ଚେନ୍ନାଇ ସୁପର କିଙ୍ଗସକୁ ପୁଣି ଏକ ଝଟକା ଲାଗିଛି । ଖବର ଅନୁସାରେ ଚେନ୍ନାଇ ଦଳ ଆଇପିଏଲର ପ୍ରଥମ ମ୍ୟାଚ ଖେଳି ପାରିବନାହିଁ । ବିସିସିଆଇ ସିଡ୍ୟୁଲ ଅନୁଯାୟୀ ଚାରିଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଓ ତିନିଥର ବିଜେତା ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଆଇପିଏଲ 2020 ର ପ୍ରଥମ ମ୍ୟାଚ ହେବାକୁ ଥିଲା । ଚେନ୍ନାଇ ସୁପର କିଙ୍ଗସ ଦଳର ଦୁଇଜଣ ଖେଳାଳି କରୋନା ପଜିଟିଭ ହୋଇଯିବାରୁ ବୋଧହୁଏ ଚେନ୍ନାଇ ତା’ର ପ୍ରଥମ ମ୍ୟାଚ ଖେଳିବାରୁ ବଞ୍ଚିତ ରହିବ ।
ଚେନ୍ନାଇ ସୁପର କିଙ୍ଗସ ଏହି ଆଇପିଏଲ ସିଜିନରେ ସମସ୍ୟାର ସମୁଖୀନ ହୋଇପାରେ :
ଷ୍ଟାର ଖେଳାଳି ସୁରେଶ ରାଇନା ଚଳିତବର୍ଷ ନିଜର ବ୍ୟକ୍ତିଗତ କାରଣ ପାଇଁ ଆଇପିଏଲରୁ ଓହରି ଯାଇଛନ୍ତି । ସୁରେଶ ରାଇନା ଅଗଷ୍ଟ ୨୧ ତାରିଖରେ ସାଥି ଖେଳାଳିଙ୍କ ସହିତ ଦୁବାଇ ପହଞ୍ଚିଥିଲେ କିନ୍ତୁ ବ୍ୟକ୍ତିଗତ କାରଣ ପାଇଁ ସେ ଫେରିଯିବାକୁ ବାଧ୍ୟ ହୋଇଥିଲେ । ସୂଚନାନୁସାରେ, ଶନିବାର ଦିନ ସୁରେଶ ରାଇନାଙ୍କର ପରିବାର ଉପରେ ଆକ୍ରମଣ କରାଯାଇଥିବାରୁ ସେ ଭାରତ ଫେରିଯାଇଥିଲେ । ସେହିପରି ଶନିବାର ଦିନ ଆଉ ଏକ ଖେଳାଳି ଚେନ୍ନାଇ ଦଳରୁ କରୋନା ପଜିଟିଭ ବାହାରିଛନ୍ତି ।

ଖବର ଅନୁସାରେ, ଋତୁରାଜ ଗାଇକୱାଦଙ୍କ ଠାରେ covid-19 ପଜିଟିଭ ଦେଖାଯାଇଛି । ଆପଣଙ୍କୁ ଜଣାଇଦେଉଛୁ ଯେ, ଶୁକ୍ରବାର ଦିନ ଚେନ୍ନାଇର ଷ୍ଟାର ବୋଲର ଦୀପକ ଚହର ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।
ଚଳିତବର୍ଷ କେବଳ CSK ପାଇଁ ନୁହେଁ, ଅଲଗା ଟିମ ପାଇଁ ମଧ୍ୟ ଦେଖାଦେଇପାରେ ସମସ୍ୟା :
ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ଟ୍ୱିଟ କରି ଜଣାଇଥିଲେ କି, ତାଙ୍କ ଦଳର ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ସେପ୍ଟେମ୍ବର୍ ୧୯ ତାରିଖରେ ଆରମ୍ଭ ହେବାକୁ ଯାଉଛି । ଖେଳାଳିମାନେ ଦୁବାଇ ପହଞ୍ଚିବା ପରେ ପ୍ରଥମେ ତାଙ୍କର ପ୍ରଥମ ଦିନ, ତିନିଦିନ ଦିନ ଓ ଛଅଦିନ ଦିନ କରୋନା ଟେଷ୍ଟ ହେବାର ଥିଲା । ଯଦି ଏହି ତିନୋଟି ଟେଷ୍ଟରୁ ସେ ନେଗେଟିଭ ଆସିଲେ ତାହେଲେ ତାଙ୍କୁ ଅଭ୍ୟାସ କରିବାକୁ ଅନୁମତି ଦିଆଯିବ ନଚେତ ଯଦି ଏହା ଭିତରେ ସେ ପଜିଟିଭ ଦେଖାଗଲେ ତାହେଲେ ତାଙ୍କୁ ୭ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟଇନରେ ରହିବାକୁ ପଡିବ ।

ଏହି ପରିସ୍ଥିତି ଚେନ୍ନାଇ ଦଳ ସହିତ ଅନ୍ୟ ଦଳ ମାନଙ୍କ ପାଇଁ ମଧ୍ୟ ସମସ୍ୟା ଆଣିପାରିବ କାରଣ ଏହିସମୟରେ କିଛି ଦଳର ଖେଳାଳି ମାନଙ୍କୁ ଏପର୍ଯ୍ୟନ୍ତ ଟେଷ୍ଟ କରାଯାଇନାହଁ ।
ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।