ଦୁବାଇ: ଚେନ୍ନାଇ ସୁପର କିଙ୍ଗସ ପାଇଁ ହାରିବା ଟା ସରିବାର ନାମ ନେଉନାହିଁ। ଶନିବାରକୁ ମହେନ୍ଦ୍ର ସିଂହ ଧୋନୀଙ୍କ ଟିମକୁ ଆଉ ଗୋଟେ ହାରିବାର ସାମ୍ନା କରିବାକୁ ପଡିଲା।ବ୍ୟାଙ୍ଗାଲୋର ରୟାଲସ ଚ୍ୟାଲେଞ୍ଜଜର୍ସ (ଆରସିବି) ଅଥବା ବିରାଟ କୋହଲିଙ୍କ ଟିମ ଚେନ୍ନାଇକୁ ୩୭ ରନରେ ହରାଇଦେଲା। ଚାଲିରହିଥିବା ଟୁର୍ଣ୍ଣାମେଣ୍ଟରେ ଧୋନିଙ୍କ ଟିମର ଏହା ପଞ୍ଚମତମ ହାର ଥିଲା। ଏମିତିରେ ଏବେ ଧୋନିଙ୍କ ଟିମ ଫସିଗଲା। ଲଗାତାର ଭାବେ ହାରିବାଦ୍ୱାରା ପ୍ଲେଅଫରେ ପହଞ୍ଚିବା ର ଆଶା ଜଲ୍ଦି ସରିବାକୁ ଲାଗିଛି।ପ୍ରଶ୍ନ ଉଠୁଛି କି କଣ ଧୋନୀଙ୍କ ଠାରୁ ଏହି ଥରକ ଶିରୋନାମା ଜିତିବାର ଆଶା କରାଯାଇପାରିବ କିମ୍ବା ପୁଣି ଚେନ୍ନାଇ ହାତରୁ ଟ୍ରଫି ଖସିଗଲା।

ପଏଣ୍ଟ ଟେବୁଲରେ ଚେନ୍ନାଇ:-
ଟୁର୍ଣ୍ଣାମେଣ୍ଟର ପ୍ରଥମ ୨ଟି ସପ୍ତାହ ପର୍ଯ୍ୟନ୍ତ ଧୋନୀଙ୍କ ଟିମ ଶେଷ ନମ୍ବରରେ ଥିଲା,କିନ୍ତୁ ପଞ୍ଜାବ ବିରୁଦ୍ଧରେ ୧୦ ୱିକେଟ ଜିତିବା ପରେ ଧୋନୀଙ୍କ ଟିମକୁ ଶେଷ ତାଲିକାରୁ ଆଗକୁ ବଢ଼େଇ ଦିଆଯାଇଛି।ବର୍ତ୍ତମାନ ସମୟରେ ଧୋନୀଙ୍କ ଟିମ ପଇଣ୍ଟ ଟେବୁଲରେ ୬ ନମ୍ବର ରେ ଅଛି। ଏଥିରୁ ପ୍ରଶ୍ନ ଉଠୁଛି କି କଣ ଚେନ୍ନାଇ ର ଟିମ ପ୍ଲେଅଫ ରେ ପହଞ୍ଚିବା ପାଇଁ ପ୍ରଥମ ୪ ରେ ଆସିପାରିବ।

ଆଗାମୀ ରାସ୍ତା କଷ୍ଟକର:-
୮ ଟି ଟିମ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ପ୍ରତ୍ୟେକ ଟିମ ୧୪ ଟି ଲେଖାଏଁ ମ୍ୟାଚ ଖେଳିବେ। ମାନେ ସବୁ ଟିମ ପରସ୍ପର ସହ ଦୁଇଟି ମ୍ୟାଚ ଖେଲିବେ । ଚେନ୍ନାଇର ଏଥର ଅଧା ମ୍ୟାଚ ଖେଳିସାରିଲାଣି। ଧୋନିଙ୍କ ଟିମ ୭ ଟି ମ୍ୟାଚ ଖେଳିସାରିଲାଣି ହେଲେ ତା ଉପରେ ପ୍ଲେଅଫରୁ ବାହାର ହେବାର ଭୟ ରହିଛି। ଧୋନିଙ୍କ ଟିମକୁ ଏବେ ଆହୁରି ୭ ଟି ମ୍ୟାଚ ଖେଳିବାର ଅଛି। ପ୍ଲେ ଅଫରେ ଜାଗା ବନେଇବା ପାଇଁ ତାଙ୍କ ଟିମକୁ ୬ ଟି ବିଜୟ ନିଶ୍ଚିତ ଦରକାର। ଏହା ଅସମ୍ଭବ ନୁହେଁ।ଏହା କଷ୍ଟକର ଅଟେ
କେଉଁଠି ଫସି ଯାଉଛନ୍ତି ଧୋନି:-
ବ୍ୟାଟିଂ ଓ ବୋଲିଂକୁ ନେଇ ଧୋନିଙ୍କ ଟିମ ସବୁବେଳେ ପଛରେ ରହୁଛି। ଟିମର ଦୁଇ ଅନୁଭବ ଖେଳାଳି ହରଭଜନ ସିଂ ଓ ସୁରେଶ ରାଇନା ଏହି ଟୁର୍ଣ୍ଣାମେଣ୍ଟ ଖେଳୁନହାନ୍ତି।ଧୋନି ଏବେ ପର୍ଯ୍ୟନ୍ତ ୟୁଇଁନିଂ କମ୍ବିନେସନ ତିଆରି କରିପାରିନାହାନ୍ତି। ବ୍ୟାଟ୍ସମ୍ୟାନ ମାନେ ହାତରେ ୱିକେଟ ଥାଇ ମଧ୍ୟ ରନ ଗତି ବଢ଼େଇ ପାରୁନାହଁନ୍ତି। ଏହାର ଫଳ ଧୋନିଙ୍କ ଟିମ ଫସି ଯାଉଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।