ଆଇପିଏଲ ୨୦୨୦: ଦିଲ୍ଲୀ ରାଜଧାନୀକୁ ପୁଣି ଲାଗିଲା ଏକ ଶକ୍ତ ଝଟକା, ଏହି ସୁପରଷ୍ଟାର ବ୍ୟାଟ୍ସମ୍ୟାନ୍ ହେଲେ ଆହତ । ଚିନ୍ତା ହେଲା ଦୁଇ ଗୁଣ ।

IPL 2020 Delhi Capitals got big blow veteran batsman injured

ଇଣ୍ଡିଆନ ପ୍ରିମୀୟର ଲିଗର ୧୩ ତମ ବର୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ଏବେ ପର୍ଯ୍ୟନ୍ତ ସୁନ୍ଦର ପ୍ରଦର୍ଶନ କରିଛି। ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଦିଲ୍ଲୀ ୧୨ ପଏଣ୍ଟ ସହିତ ଏବେ ପଏଣ୍ଟ ଟେବୁଲରେ ଶୀର୍ଷରେ ଅଛି। ବୁଧବାରକୁ ଦିଲ୍ଲୀ କ୍ୟାପିଟାଲ୍ସ ରାଜସ୍ଥାନ ରୟାଲର୍ସକୁ ୧୩ ରନରେ ହରାଇଛି।ସେହି ମ୍ୟାଚରେ ଅଧିନାୟକ ଶ୍ରେୟସ ଆୟର ଆଘାତ ହୋଇଛନ୍ତି। ସେ ଆଘାତ ହେବା ପରେ ଶିଖର ସେହି ମ୍ୟାଚରେ ଅଧିନାୟକତ୍ୱ କଲେ। ମ୍ୟାଚ ପରେ ଇଣ୍ଟରଭିଉରେ ଶିଖର ଆୟରଙ୍କ ଆଘାତ ବିଷୟରେ ସୂଚନା ଦେଇଛନ୍ତି ।

IPL 2020: Shreyas Iyer is in Bit of Pain After Injuring Shoulder, Says  Shikhar Dhawan
Google

ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳୀମାନେ ଆଘାତ ହେବା ଏକ ବଡ଼ ସମସ୍ୟା ହୋଇଯାଇଛି। ଅମିତ ମିଶ୍ରା ଓ ଇଶାନ୍ତ ଶର୍ମା ପୂର୍ବରୁ ଆଘାତ କାରଣରୁ ଏହି ଲିଗରୁ ବାହାରି ଯାଇଛନ୍ତି।ଏହା ସହ ରିଷଭ ପନ୍ତ ମଧ୍ୟ ଆଘାତ କାରଣରୁ ଏବେ ଟିମରୁ ବାହାରେ ଅଛନ୍ତି। ଏବେ ଆୟର ଆଘାତ ହେବା ଦ୍ଵାରା ଟିମ ମ୍ୟାନେଜମେଣ୍ଟର ଚିନ୍ତା ଅଧିକ ବଢିଯାଇଛି। ଆୟର ସେହି ମ୍ୟାଚରେ ୪୩ ବଲରେ ୫୩ ରନ କରିଥିଲେ। ଫିଲଣ୍ଡିଙ୍ଗ କରିବା ସମୟରେ ଆୟରଙ୍କ କାନ୍ଧରେ ଆଘାତ ଲାଗିଥିଲା ଯାହା ପରେ ସେ ବାହାରକୁ ଚାଲିଯାଇଥିଲେ। ତାଙ୍କୁ ନେଇ ଶିଖର କହିଛନ୍ତି” ଆୟର ଏବେ ଆଘାତ ଅଛନ୍ତି, କିନ୍ତୁ ତାଙ୍କ କାନ୍ଧ ଚାଲୁଛି ଏହାକୁ ନେଇ ଅଧିକ ସୂଚନା ଆମକୁ ଗୁରୁବାରଦିନ ମିଳିବ”।

Google

ରାଜସ୍ଥାନ ବିପକ୍ଷରେ ଜିତିବା ପରେ ଶିଖର କହିଛନ୍ତି” ଆମକୁ ପୁରା ଟିମ ସହ ପଜିଟିଭ ରହିବା ଆବଶ୍ୟକ ଥିଲା, ଆମକୁ ଜଣାଥିଲା ରାଜସ୍ଥାନର ବ୍ୟାଟିଙ୍ଗ ଏବେ ଗଭୀର ନାହିଁ। ଆମକୁ ଜଣାଥିଲା ଯଦି ଆମେ ତାଙ୍କ ଟପଅର୍ଡରଙ୍କୁ ଆଉଟ କରିଦେବୁ ଆମେ ଏହି ମ୍ୟାଚ ଜିତିପାରିବୁ”। ଶିଖର ନୂଆ ଦ୍ରୁତ ବୋଲର ତୁଷାର ଦେଶପାଣ୍ଡେଙ୍କର ପ୍ରଶଂସା କରିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଙ୍ଗ କରି ୭ ୱିକେଟ ହରାଇ ୧୬୧ରନ କରିଥିଲେ। ଏହାର ଜବାବରେ ରାଜସ୍ଥାନ ରୟାଲର୍ସ ଟିମ ୨୦ ଓଭରରେ ୮ୱିକେଟ ହରାଇ ୧୪୮ ରନ ହିଁ କରିପାରିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *