ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ୧୩ ତମ ସିଜନ୍ ପାଇଁ ଆଉ ତିନି ଦିନ ବାକି ଅଛି । କୋଭିଡ -19 ମହାମାରୀ ହେତୁ ଚଳିତ ବର୍ଷ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ଆଇପିଏଲ ଖେଳାଯାଉଛି ଏବଂ ସମସ୍ତ ଦଳ ଏଥିପାଇଁ ପ୍ରସ୍ତୁତ ହେଉଛନ୍ତି । ୧୯ ସେପ୍ଟେମ୍ବରରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବା ସହିତ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବ । CSK ଦଳ ପାଇଁ ଏକ ଖୁସି ଖବର ହେଉଛି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ପୁରା ଫର୍ମରେ ଦେଖିବାକୁ ମିଳୁଛି । CSK ର ଅଭ୍ୟାସ ମ୍ୟାଚ୍ ରେ ଧୋନି ହେଲିକପ୍ଟର ସଟ୍ ସହିତ ଅନେକ ବଡ ସଟ୍ ମାରିଥିଲେ ।

ଯେଉଁଥିରେ ମାହି ଲମ୍ବା-ଲମ୍ବା ସଟ୍ ମାରୁଥିବା ଦେଖିବାକୁ ମିଳିଛି । ଧୋନିଙ୍କୁ ସେହି ରୂପରେ ଦେଖିବାକୁ ମିଳୁଛି, ଯେମିତି ପୂର୍ବରୁ ସେ ଅନ୍ତଜାର୍ତୀୟ କ୍ରିକେଟର ମଇଦାନରେ ଦେଖିବାକୁ ମିଳିଥିଲା । ନିଜ କ୍ରିକେଟ ଆରମ୍ଭରୁ ଯେପରି ବିନା ଡରି ବୋଲରମାନଙ୍କୁ ସାମ୍ନା କରୁଥିଲେ । ଏପରି ଭାବେ ୟୁଏଇରେ ଅଭ୍ୟାସ ଜାରି ରଖିଥିବା ଦେଖିବାକୁ ମିଳିଛି ।
ଧୋନି ପଡ଼ିଆରେ ବଡ ସଟ୍ ଖେଳି ତାଙ୍କ ଫର୍ମରେ ଥିବା ପ୍ରମାଣ ଦେଇଥିଲେ । ଧୋନି ଜୁଲାଇ ୨୦୧୯ ଠାରୁ କ୍ରିକେଟ୍ ମ୍ୟାଚ୍ ଖେଳି ନାହାଁନ୍ତି, ତେଣୁ ପ୍ରଶଂସକମାନେ ତାଙ୍କ ବ୍ୟାଟିଂକୁ ଅପେକ୍ଷା କରି ରହିଛନ୍ତି । ଅଭ୍ୟାସ ମ୍ୟାଚ୍ ସମୟରେ ଧୋନି ମଧ୍ୟ ମଜା କରୁଥିବା ଦେଖିବାକୁ ମିଳିଥିଲା । ଧୋନିଙ୍କ ବ୍ୟତୀତ ସେନ ୱାଟସନ ଏବଂ ଫାଫ ଡୁ ପ୍ଲେସି ମଧ୍ୟ ଅଭ୍ୟାସ ମ୍ୟାଚରେ ଭଲ ବ୍ୟାଟିଂ କରିଥିଲେ । ଚେନ୍ନାଇ ସୁପରକିଙ୍ଗ୍ସ ଏହି ଅଭ୍ୟାସ ମ୍ୟାଚର ମୁଖ୍ୟ ଆକର୍ଷଣ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଭିଡିଓ ଦେଖନ୍ତୁ-
A complete #YelloveGame when the Kings Clash! #WhistlePodu ?? pic.twitter.com/QxRfeqXmdP
— Chennai Super Kings (@ChennaiIPL) September 15, 2020
ମହେନ୍ଦ୍ର ସିଂହ ଧୋନି ନିଜର ସବୁଠାରୁ ପ୍ରିୟ ସଟ୍ ହେଲିକପ୍ଟର ସଟ୍ ୟୁଏଇରେ ଦେଖିବାକୁ ମିଳିବ । ଅଭ୍ୟାସ ମ୍ୟାଚ୍ ସମୟରେ ମାହି ଏହି ସଟ୍ ଖେଳୁଥିବାର ଦେଖିବାକୁ ମିଳିଛି । ଏହାପୂର୍ବରୁ ଏକ ଭିଡିଓରେ ଧୋନି ବଲ୍କୁ ଜୋରଦାର ସଟ୍ ମାରିଥିବାର ଦେଖିବାକୁ ମିଳିଛି । ଧୋନିଙ୍କ ଏହି ସଟ୍ରେ ବଲ୍ଟି ଷ୍ଟାଡିୟମ ବାହାରକୁ ଚାଲିଯାଇଥିଲା । ଯାହାଦ୍ୱାର ପାଖରେ ଥିବା ଖେଳାଳିମାନେ ଖୁବ୍ ଉଲ୍ଲାସିତ ହେଉଥିବାର ଦେଖିବାକୁ ମିଳିଛି । ଭିଡିଓ ଦେଖନ୍ତୁ-
Thala Dhoni and Watto Man – Class act from the timeless beauties. @ShaneRWatson33 @msdhoni @russcsk #WhistlePodu #Yellove ? pic.twitter.com/owUtDwrYn7
— Chennai Super Kings (@ChennaiIPL) September 13, 2020
ଧୋନି ଚଳିତ ବର୍ଷ ଅଗଷ୍ଟ ୧୫ ରେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ଏବଂ ପ୍ରଶଂସକମାନେ ତାଙ୍କୁ ପଡ଼ିଆରେ ଖେଳିବାକୁ ଅପେକ୍ଷା କରି ରହିଛନ୍ତି । କୋଭିଡ -୧୯ ହେତୁ ଆଇପିଏଲ ଏଥର ବାୟୋ ସିକ୍ୟୁରିଟି ପରିବେଶରେ ଖେଳାଯିବ ଏବଂ ଖାଲି ଷ୍ଟାଡିୟମରେ ମ୍ୟାଚ ଖେଳାଯିବ ।
CSK Squad 2020: ମହେନ୍ଦ୍ର ସିଂ ଧୋନି (କ୍ୟାପଟେନ), ଅମ୍ବାତି ରାୟୁଡୁ, କେଏମ ଆସିଫ, ଦୀପକ ଚହର, ଡୱେନ ବ୍ରାଭୋ, ଫାଫ ଡୁ ପ୍ଲେସି, ଇମ୍ରାନ ତାହିର, ନାରାୟଣ ଜଗଦୀଶାନ, କର୍ଣ୍ଣ ଶର୍ମା, କେଦାର ଯାଦବ, ଲୁଙ୍ଗି ଏଙ୍ଗିଡି, ମିଚେଲ ସାଣ୍ଟନର୍, ମୋନୁ କୁମାର, ମୁରଲୀ ବିଜୟ , ରବିନ୍ଦ୍ର ଜାଡେଜା, ରିତୁରାଜ ଗାଇକୱାଡ, ସେନ ୱାଟସନ, ଶାର୍ଦ୍ଦୁଲ ଠାକୁର, ସାମ କରଣ, ପୀୟୁଷ ଚାୱଲା, ଜୋଶ ହାଜଲେଉଡ, ଆର ସାଇ କିଶୋର ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।