IPL 2020 : ଦିଲ୍ଲୀ କ୍ୟାପିଟାଲସକୁ ଲାଗିଲା ବଡ଼ ଝଟକା, ଷ୍ଟାର ଖେଳାଳି ହେଲେ ବାହାର ।

IPL 2020 Delhi Capitals got a big shock star player out, IPL 2020 : ଦିଲ୍ଲୀ କ୍ୟାପିଟାଲସକୁ ଲାଗିଲା ବଡ଼ ଝଟକା, ଷ୍ଟାର ଖେଳାଳି ହେଲେ ବାହାର ।, IPL 2020, Cricket, Delhi Capital, Nitidina, News

ଆଇପିଏଲ ୨୦୨୦ ବିଜୟର ସହିତ ନିଜର ଅଭିଯାନ ଆରମ୍ଭ କରିଥିବା ଦିଲ୍ଲୀ କ୍ୟାପିଟାଲସକୁ ଲାଗିଲା ବଡ଼ ଝଟକା, ମୁଖ୍ୟ ଖେଳାଳି ହେଲେ ବାହାର। ଏହା କେଉଁ ବଡ଼ ଝଟକା ଠାରୁ କମ ନୁହେଁ ।

ଆଇପିଏଲର ୧୩ ତମ ସଂସ୍କରଣରେ ବିଜୟର ସହିତ ନିଜର ଅଭିଯାନ ଆରମ୍ଭ କରିଥିବା ଦିଲ୍ଲୀ କ୍ୟାପିଟାଲସକୁ ଲାଗିଲା ଶକ୍ତ ଧକ୍କା । ପ୍ରଥମ ମ୍ୟାଚରୁ ନଖେଳିଥିବା ସବୁଠୁ ଅନୁଭବ ଖେଳାଳି ଇଶାନ୍ତ ଶର୍ମା ନିଜର ଇଂଜୁରୀରୁ ଏବେ ଯାଏ ଠିକ ଭାବେ ମୁକୁଳି ନାହାନ୍ତି । ରିପୋର୍ଟ ଅନୁସାରେ ଇଶାନ୍ତ ଶର୍ମା ଆଗ ଦୁଇଟି ମ୍ୟାଚରୁ ମଧ୍ୟ ବାହାରେ ରହି ପାରନ୍ତି । ୨୫ ସେପ୍ଟେମ୍ବର ଦିନ ଦିଲ୍ଲୀର ଟକର ଚେନ୍ନାଇ ସୁପର କିଙ୍ଗସ ସହିତ ହେବ ।

IPL 2020 Delhi Capitals got a big shock star player out
Google

ଦିଲ୍ଲୀ କ୍ୟାପିଟାଲସର ଏକ ମେମ୍ବର ଇଶାନ୍ତ ଶର୍ମା ଆଗ ମ୍ୟାଚ ଖେଳିବେନି ବୋଲି କହିଛନ୍ତି । ସେ କହିଲେ, “ଇଶାନ୍ତ ଶର୍ମାଙ୍କର ଫିଟନେଶକୁ ନେଇ କୌଣସି ପ୍ରକାର ରିସ୍କ ନିଆଯାଇପାରିବନାହିଁ । ଇଶାନ୍ତଙ୍କୁ ଫିଟ ହେବାର ସମ୍ପୂର୍ଣ୍ଣ ମୌକା ଦିଆଯିବ ଏବଂ ତାଙ୍କର ଆଗ ଗୋଟିଏ କିମ୍ବା ଦୁଇଟି ମ୍ୟାଚ ନଖେଳିବା ନିଶ୍ଚିତ ଅଟେ ।”

ହେଲେ ଦିଲ୍ଲୀ କ୍ୟାପିଟାଲସ ଇଶାନ୍ତ ଶର୍ମାଙ୍କର ଇଂଜୁରୀ ଅଧିକ ଗମ୍ଭୀର ନୁହେଁ ବୋଲି କହିଲେ । ଦଳ ପକ୍ଷରୁ କୁହାଯାଇଛି ଫିଜିଓ ଇଶାନ୍ତ ଶର୍ମାଙ୍କ ସହିତ କାମ କରୁଛନ୍ତି ଏବଂ ଶୀଘ୍ର ହିଁ ସେ ବିଷୟରେ ତଥ୍ୟ ଦିଆଯିବ ।

ଶୁକ୍ରବାର ଦିନ ଦୁବାଇରେ ପୂର୍ବ ବର୍ଷର ରନର୍ସଅପ ଚେନ୍ନାଇ ସୁପର କିଙ୍ଗସ ସହ ଖେଳାଯିବ । ଦିଲ୍ଲୀ ନିଜର ୩ୟ ମ୍ୟାଚ ୨୯ ସେପ୍ଟେମ୍ବରକୁ ସନରାଇଜର୍ସ ହାଇଦ୍ରାବାଦ ସହ ଖେଳିବ । ଏହି ଦୁଇଟି ମ୍ୟାଚରେ ଇଶାନ୍ତ ଶର୍ମା ନଖେଳିବା ପାଖାପାଖି ନିଶ୍ଚିତ ଅଟେ ।

IPL 2020 Delhi Capitals got a big shock star player out
Google
ପ୍ରଥମ ମ୍ୟାଚରେ ଇଶାନ୍ତଙ୍କ ଅନୁପସ୍ଥିତ ଦେଖାଗଲା ନାହିଁ:

ଦିଲ୍ଲୀ କ୍ୟାପିଟାଲସ ଦଳ ନିଜର ପ୍ରଥମ ମ୍ୟାଚରେ ଇଶାନ୍ତ ଶର୍ମାଙ୍କର ଅନୁପସ୍ଥିତ ପରିଲକ୍ଷିତ ହେଲା ନାହିଁ । ଦିଲ୍ଲୀ କ୍ୟାପିଟାଲସର ରବାଡ଼ାଙ୍କର ଭଲ ବୋଲିଂ ଯୋଗୁଁ କିଙ୍ଗସ ଏକାଦଶ ପଞ୍ଜାବକୁ ସୁପର ଓଭରରେ ହରାଇଥିଲା ।

ହେଲେ ଦିଲ୍ଲୀ କ୍ୟାପିଟାଲସ ଏବଂ କିଙ୍ଗସ ଏକାଦଶ ପଞ୍ଜାବ ମ୍ୟାଚରେ ଖରାପ ଅମ୍ପାୟାରିଂକୁ ନେଇ ବହୁତ ଚର୍ଚ୍ଚା ଚାଲିଛି ।ଅମ୍ପାୟାର ୧୯ ତମ ଓଭରରେ କିଙ୍ଗସ ଏକାଦଶର ସର୍ଟ ରନ ନାମରେ ଏକ ରନ କମ କରିଦେଲେ, ହେଲେ ରିପ୍ଲେରେ ଜଣା ପଡୁଥିଲା ଯେ ଏହା ସର୍ଟ ରନ ନଥିଲା । ପଞ୍ଜାବର ଦଳ ମ୍ୟାଚ ପରେ ଅମ୍ପାୟାରଙ୍କୁ ନେଇ ପ୍ରଶ୍ନ ଛିଡା କରିଦେଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *