ଆଇପିଏଲ ୨୦୨୦: ଗେଲଙ୍କ ପ୍ୟାନ୍ସଙ୍କୁ ଜବାବ- ଫେରିଲେ “ୟୁନିଭର୍ସାଲ ବସ୍” ଆମେ ବାକି ସବୁ ମ୍ୟାଚ ଜିତିପାରିବୁ ।

Chris Gayle, IPL 2020, Cricket, KXIP, Nitidina, News, India, Odisha

କିଙ୍ଗସ ଏକାଦଶର ବିସ୍ଫୋଟକ ବ୍ୟାଟ୍ସମ୍ୟାନ କ୍ରିଷ ଗେଲ ସଂକେତ ଦେଇଛନ୍ତି ଯେ ସେ ଗୁରୁବାର ଆରସିବି ବିରୁଦ୍ଧରେ ନିଜର ପ୍ରଥମ ମ୍ୟାଚ ଖେଳିପାରନ୍ତି। ସେ ପେଟ ଦରଜରୁ ମୁକ୍ତି ପାଇସାରିଛନ୍ତି।

Google

ଟିମର ମୁଖ୍ୟ କୋଚ୍ ଅନିଲ କୁମ୍ବଲେ କହିଥିଲେ କି ଗେଲ “ଫୁଡ଼ ପଇଜନ”କାରଣରୁ ହାଇଦ୍ରାବାଦ ବିରୁଦ୍ଧରେ ମ୍ୟାଚ ଖେଳି ନଥିଲେ। ଏହି ୪୧ ବର୍ଷୀୟ ବିସ୍ଫୋଟକ ବ୍ୟାଟ୍ସମ୍ୟାନ କେକେଆର ବିରୁଦ୍ଧରେ ଶନିବାର ମଧ୍ୟ ଖେଳିପାରିନଥିଲେ।

କ୍ରିଷ ଗେଲ ହସ୍ପିଟାଲରୁ ଏକ ଫୋଟୋ ଅପଲୋଡ଼ କରିଥିଲେ ଓ ପଞ୍ଜାବ ଟିମ ସୋମବାର କୁ କ୍ରିଷ ଗେଲଙ୍କ ଅଭ୍ୟାସ ଫୋଟୋ ସେୟାର କରିବାର ଦେଖିବାକୁ ମିଳିଥିଲା।

ଗେଲ ଏକ ସଂକ୍ଷିପ୍ତ ଭିଡ଼ିଓ ଜାରି କରି କହିଥିଲେ -“ସବୁ ପ୍ରଶଂସକଙ୍କୁ ମୋର ଜବାବ,ଏବେ ଅପେକ୍ଷାର ଅନ୍ତ ହୋଇଛି।ୟୁନିଭର୍ସାଲ ବସ(ଗେଲଙ୍କୁ ଏହି ନାମରେ ଜଣାଯାଏ)ଫେରିଆସିଛି। ମୁଁ ଜାଣିଛି ଆପଣ ମାନଙ୍କୁ ଏହାର ବହୁତ ସମୟ ହେଲା ଅପେକ୍ଷା ଥିଲା। ୟୁନିଭର୍ସାଲ ବସକୁ ପୁଣି ଯଦି କିଛି ନ ହୁଏ ତ ଭାବିନେବେ ଆପଣଙ୍କ ଅପେକ୍ଷାର ଅନ୍ତ ହୋଇଛି। ଆଶା କରୁଛି କିଛି ଖରାପ ନ ହେଉ”।

Google

ସେ କହିଛନ୍ତି ‘ଏହା ଏବେ ମଧ୍ୟ ସମ୍ଭବ(ପ୍ଲେଅଫରେ ଜାଗା)।ମୁଁ ଜାଣିଛି କି ଅଙ୍କ ତାଲିକାରେ ଆମେ ସବୁଠାରୁ ତଳେ ଅଛୁ,ହେଲେ ଏହା ମଧ୍ୟ ସମ୍ଭବ ଅଟେ। ୭ ଟି ମ୍ୟାଚ ବାକି ଅଛି ଆମକୁ ୭ ଟି ମ୍ୟାଚ ଜିତିବାକୁ ହେବ। ଏହା ଏବେ ମଧ୍ୟ ସମ୍ଭବ ଅଟେ।’

ଗେଲ କହିଲେ,’ମୁଁ ସବୁ ଖେଳାଳିମାନଙ୍କୁ ଉତ୍ସାହିତ କରୁଛି ଯେ ସେମାନେ ଆତ୍ମବିଶ୍ୱାସ ରଖନ୍ତୁ। ଯେପରି କି ମୁଁ କହିଲି,ଏଠାରୁ ଆମେ ଉପରକୁ ଯାଇପାରିବା। ଆମ୍ଭେମାନେ ଏପରି କରିପାରିବା।’

ଏହା ପୂର୍ବରୁ ଏକ ଟିମ ସୂତ୍ର କହିଥିଲେ,’ସେ ଏବେ ସୁସ୍ଥ ଅଛନ୍ତି ଏବଂ ଆଶା ଅଛିକି ଆରସିବି ବିରୁଦ୍ଧରେ ମ୍ୟାଚରେ ଖେଳିବେ।’ ଏହି ମ୍ୟାଚ ଶାରଜାହରେ ହେବ ଯାହାର ମୈଦାନ ଆଇପିଏଲର ତିନୋଟି ମ୍ୟାଚ ସ୍ଥଳ ମଧ୍ୟରୁ ସବୁଠୁ ଛୋଟ।

Google

ମୟଙ୍କ ଅଗ୍ରୱାଲ ଏବଂ କେଏଲ ରାହୁଲ ଏ ପର୍ଯ୍ୟନ୍ତ କିଙ୍ଗସ ୧୧ କୁ ବହୁତ ଭଲ ଆରମ୍ଭ ଦେଇଆସିଛନ୍ତି ଏବଂ ଏଥିରେ ଗେଲଙ୍କୁ ଖେଳିବାର ମୌକା ମିଳିଲା ନାହିଁ। କିଙ୍ଗସ ୧୧ ସାତଟି ମ୍ୟାଚରୁ ୬ଟି ମ୍ୟାଚରେ ହାରିବାର ସାମ୍ନା କରିବାକୁ ପଡିଛି ଏବଂ ତାକୁ ପ୍ଲେ ଅଫରେ ଜାଗା କରିବା ପାଇଁ ଏବେ କିଛି ବିଶେଷ ପ୍ରଦର୍ଶନ କରିବାକୁ ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *