କ୍ରିକେଟର ହାର୍ଦିକ ପାଣ୍ଡ୍ୟା ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି। କୋଲକତା ନାଇଟ ରାଇଡ଼ର୍ଶ ବିପକ୍ଷ ମ୍ୟାଚରେ ଫିଲଡିଂ କରୁଥିବା ସମୟରେ ବୁମରା ବଲ ଅଟକାଇପାରିଲେନି। ଏହାକୁ ନେଇ ହାର୍ଦିକ ପାଣ୍ଡ୍ୟା ବୁମରାଙ୍କ ଉପରେ କ୍ରୋଧ ଜାହିର କଲେ। ଜଣେ ୟୁଜର ଏହାର ଭିଡିଓ ମଧ୍ୟ ସେୟାର କଲେ।
ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକତା ନାଇଟ ରାଇଡ଼ର୍ସ ମଧ୍ୟରେ ବୁଧବାର ଖେଳାଯାଇଥିବା ମୁକାବିଲାରେ ,ମୁମ୍ବାଇ ଇଣ୍ଡିଆନ୍ସ କୋଲକତାକୁ ୪୯ ରନରେ ହରାଇଥିଲା। ମୁମ୍ବାଇର ବିଜୟ ପରେ ମଧ୍ୟ ହାର୍ଦିକ ପାଣ୍ଡ୍ୟା ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି। ନିଜ ଦଳର ଖେଳାଳିଙ୍କୁ ଖରାପ କହିବା ତାଙ୍କୁ ବହୁତ ମହଙ୍ଗା ପଡିଛି। ଖେଳ ସମୟରେ ବୁମରା ଏକ ମିସ ଫିଲଡ଼ କଲେ ଯାହା ଫଳରେ ବାଉଣ୍ଡାରୀ ହୋଇଗଲା ସେଥିପାଇଁ ସେ ରାଗିଥିଲେ।

ମଝି ଓଭରରେ ପୋଲର୍ଡ଼ ୧୨ ତମ ଓଭରର ପ୍ରଥମ ବଲ ପକାଉଥିଲେ ଏବଂ ବ୍ୟାଟିଂରେ ମୋର୍ଗନ ଥିଲେ। ମୋର୍ଗନ ଏହି ବଲକୁ ବ୍ୟାକୱାଡ଼ ପଏଣ୍ଟ ଜାଗାରେ ଖେଳିଥିଲେ। ବୁମରା ଏହାକୁ ହାତ ବଢ଼ାଇ ଅଟକାଇବାକୁ ଚେଷ୍ଟା କରିଥିଲେ ହେଲେ ସଫଳ ହୋଇନଥିଲେ। ତା ପରେ ବଲ ଥର୍ଡ଼ ମ୍ୟାନ ଆଡ଼କୁ ଯାଉଥିଲା ବେଳେ ପାଣ୍ଡ୍ୟା ବହୁତ ଚେଷ୍ଟା କରିଥିଲେ ବଲଟିକୁ ଅଟକାଇବା ପାଇଁ ହେଲେ ସେ ବିଫଳ ହୋଇଥିଲେ।
ଦେଖନ୍ତୁ ହାର୍ଦିକ ପାଣ୍ଡ୍ୟାଙ୍କ ଭିଡିଓ:-
— faceplatter49 (@faceplatter49) September 23, 2020
ଏହା ପରେ ପାଣ୍ଡ୍ୟା ନିଜ ମୁଣ୍ଡକୁ ଶାନ୍ତ ରଖିପାରିଲେ ନାହିଁ ଏବଂ କିଛି କହିଦେଲେ। ପାଣ୍ଡ୍ୟାଙ୍କର ଏହି ପ୍ରତିକ୍ରିୟାକୁ ସୋସିଆଲ ମିଡିଆରେ ବହୁତ ଟ୍ରୋଲ କରାଯାଉଛି। ଏକ ୟୁଜର ଟ୍ୱିଟରରେ ଏହାକୁ ସେୟାର କରିଛନ୍ତି। ଯେଉଁଠି ହାର୍ଦିକ ପାଣ୍ଡ୍ୟା ଫିଲଡିଂ କରୁଥିବାର ଦେଖାଯାଉଛି ଏବଂ ବୁମରାଙ୍କୁ ରାଗି ଦେଖାଯାଉଛି। ଏହା ୟୁଜର ମିମି ସେୟାର କରି ଲେଖିଲେ, ” ଇଜ୍ଜତ ଅଳିଆ ହୋଇଗଲା”।
ଏଠି ଦେଖନ୍ତୁ ଅନ୍ୟ ୟୁଜରଙ୍କର ଟ୍ୱିଟ:-
ଭିନ୍ନ ଭିନ୍ନ ଲୋକ ଏହାକୁ ନେଇ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି , ନିଜ ଦଳର ଖେଳାଳିଙ୍କୁ ଏମିତି ବ୍ୟବହାର କରିବା ଉଚିତ ନୁହେଁ।