ମହେନ୍ଦ୍ର ସିଂହ ଧୋନୀ(ଏମଏସ ଧୋନୀ)ଙ୍କ ଟିମର ୧୦ଟି ମ୍ୟାଚରୁ ୭ଟି ହାରିଛି । ଏହା ସହିତ ସିଏସକେ (ଚେନ୍ନାଇ ସୁପର କିଙ୍ଗସ) ଏବେ ପୁଣି ଥରେ ସମସ୍ତଙ୍କ ଠାରୁ ତଳେ ମାନେ ଅଷ୍ଟମ ସ୍ଥାନକୁ ଆସିଗଲା । ଏବେ ସିଏସକେ ପ୍ଲେ ଅଫରେ ପହଁଚିବା ସହଜ ନୁହେଁ ।

ଇଣ୍ଡିଆନ ପ୍ରିମୀୟର ଲିଗ (ଆଇପିଏଲ ୨୦୨୦)ରେ ସୋମବାର ଦିନ ଚେନ୍ନାଇ ସୁପର କିଙ୍ଗସ ରାଜସ୍ଥାନ ରୟାଲସ ଠାରୁ ୭ଟି ୱିକେଟରେ ହାରିଲା । ରାଜସ୍ଥାନର ଏହା ୧୦ଟି ମ୍ୟାଚରୁ ଚତୁର୍ଥ ବିଜୟ ଥିଲା । ଟିମରେ ଏବେ ୮ ନମ୍ବର ହୋଇଗଲା । ଷ୍ଟିଭ ସ୍ମିଥଙ୍କର ନେତୃତ୍ୱ ଧୀନ ଟିମ ଏବେ ଆଇପିଏଲ ପଏଣ୍ଟସ ଟେବୁଲରେ ପଞ୍ଚମ ନମ୍ବରରେ ପହଁଚି ଗଲାଣି । ସେଠାରେ, ମହେନ୍ଦ୍ର ସିଂହ ଧୋନୀଙ୍କ ଟିମ ୧୦ଟି ମ୍ୟାଚରୁ ୭ଟି ହାରିଛନ୍ତି । ଏହା ସହିତ ସିଏସକେ ଏବେ ପୁଣି ଥରେ ସମସ୍ତଙ୍କ ଠାରୁ ତଳେ ମାନେ ଅଷ୍ଟମ ସ୍ଥାନକୁ ଆସିଗଲା ।
ସିଏସକେ ଏବେ ପ୍ଲେ ଅଫରେ ପହଁଚିବା ଏତେ ସହଜ ନୁହେଁ । ଏବେ ତାଙ୍କୁ ସବୁ ମ୍ୟାଚରେ ଭଲ ପ୍ରଦର୍ଶନ କରି ବଡ ବ୍ୟବଧାନ ରେ ଜିତିବା ସହିତ ରନ ରେଟ ମଧ୍ୟ ବଢେଇବାକୁ ପଡିବ । ପୁଣି ଏବେ ତାଙ୍କୁ ଅଲଗା ଟିମର ପ୍ରଦର୍ଶନ ଉପରେ ନିର୍ଭର କରି ରହିବାକୁ ପଡିବ । କାରଣ ଏବେ ଚେନ୍ନାଇ ସୁପର କିଙ୍ଗସର ରନ ରେଟ -୦.୪୬୩ ରେ ଅଛି ଯାହା ବହୁତ ଖରାପ ଅଟେ । ପୁଣି ଯଦି ଅଲଗା ଦଳ ଖରାପ ପ୍ରଦର୍ଶନ କରି ହାରିବେ ତାହାଲେ ପ୍ଲେ ଅଫରେ ପହଁଚିବା ଆଶା ଉଜ୍ୱଳ ହେଇପାରେ । କିନ୍ତୁ ଏହା ଏତେ ସହଜ ନାହିଁ ଚେନ୍ନାଇ ସୁପର କିଙ୍ଗସର ଦଳ ପାଇଁ । ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ ପ୍ରଦର୍ଶନ ଏବେ ଖରାପ ଦିଗରେ ଗତି କରୁଛି । ବର୍ତମାନ ଧୋନୀଙ୍କ ଦଳ ତାଙ୍କ ଖେଳାକୁ ଉର୍ନତି କରି ସବୁ ମ୍ୟାଚ ବଡ ବ୍ୟବଧାନରେ ଜିତିବାକୁ ପଡିବ ଆଉ ଅନ୍ୟ ଦଳର ହାରିବା ପାଇଁ ପ୍ରାର୍ଥନା କରିବାକୁ ପଡିବ । ତା’ ହାଲେ କିଛି ସମ୍ଭବ ହେଇପାରେ ତାଙ୍କୁ ପ୍ଲେ ଅଫରେ ପହଁଚିବା ପାଇଁ ।

ଚେନ୍ନାଇ ସୁପର କିଙ୍ଗସ ଟସ ଜିତିକି ପ୍ରଥମ ବ୍ୟାଟିଂର ନିଷ୍ପତ୍ତି କଲେ । ପ୍ରଥମ ବ୍ୟାଟିଂ କରୁଥିବା ବେଳେ ସିଏସକେ ୫ଟି ୱିକେଟର କ୍ଷତିରେ ୧୨୫ରନ କଲା । ଏହା ପରେ ରାଜସ୍ଥାନ ରୟାଲସ ୩ଟି ୱିକେଟର କ୍ଷତିରେ ୧୨୬ରନ କରିକି ଜୟ ଲାଭ କଲା । ତିନି ଥର ଚାମ୍ପିୟାନ ହୋଇଥିବା ଆଇପିଏଲ ୨୦୨୦ର ଯାତ୍ରାରେ ପ୍ରଥମରୁ ବହୁତ କଠିନ ରହିଛି । ମହେନ୍ଦ୍ର ସିଂହ ଧୋନୀ ଏବଂ ଟିମ ଲଗାତାର ଭାବେ ପ୍ରଦର୍ଶନ କରିବାରେ ଅସମର୍ଥ ହେଇଛନ୍ତି ।
ସେଠାରେ,ଆଇପିଏଲ ଅଙ୍କ ତାଲିକାରେ ଏବେ ଦିଲ୍ଲୀ କ୍ୟାପିଟାଲସ୍ ୧୪ଅଙ୍କ ସହିତ ଟପରେ ଅଛି । ଦିଲ୍ଲୀ ଆଜି ପର୍ଯ୍ୟନ୍ତ ଗୋଟିଏ ବି ଆଇପିଏଲର ଟାଇଟେଲ ଜିତିପାରିନାହିଁ, କିନ୍ତୁ ଏ ବର୍ଷ ସେ ବହୁତ ମଜଭୂତ ଦେଖାଯାଉଛନ୍ତି । ୪ଥରର ଚାମ୍ପିୟାନ ହୋଇଥିବା ମୁମ୍ବାଇ ଇଣ୍ଡିଆନ ୧୨ ଅଙ୍କ ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ୩ୟ ସ୍ଥାନରେ ୧୨ ପଏଣ୍ଟ ସହିତ ବିରାଟ କୋହଲିଙ୍କର ନେତୃତ୍ୱରେ ଥିବା ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ଅଛି । ଚତୃର୍ଥ ନମ୍ବରରେ ୧୦ ଅଙ୍କ ସହିତ କୋଲକାତା ନାଇଟ ରାଇଡ଼ର୍ସ ଅଛି । ସେଠାରେ,ଚେନ୍ନାଇକୁ ହରାଇ ରାଜସ୍ଥାନ ରାୟଲସ ୫ମ ସ୍ଥାନ ଅଧିକାର କଲା । ୬ନଂ ରେ ସନରାଇଜର୍ସ ହାଇଦ୍ରାବାଦ ଅଛି । ଡବଲ ସୁପର ଓଭରରେ ମୁମ୍ବାଇକୁ ହରାଇ ପଞ୍ଜାବ ୭ ନଂ ରେ ଅଛି ।

ଅରେଞ୍ଜ କ୍ୟାପ ରେସରେ ରାହୁଲ ରହିଛନ୍ତି ନମ୍ବର ୧:
ଆଇପିଏଲ ୨୦୨୦ରେ ଏବେ ପର୍ଯ୍ୟନ୍ତ ସବୁଠାରୁ ଅଧିକ ରନ କରିବାରେ କିଙ୍ଗସ ଏକାଦଶ ପଞ୍ଜାବର ଅଧିନାୟକ କେ ଏଲ ରାହୁଲ ଆଗରେ। ରାହୁଲ ୯ ଟି ମ୍ୟାଚରେ ୭୫ ହାରରେ ୫୨୫ ରନ କରିସାରିଲେଣି। ଅରେଞ୍ଜ କ୍ୟାପ ରେସର ଦ୍ଵିତୀୟ ସ୍ଥାନରେ ପଞ୍ଜାବର ଓପ୍ନର ମୟଙ୍କ ଅଗ୍ରୱାଲ ରହିଛନ୍ତି ସେ ୯ ଟି ମ୍ୟାଚରେ ୪୫.୩୩ ହାରରେ ୩୯୩ ରନ କରିଛନ୍ତି। ଏହାପରେ ତୃତୀୟ ସ୍ଥାନରେ ଚେନ୍ନାଇ ସୁପର କିଙ୍ଗସର ଫାପ ଡୁପ୍ଲେସିସ ରହିଛନ୍ତି ସେ ୧୦ ଟି ମ୍ୟାଚରେ ୪୬.୮୭ ହାରରେ ୩୭୫ ରନ କରିଛନ୍ତି।ଚତୁର୍ଥ ସ୍ଥାନରେ ଶିଖର ଧୱନ ୯ ମ୍ୟାଚରେ ୫୧.୨୮ ହାରରେ ୩୫୯ ରନ କରିଛନ୍ତି। ପଞ୍ଚମ ନମ୍ବରରେ ଆରସିବି ଅଧିନାୟକ ବିରାଟ କୋହଲି ଅଛନ୍ତି ଯିଏ ୯ ଟି ମ୍ୟାଚରେ ୫୭.୮୩ ହାରରେ ୩୪୭ ରନ କରିଛନ୍ତି।

ପର୍ପଲ କ୍ୟାପରେ ଅଛି କାଗିସୋ ରାବଡାଙ୍କ କବ୍ଜା:
ଏହି କ୍ୟାପ ରେସରେ ଦିଲ୍ଲୀ କ୍ୟାପିଟାଲସର କସିଗୋ ରାବଡା ଶିର୍ଷ ରେ ଅଛନ୍ତି। ସେ ୯ ଟି ମ୍ୟାଚରେ ୭.୬୮ ଇକୋନୋମିରେ ୧୯ ୱିକେଟ ନେଇଛନ୍ତି। ଏହାପରେ ଯଶପ୍ରୀତ ବୁମରା ୭.୪୪ ଇକୋନୋମି ସହ ୧୫ ଟି ୱିକେଟ ନେଇ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି। ଏହାପରେ ପଞ୍ଜାବର ମହମ୍ମଦ ସାମୀ ୯ ଟି ମ୍ୟାଚରୁ ୮.୫୯ ଇକୋନୋମିରେ ୧୪ ଟି ୱିକେଟ ନେଇଛନ୍ତି। ଏହାପରେ ଜୋଫ୍ରା ଆର୍ଚ୍ଚାର ଯିଏ ୧୦ ଟି ମ୍ୟାଚରେ ୬.୭୫ ଇକୋନୋମିରେ ୧୩ ଟି ୱିକେଟ ନେଇଛନ୍ତି। ପଞ୍ଚମ ସ୍ଥାନରେ ଆରସିବିର ଯୁଜୁର୍ବେନ୍ଦ ଚାହଲ ଅଛନ୍ତି ଯିଏ କି ୧୩ ଟି ୱିକେଟ ୭.୬୪ ଇକୋନୋମିରେ ନେଇଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।