ଆଇପିଏଲ୍ ୨୦୨୦: କ୍ରିକେଟର ସବୁ ଫର୍ମାଟରୁ ଅବସର ନେଲେ ସେନ ୱାଟସନ । ୨୦୨୧ ରେ ଖେଳିବେନି ଆଇପିଏଲ ।

IPL 2020 Chennai all-rounder Shane Watson announced retirement from all forms of cricket, Shane Watson, CSK, IPL 2020, Cricket, Nitidina

ଅଷ୍ଟ୍ରେଲିଆ ଯିବା ପୂର୍ବରୁ ସେ CSK ସାଥୀମାନଙ୍କୁ କହିଥିଲେ ଯେ ସେ ଆଉ କ୍ରିକେଟ୍ ର କୌଣସି ଫର୍ମାଟରେ ଖେଳିବେ ନାହିଁ । ଅଷ୍ଟ୍ରେଲିଆ ତଥା ଚେନ୍ନାଇ ସୁପର କିଙ୍ଗସ୍ ଦୁର୍ଦ୍ଦଶ ଖେଳାଳି ସେନ ୱାଟସନ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଛନ୍ତି । ଚେନ୍ନାଇର ଏହି ଅଲରାଉଣ୍ଡର ୨୦୨୧ ରୁ ଆଉ ହଳଦିଆ ଜର୍ସିରେ ନଜର ଆସିବେନି । ସେ ଟ୍ୱିଟ କରି କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଏହି ଭେଟେରାନ ଅଷ୍ଟ୍ରେଲୀୟ ଖେଳାଳି ଆଉ ଆଇପିଏଲରେ ଖେଳିବେ ନାହିଁ ।

IPL 2020: Chennai all-rounder Shane Watson will not play in IPL next year, CSK informed
Google

ଆଇପିଏଲ୍ ୨୦୨୦ ରେ ସେନ ୱାଟସନ ବିଶେଷ କିଛି କରିବାରେ ସଫଳ ହୋଇ ନାଁହାନ୍ତି । ଏହି ଖେଳାଳି ହାରାହାରି ୨୯.୯୦ ହିସାବରେ ୧୧ ଟି ମ୍ୟାଚ୍ ରେ ୨୯୯ ରନ କରିଥିଲେ । ୱାଟସନଙ୍କ ବ୍ୟାଟରୁ ୨ ଟି ଅର୍ଦ୍ଧଶତକ ବାହାରିଥିଲା ​​ଏବଂ ତାଙ୍କର ଷ୍ଟ୍ରାଇକ୍ ରେଟ ୧୨୧.୦୫ ଥିଲା । ଚେନ୍ନାଇ ସୁପର କିଙ୍ଗ୍ସ ତାଙ୍କ ଠାରୁ ଯାହା ଆଶା କରୁଥିଲା, ତାହା ପାଇ ନଥିଲା, ଫଳସ୍ୱରୂପ ଚେନ୍ନାଇ ପ୍ରଥମ ଥର ପାଇଁ ଆଇପିଏଲ ପ୍ଲେ ଅଫରେ ପ୍ରବେଶ କରିପାରି ନଥିଲେ ।

ବଡ କଥା ହେଉଛି ସେନ ୱାଟସନଙ୍କ ପରି ଜଣେ ଭେଟେରାନ ଖେଳାଳି କୌଣସି ମ୍ୟାଚ ଖେଳି କ୍ରିକେଟକୁ ବିଦାୟ ଦେଇ ପାରିଲେ ନାହିଁ । ଚେନ୍ନାଇ ସୁପର କିଙ୍ଗ୍ସ ଶେଷ ଲିଗ୍ ମ୍ୟାଚ୍ ଖେଳିଥିବା ପ୍ଲେଇଂ ଇଲେଭେନରେ ୱାଟସନଙ୍କୁ ସ୍ଥାନ ଦେଇ ନଥିଲା । ୱାଟସନ ୨୯ ଅକ୍ଟୋବରରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ତାଙ୍କର ଶେଷ ଆଇପିଏଲ୍ ମ୍ୟାଚ୍ ଖେଳିଥିଲେ ।

ଖବର ଅନୁଯାୟୀ ଚେନ୍ନାଇ ସୁପର କିଙ୍ଗ୍ସ ମ୍ୟାନେଜମେଣ୍ଟ ମଧ୍ୟ ଜାଣି ନଥିଲା ଯେ ଏହି ସିଜିନ ପରେ ସେନ ୱାଟସନ କ୍ରିକେଟକୁ ବିଦାୟ ଦେବାକୁ ଯାଉଛନ୍ତି । ପଞ୍ଜାବ ବିପକ୍ଷରେ ଚେନ୍ନାଇ ଶେଷ ଲିଗ୍ ମ୍ୟାଚ୍ ଖେଳିବା ସାରିବା ପରେ ୱାଟସନ ତାଙ୍କ ସାଥୀ ଖେଳାଳିଙ୍କୁ କହିଥିଲେ ଯେ ସେ କ୍ରିକେଟ୍ ର ସମସ୍ତ ଫର୍ମାଟରୁ ଅବସର ନେଉଛନ୍ତି ।

Shane Watson to announce retirement from all forms of cricket
Google
ସେନ ୱାଟସନଙ୍କ ଆଇପିଏଲ୍ କ୍ୟାରିଅର୍:

ଆନ୍ତର୍ଜାତୀୟ କ୍ରିକେଟ୍ ରୁ ଅବସର ନେବା ପରେ, ୨୦୧୮ ରେ ଚେନ୍ନାଇ ସୁପର କିଙ୍ଗ୍ସ ୱାଟସନଙ୍କୁ ଆଇପିଏଲ ନିଲାମରେ ଅନ୍ତର୍ଭୁକ୍ତ କରିଥିଲେ । ୨୦୧୮ ମସିହାରେ, ଆଇପିଏଲ୍ ଫାଇନାଲରେ ୱାଟସନଙ୍କ ଆକର୍ଷଣୀୟ ଶତକ ହେତୁ CSK ଦଳ ଚମ୍ପିୟାନ ହୋଇଥିଲା । ୨୦୧୮ ଆଇପିଏଲ୍ ଫାଇନାଲରେ ୱାଟସନ ଚେନ୍ନାଇ ସୁପର କିଙ୍ଗ୍ସକୁ ତୃତୀୟ ଥର ପାଇଁ ଆଇପିଏଲ୍ ଚାମ୍ପିଅନ୍ କରାଇବା ପାଇଁ ମୁଖ୍ୟ ଭୂମିକା ନେଇଥିଲେ ।

ରାଜସ୍ଥାନ ରୟାଲ୍ସ,, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରତିନିଧିତ୍ୱ କରୁଥିବା ସେନ ୱାଟସନଙ୍କ ଆଇପିଏଲ କ୍ୟାରିୟର ଅତୁଳନୀୟ ଥିଲା । ଏହି ଖେଳାଳି ୧୪୫ ଟି ମ୍ୟାଚରୁ ହାରାହାରି ୩୦.୯୯ ହିସାବରେ ୩୮୭୪ ରନ୍ ସ୍କୋର କରିଛନ୍ତି । ୱାଟସନ ଆଇପିଏଲରେ ୪ଟି ଶତକ ଏବଂ ୨୧ ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ୱାଟସନ ମଧ୍ୟ ଆଇପିଏଲରେ ୯୨ ୱିକେଟ୍ ନେଇଛନ୍ତି । ଏହି ଅଷ୍ଟ୍ରେଲୀୟ ଖେଳାଳି ୨୦୦୮ ମସିହାରେ ରାଜସ୍ଥାନ ରୟାଲ୍ସ ଟାଇଟଲ ବିଜୟରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ୨୦୦୮ ରେ ୱାଟସନ ମ୍ୟାନ ଅଫ ଦ ଟୁର୍ନାମେଣ୍ଟ ଆୱାର୍ଡ ପାଇଥିଲେ । ୱାଟସନ ମଧ୍ୟ ୨୦୧୩ ରେ ମ୍ୟାନ୍ ଅଫ୍ ଟୁର୍ନାମେଣ୍ଟ ଆୱାର୍ଡ ପାଇଥିଲେ । ୨୦୦୮ ଆଇପିଏଲ୍ ସେମିଫାଇନାଲରେ ୱାଟସନ ୫୨ ରନର ଇନିଂସ ଖେଳି ରାଜସ୍ଥାନ ରୟାଲ୍ସକୁ ଫାଇନାଲକୁ ନେଇଥିଲେ ।

IPL 2020: Chennai all-rounder Shane Watson will not play in IPL next year, CSK informed
Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *