାଞ୍ଚକ ବିଜୟ ପ୍ରାପ୍ତ କରିଛି । ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ପ୍ରଥମେ ଦୁଇ ଦଳ ୨୦-୨୦ ଓଭରରେ ୮ ଲେଖାଏଁ ଉଇକେଟ ହରାଇ ୧୫୭ ରନ ବନାଇଥିଲେ । ଏହା ଫଳରେ ମ୍ୟାଚ ସୁପର ଓଭରକୁ ଗଲା ଏବଂ ପଞ୍ଜାବ ୩ ରନର ଲକ୍ଷ୍ୟ ଦିଲ୍ଲୀ ସାମ୍ନାରେ ରଖିଥିଲା ଏବଂ ଯାହାକୁ ଦିଲ୍ଲୀ ସହଜରେ ଜିତିନେଲା ।

କିଙ୍ଗସ ଏକାଦଶ ପଞ୍ଜାବର ଅଧିନାୟକ କେ.ଏଲ.ରାହୁଲ ସୁପର ଓଭରରେ ମିଳିଥିବା ପରାଜୟକୁ ନେଇ ନିରାଶ ଅଟନ୍ତି । ମ୍ୟାଚ ପରେ ରାହୁଲ କହିଲେ, “ମୋ ପାଇଁ ଏହା ଏକ ଖଟା-ମିଠା ପରିମାଣ ଅଟେ, ଯଦି ତୁମେ ଆମ ପାଳିର ୧୦ ଓଭରରେ କହିଥାନ୍ତେ ଯେ ମ୍ୟାଚ ସୁପର ଓଭର ଯାଏ ଯିବ ତେବେ ମୁଁ ମାନିଯାଇଥାନ୍ତି । ହେଲେ ଛାଡ଼ କିଛି କଥା ନାହିଁ ଏହାର ଆମର ପ୍ରଥମ ମ୍ୟାଚ ଥିଲା, ଏଥିରୁ ଆମେ ବହୁତ କିଛି ଶିଖିଲୁ” ।
.ରାହୁଲ ଆଗକୁ କହିଲେ ଯେ ‘ମୟଙ୍କ ଅଗ୍ରୱାଲ ବହୁତ ଭଲ ବ୍ୟାଟିଂ କଲେ, ସେ ଆମକୁ ପାଖାପାଖି ମ୍ୟାଚ ଜିତାଇ ଦେଇଥିଲେ । ତାଙ୍କ ବ୍ୟାଟିଂକୁ ଦେଖି ଅନେକ ଖେଳାଳିଙ୍କ ମନରେ ଆତ୍ମ ବିଶ୍ୱାସ ଆସିଛି । ମ୍ୟାଚର ଫଳାଫଳ ଯାହା ଆସିଲା ଅଧିନାୟକ ଭାବେ ତାହା ସ୍ୱକାରୀ କରୁଛି । ଆମେ ମ୍ୟାଚରେ କେତେ ଭୁଲ କଲୁ । କେବଳ ୫୫ ରନରେ ୫ ଟି ଉଇକେଟ ହରାଇଲା ପରେ ଆମେ ମ୍ୟାଚରେ ପୁଣି ଜିତିବାର ସୁଯୋଗକୁ ଆଣିଥିଲୁ ।’

ଟସ ଜିତି ପ୍ରଥମେ ଫିଲଡିଂ କରିବାର ନିର୍ଣ୍ଣୟରେ ରାହୁଲ କହିଲେ ଯେ ଆମକୁ ପିଚ ବିଷୟରେ ଏତେ ତଥ୍ୟ ଜଣାନଥିଲା । ଉଇକେଟ ଦୁଇ ଜଣ ଟିମ ପାଇଁ ଏକା ଭଳି ରହିଲା । ଏହା ପାଇଁ ଆମେ କିଛି ଖାସ କରିପାରିବୁ ନାହିଁ ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।