ଆଇପିଏଲ୍ ୨୦୨୦ ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍ ର ବିଜୟ ସହିତ ଅଭିଯାନ ଆରମ୍ଭ । ମୁମ୍ବାଇ ଇଣ୍ଡିଆନ୍ସ କୁ ପୁଣି ହରେଇଲା ଚେନ୍ନାଇ ସୁପର କିଙ୍ଗସ୍ ।

IPL 2020 CSK defat Mumbai Indians again and start win in1st match in this Season, ଆଇପିଏଲ୍ ୨୦୨୦ ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍ ର ବିଜୟ ସହିତ ଅଭିଯାନ ଆରମ୍ଭ । ମୁମ୍ବାଇ ଇଣ୍ଡିଆନ୍ସ ପୁଣି ହରେଇଲା ଚେନ୍ନାଇ ସୁପର କିଙ୍ଗସ୍ ।, CSK, MI, Chennai Super Kings, Mumbai Indians, IPL 2020, Cricket, Indian Cricket, Nitidina

କରୋନା ମହାମାରୀ ପାଇଁ ବହୁତ ଅପେକ୍ଷା ପରେ ଆଇପିଏଲ୍ ୨୦୨୦ ର ଆଜି ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ପ୍ରଥମ ମ୍ୟାଚ ସହିତ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି ।

ଆଇପିଏଲ୍ ୨୦୨୦ର ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ପାଞ୍ଚ ୱିକେଟରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୨୦ ଓଭରରେ ୯ ୱିକେଟ ହରାଇ ୧୬୨ ରନ୍ ସଂଗ୍ରହ କରିଥିଲା ​​। ଏହାର ଜବାବରେ ଚେନ୍ନାଇ ସୁପର କିଙ୍ଗ୍ସ ଶେଷ ଓଭରରେ ଚାରିଟି ବଲ ବାକି ଥାଇ ପାଞ୍ଚ ୱିକେଟ୍ ହରାଇ ମ୍ୟାଚକୁ ଜିତିନେଇଥିଲା ।

Ambati Rayudu 71 runs on 1st match IPL 2020
Google

ଚେନ୍ନାଇ ପାଇଁ ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଅମ୍ବାତି ରାୟୁଡୁ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ । ରାୟୁଡୁ ୪୮ ବଲରେ ୭୧ ରନ୍ ସଂଗ୍ରହ କରିଥିଲେ । ଆଇପିଏଲରେ ଏହା ରାୟୁଡୁଙ୍କର ୧୯ ତମ ଅର୍ଧଶତକ ଥିଲା । ରାୟୁଡୁଙ୍କ ବ୍ୟତୀତ ଫାଫ୍ ଡୁ ପ୍ଲେସିସ୍ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ । ଏହି ବର୍ଷର ଏହା ଦ୍ୱିତୀୟ ଅର୍ଧଶତକ । ପ୍ଲେସିସ୍ ତାଙ୍କ ଅର୍ଦ୍ଧଶତକୀୟ ଇନିଂସରେ ୬ଟି ଚୌକ ମାରିଥିଲେ । ତୃତୀୟ ୱିକେଟ୍ ପାଇଁ ଦୁହେଁ ୧୧୫ ରନର ଏକ ଗୁରୁତ୍ୱପୂର୍ଣ୍ଣ ପାର୍ଟନରଶୀପ ମ୍ୟାଚ ଖେଳିଥିଲେ ।

IPL 2020 Highlights, CSK vs MI: CSK beat MI by 5 wickets, Rayudu, Du Plessis star with fifties - cricket - Hindustan Times
Google

ଏହାପୂର୍ବରୁ ମୁମ୍ବାଇର ୧୬୩ ରନ୍‌ର ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଚେନ୍ନାଇ ପ୍ରଥମରୁ ବହୁତ ଖରାପ ଆରମ୍ଭ କରିଥିଲା । ଚେନ୍ନାଇ ମାତ୍ର ୬ ରନ୍ ସ୍କୋର କରି ଉଭୟ ଓପନରଙ୍କୁ ହରାଇଥିଲା । ମୁରଲୀ ବିଜୟ ୦୧ ଏବଂ ସେନ ୱାଟସନ ୦୪ ରନ କରି ପାଭିଲିୟନକୁ ଫେରିଥିଲେ ।

ପ୍ରଥମ ଇଂନିଙ୍ଗସରେ ମୁମ୍ବାଇ ୧୬୨ ରନ ସଂଗ୍ରହ କରିଥିଲା :

ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୬୨ ରନ୍ ସଂଗ୍ରହ କରିଥିଲା । ମୁମ୍ବାଇ ପାଇଁ ସୌରଭ ତିୱାରୀ ସର୍ବାଧିକ ୪୨ ରନ୍ ସଂଗ୍ରହ କରିଥିଲେ । ଏହି ସମୟରେ ତାଙ୍କ ବ୍ୟାଟରୁ ତିନୋଟି ଚୌକା ଓ ଗୋଟିଏ ଛକା ଦେଖିବାକୁ ମିଳିଥିଲା । ତିୱାରୀ ବ୍ୟତୀତ ଓପନର୍ କ୍ୱିଣ୍ଟନ୍ ଡିକକ୍ ପାଞ୍ଚୋଟି ଚୌକା ସହାୟତାରେ ୨୦ଟି ବଲରେ ୩୩ ରନ୍ ସଂଗ୍ରହ କରିଥିଲେ । ଚେନ୍ନାଇ ସୁପର କିଙ୍ଗ୍ସର ଲୁଙ୍ଗି ନାଗିଡି ୪ ଓଭରରେ ୩୮ରନ୍ ପାଇଁ ତିନୋଟି ୱିକେଟ୍ ନେଇଥିଲେ । ତା ସହିତ ରବିନ୍ଦ୍ର ଜାଡେଜା ଏବଂ ଦୀପକ ଚହରକୁ ଦୁଇଟି ଲେଖାଏଁ ସଫଳତା ମିଳିଛି ।

IPL 2020 MI vs CSK preview: Familiar battle in unfamiliar territory to mark start of much-awaited season - Sports News
Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *