ଆଇପିଏଲ ୨୦୨୦: ଶେଷ ହୋଇ ନାହିଁ ଧୋନୀଙ୍କ କ୍ୟାରିୟର, ମ୍ୟାନେଜମେଣ୍ଟଙ୍କ ଏହି କଥାକୁ ଜାଣି ପ୍ରସଂଶକଙ୍କର ଖୁସିର ଠିକଣା ନାହିଁ ।

ଆଇପିଏଲ ୨୦୨୦: ଏହି ସିଜିନରେ ସିଏସକେର ଖରାପ ପ୍ରଦର୍ଶନ କାରଣରୁ ଧୋନୀଙ୍କ ଭବିଷ୍ୟତ ଉପରେ ପ୍ରଶ୍ନର ଛାୟା ଲାଗିଛି କିନ୍ତୁ ପ୍ରସଂଶକଙ୍କ ପାଇଁ ଏବେ ଏକ ଭଲ ଖବର ଅଛି।

Google

ଇଣ୍ଡିଆନ ପ୍ରିମୀୟର ଲିଗ ୧୩ତମ ସଂସ୍କରଣରେ ମହେନ୍ଦ୍ର ସିଂହ ଧୋନୀଙ୍କ ପ୍ରଦର୍ଶନ ଆଶା କରୁଥିବା ଭଳି ରହିଲା ନାହିଁ। ଧୋନୀଙ୍କ ଉପସ୍ଥିତି ପ୍ରଥମ ଥର ଚେନ୍ନାଇ ସୁପର କିଙ୍ଗସ ପ୍ଲେ ଅଫରେ ଜାଗା ସୃଷ୍ଟି କରିପାରିଲାନାହିଁ। ଏହି ସମୟରେ ଏମିତି କୁହାଯାଉଛି ଇଣ୍ଟରନ୍ୟାଶନାଲ କ୍ରିକେଟ ପରେ ଆଇପିଏଲରେ ବି ଧୋନୀଙ୍କ କ୍ୟାରିୟର ପାଖାପାଖି ସରିଆରିଲାଣି କିନ୍ତୁ ସିଏସକେର ସିଇଓ ଏପରି ସଙ୍କେତ ଦେଇଛନ୍ତି ଯେଉଁଥିରୁ ମାହୀଙ୍କ ପ୍ରସଂଶଙ୍କର ଖୁସିର ସୀମା ନାହିଁ।

ସିଏସକେର ସିଇଓ କାଶୀ ବିଶ୍ୱନାଥ ୨୦୨୧ରେ ବି ଧୋନୀଙ୍କ ଦ୍ୱାରା ସିଏସକେର ଉପସ୍ଥିତରେ କରିବାର ଆଶା ଦେଖାଇଛନ୍ତି। ସିଇଓ କହିଛନ୍ତି,ମୋର ତ ସମ୍ପୂର୍ଣ୍ଣ ଆଶା ଅଛି ଆଗତ ସିଜିନରେ ଧୋନୀ ସିଏସକେର ଅଧିନାୟକ ରହିବେ। ଧୋନୀ ତିନିଥର ସିଏସକେକୁ ବିଜେତା କରିସାରିଛନ୍ତି। କେବଳ ଗୋଟିଏ ସିଜିନ ଖରାପ ହୋଇଗଲେ ସବୁକିଛି ବଦଳି ଯିବନାହିଁ।”

ସିଏସକେର ସିଇଓ ସୁରେଶ ରୈନା ଏବଂ ହରଭଜନ ସିଂହଙ୍କ ଟିମରେ ନଥିବା କାରଣରୁ ଖରାପ ପ୍ରଦର୍ଶନ ହେଲା ବୋଲି ମାନୁଛନ୍ତି। କାଶୀ ବିଶ୍ୱନାଥଙ୍କର କହିବା କଥା କି ସୁରେଶ ରୈନା ଏବଂ ହରଭଜନ ସିଂହଙ୍କ ସିଜିନ ଆରମ୍ଭର ଠିକ ପୂର୍ବରୁ ବାହାରେ ରହିବା କାରଣରୁ ଟିମର ସନ୍ତୁଳନ ଅଳ୍ପ ବିଗିଡି ଯାଇଥିଲା।

IPL 2020: Dhoni's career is not over; Knowing this, fans will not be happy
Google

ସିଇଓ କହିଛନ୍ତି,”ଚେନ୍ନାଇ ସୁପର କିଙ୍ଗସର ଟିମ ଆଇପିଏଲର ୧୩ତମ ସଂସ୍କରଣରେ ନିଜର କ୍ଷମତା ଅନୁସାରେ ଖେଳି ପାରିନାହାନ୍ତି। ଆମେ ଅଧିକ ମ୍ୟାଚରେ ବିଜୟ ହାସଲ କରିବାର ଥିଲା, କିନ୍ତୁ ଆମ ଟିମ ସନ୍ତୁଳନ ଅଳ୍ପ ଖରାପ ଥିଲା।”

କହିଦେଉଛୁ କି ଧୋନୀ ସଙ୍କେତ ଦେଇଛନ୍ତି କି ସେ ସିଏସକେ ପାଇଁ ବାକି ଥିବା ମ୍ୟାଚରେ ଭାଗ ନିଶ୍ଚୟ ନେବେ।କିନ୍ତୁ ଯେଉଁ ପ୍ରକାରରେ ଧୋନୀ ସବୁ ମ୍ୟାଚ ପରେ ନୂଆ ଖେଳାଳୀମାନଙ୍କୁ ନିଜ ଟି ସାର୍ଟ ଏବଂ ଅଟୋଗ୍ରାଫ ଦେଉଛନ୍ତି ତାକୁ ଦେଖି ମାହିଙ୍କର ଆଇପିଏଲରୁ ବିଦାୟ ନେବେ ବୋଲି କୁହାଯାଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *