ଆଇପିଏଲ ୨୦୨୦: ଦିଲ୍ଲୀ କ୍ୟାପିଟାଲସ ପାଇଁ ବଢ଼ିଲା ଚିନ୍ତା । ଆହତ ରିଷଭ ପନ୍ତ ଏତିକି ମ୍ୟାଚ ଖେଳିବେ ନାହିଁ ।

IPL 2020 delhi capitals tension Rishabh Pant injury

ଆଇପିଏଲ ୨୦୨୦:ରିଷଭ ପନ୍ତ ମୁମ୍ବାଇ ବିରୁଦ୍ଧ ମ୍ୟାଚରେ ଖେଳି ନଥିଲେ। ଏବେ ଏହାର ଅସଲି କାରଣ ସାମ୍ନାକୁ ଆସିଛି।

Google

ଆଇପିଏଲର ୧୩ ତମ ସଂସ୍କରଣରେ ରବିବାର ଦିଲ୍ଲୀ ଓ ମୁମ୍ବାଇ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ ରିଷଭ ପନ୍ତଙ୍କ ନ ଖେଳିବା ଚମକେଇବା ଭଳି ଥିଲା। ହେଲେ ରିଷଭ ପନ୍ତ ନଖେଳିବାର ଅସଲି କାରଣ ସାମ୍ନାକୁ ଆସିଛି।ଦିଲ୍ଲୀ କ୍ୟାପିଟାଲସର ଅଧିନାୟକ ଶ୍ରେୟାସ ଆୟର ରିଷଭ ପନ୍ତ ଆହତ ଅଛନ୍ତି ବୋଲି କହିଥିଲେ।

ସାମ୍ନାକୁ ଆସିଥିବା ଖବର ମୁତାବକ ମୁମ୍ବାଇ ବିରୁଦ୍ଧରେ ୫ ୱିକେଟରେ ହାରିଥିବା ଦିଲ୍ଲୀ କ୍ୟାପିଟାଲସର ଚିନ୍ତା ବଢିଛି। ଶ୍ରେୟାସ ଆୟର କହିଛନ୍ତି- “ରିଷଭ ପନ୍ତ ଆହତ ଜନିତ ମୁମ୍ବାଇ ବିରୁଦ୍ଧରେ ମ୍ୟାଚ ଖେଳି ନାହାନ୍ତି। ରିଷଭ ପନ୍ତଙ୍କ ଆହତ ଟିକେ ଗମ୍ଭୀର ଓ ଡାକ୍ତର ତାଙ୍କୁ କମରୁ କମ ୧ ସପ୍ତାହ ଆରାମ କରିବାକୁ କହିଛନ୍ତି।”

Google

ଶ୍ରେୟାସ ଆୟର ରିଷଭ ପନ୍ତଙ୍କ ଖେଳିବା ନେଇ କିଛି କହି ନାହାନ୍ତି। ସେ କହିଛନ୍ତି- “ପନ୍ତଙ୍କ ଏବେ ଖେଳିବା ନେଇ କିଛି କୁହାଯାଇପାରିବ ନାହିଁ। ତାଙ୍କୁ ୧ ସପ୍ତାହ ଆରାମ କରିବାକୁ କୁହାଯାଇଛି। ତାଙ୍କ ଫିଟନେସକୁ ଦେଖି ଖେଳିବା ନେଇ ଚିନ୍ତା କରାଯିବ।”

ଶ୍ରେୟାସ ଆୟରଙ୍କ କଥାରୁ ଜଣାପଡିଲା କି ରିଷଭ ପନ୍ତ ୨ ରୁ ୩ ଟି ମ୍ୟାଚରେ ଖେଳିବେ ନାହିଁ। ଦିଲ୍ଲୀ ୧୪ ଅକ୍ଟୋବରରେ ରାଜସ୍ଥାନ ରାୟଲସ ଓ ୧୮ ଅକ୍ଟୋବରରେ ଚେନ୍ନାଇ ବିରୁଦ୍ଧରେ ନିଜ ମ୍ୟାଚ ଖେଳିବ। ଏହି ଦୁଇଟି ମ୍ୟାଚରେ ପନ୍ତଙ୍କ ଖେଳିବା ନେଇ ଆଶଙ୍କା ରହିଛି।

Google

୨୦ ଅକ୍ଟୋବରରେ ଦିଲ୍ଲୀ କ୍ୟାପିଟାଲ,ପଞ୍ଜାବ ବିରୁଦ୍ଧରେ ମ୍ୟାଚ ଖେଳିବ। ଏହି ମ୍ୟାଚରେ ରିଷଭ ପନ୍ତ ଖେଳିପାରନ୍ତି।ଦିଲ୍ଲୀ ପାଇଁ ଖୁସି କଥା ଯେ ରିଷଭ ପୁରା ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇନାହାନ୍ତି। ରିଷଭଙ୍କ ଅନୁପସ୍ଥିତିରେ ଦିଲ୍ଲୀ ଟିମ ଆଲେକ୍ସ କେରୀଙ୍କୁ ୱିକେଟକିପର ଭାବରେ ଖେଳାଇ ବ୍ୟାଟିଂ କରିବାର ମୋୖକା ଦେଇପାରିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *