ଆଇପିଏଲ ୨୦୨୦: ଦିଲ୍ଲୀ କ୍ୟାପିଟଲ୍ସ ରଚିଲା ଇତିହାସ, ପ୍ରଥମଥର ମିଳିଲା ଫାଇନାଲର ଟିକେଟ ।

IPL 2020: Delhi Capitals created history got final ticket for the first time

ଆଇପିଏଲର ୧୩ ତମ ସଂସ୍କରଣର ଦ୍ୱିତୀୟ କ୍ବାଲିଫାଏର ମ୍ୟାଚରେ ଦିଲ୍ଲୀ କ୍ୟାପିଟଲ୍ସ ସନ ରାଇଜର୍ସ ହାଇଦ୍ରାବାଦକୁ ୧୭ ରନରେ ହରାଇ ପ୍ରଥମ ଥର ଫାଇନାଲରେ ପହଁଛି ଇତିହାସ ରଚିଛି।

Google

୧୩ ବର୍ଷର ଲମ୍ବା ସମୟ ପରେ ଶେଷରେ ସେହି ସମୟ ଆସିଗଲା ଯାହାକୁ ଦିଲ୍ଲୀ ଅପେକ୍ଷା କରିଥିଲା। ଆଇପିଏଲ ୨୦୨୦ର ଦ୍ୱିତୀୟ କ୍ବାଲିଫାଏର ମ୍ୟାଚରେ ଦିଲ୍ଲୀ କ୍ୟାପିଟଲ୍ସ ସନ ରାଇଜର୍ସ ହାଇଦ୍ରାବାଦକୁ ୧୭ ରନ ରେ ହରାଇବା ଦ୍ଵାରା ଦିଲ୍ଲୀ କ୍ୟାପିଟଲ୍ସକୁ ପ୍ରଥମ ଥର ଫାଇନାଲକୁ ଯିବାକୁ ମୌକା ପାଇଲା।

ଯାହା ଦ୍ୱାରା ଦିଲ୍ଲୀ ୧୦ ନଭେମ୍ବରକୁ ଦୁବାଇର ପଡିଆରେ ମୁମ୍ବାଇ ଇଂଣ୍ଡିଆନ୍ସ ସହ ଆଇପିଏଲର ଫାଇନାଲ ମ୍ୟାଚ ଟ୍ରଫି ପାଇଁ ଖେଳିବ।

ହାଇଦ୍ରାବାଦ ସହ ବିଜୟ ଫାଇନାଲର ଅପେକ୍ଷାକୁ ଶେଷ କରିଛି:

ତଥ୍ୟ ଅନୁସାରେ ଆଇପିଏଲରେ ଥିବା ୮ଟି ଟିମ ମଧ୍ୟରୁ ଦିଲ୍ଲୀ କ୍ୟାପିଟଲ୍ସ ଏକମାତ୍ର ଏପରି ଟିମ ଯିଏକି ଆଜି ପର୍ଯ୍ୟନ୍ତ ଆଇପିଏଲର ଫାଇନାଲ ଖେଳିପାରିନାହିଁ। ଏବେ ହାଇଦ୍ରାବାଦ ବିପକ୍ଷରେ କ୍ବାଲିଫାଏର ୨ରେ ବିଜୟ ପରେ ଦିଲ୍ଲୀର ଫାଇନାଲ ଖେଳିବାର ସ୍ୱପ୍ନ ଦୀର୍ଘ ଦିନ ପରେ ପୁର୍ଣ ହୋଇଛି।

ଏହା ପୂର୍ବରୁ ନିଜ ସବୁ ଆଇପିଏଲ ବର୍ଷରେ ନିଜର ଖରାପ ପ୍ରଦର୍ଶନ ପାଇଁ ଦିଲ୍ଲୀକୁ ଅନେକ ସମାଲୋଚନାର ସାମ୍ନା କରିବାକୁ ପଡୁଥିଲା କିନ୍ତୁ ଏଥର ନିଜର ସୁନ୍ଦର ଖେଳ ପ୍ରଦର୍ଶନ କରି ଦିଲ୍ଲୀ ସେହି ଆଲୋଚନାକୁ କଡା ଜବାବ ଦେଇଛି। ଏହା ସହିତ ଦିଲ୍ଲୀ ଆଇପିଏଲ ର ୧୩ ତମ ସଂସ୍କରଣ ଫାଇନାଲରେ ପହଁଚିବା ପରେ ପ୍ରଶଂସକ ମାନେ ବହୁତ ଖୁସି ଅନୁଭବ କରିଛନ୍ତି।

Google
ଏହି ବର୍ଷ ବହୁତ ସୁନ୍ଦର ରହିଲା ଦିଲ୍ଲୀ କ୍ୟାପିଟଲ୍ସର ପ୍ରଦର୍ଶନ:

ଏହା ସହିତ ଦେଖାଯିବ ତ ଏହି ବର୍ଷ ଆଇପିଏଲରେ ଦିଲ୍ଲୀ କ୍ୟାପିଟଲ୍ସର ପ୍ରଦର୍ଶନ ପରେ ଏବେ ଦିଲ୍ଲୀ କ୍ୟାପିଟଲ୍ସ ଟିମ ଏକ ଦମଦାର ଟିମ ହୋଇ ବାହାରିଛି। ଏହି ବର୍ଷ ଆଇପିଏଲ ରେ ଦିଲ୍ଲୀ ୧୪ ମ୍ୟାଚରୁ ୮ ଟି ବିଜୟ ସହ ଅଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଥିଲା। ଏହି କାରଣ ଯୋଗୁ ପ୍ରଥମ କ୍ବାଲିଫାଏର ମ୍ୟାଚରେ ଦିଲ୍ଲୀକୁ ମୁମ୍ବାଇ ସହ ହାରିବା ପରେ ମଧ୍ୟ ଦ୍ୱିତୀୟ କ୍ବାଲିଫାଏର ଖେଳିବାକୁ ମୌକା ମିଳିଲା।

ଯାହାର ଫାଇଦା ଶ୍ରେୟସ ଆୟରଙ୍କ ଟିମ ବହୁତ ଭଲ ଭାବେ ଉଠାଇଲା। ଏପରି ପରିସ୍ଥିତିରେ ସବୁ କ୍ରିକେଟ ପ୍ରଶଂସକଙ୍କ ନଜର ଆଇପିଏଲ ୨୦୨୦ର ଫାଇନାଲ ଉପରେ ଅଛି। କାରଣ ଏହା ଦେଖିବାକୁ ରହିଲା କି କଣ ପ୍ରଥମ ଥର ଫାଇନାଲ ଖେଳିବା ସହ ଦିଲ୍ଲୀ ପ୍ରଥମ ଥର ଆଇପିଏଲ ବିଜେତା ହୋଇପାରିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *