ଆଇପିଏଲ ୨୦୨୦ ଅମିତ ମିଶ୍ରା ଅଧିନାୟକ ମାନଙ୍କର ସେହି ଭରସା ଯୋଗ୍ୟ ଵୋଲର ଯିଏକି ଖରାପ ପରିସ୍ଥିତିରେ ମଧ୍ୟ ସଙ୍କଟ ମୋଚନ ଭଳି ସାମ୍ନାକୁ ଆସିଥାନ୍ତି । ଏଥର ଅମିତ ମିଶ୍ରାଙ୍କ ପାଖରେ ଅଛି ମୌକା ଆଇପିଏଲର ଅନେକ ବଡ଼ ରେକର୍ଡ ଭାଙ୍ଗିବା ପାଇଁ ।
ଆଇପିଏଲରେ ପ୍ରତି ବର୍ଷ ଅନେକ ରେକର୍ଡ ସୃଷ୍ଟି ହୋଇଥାଏ ଓ ଭାଙ୍ଗିଥାଏ ଏଥର ମଧ୍ୟ ଅନେକ ରେକର୍ଡ ଉପରେ ଖେଳାଳୀଙ୍କ ନଜର ରହିବ । ୩୯ ବର୍ଷୀୟ ଅମିତ ମିଶ୍ରା ଏହି ବର୍ଷ ଆଇପିଏଲର ସବୁଠୁ ବଡ଼ ରେକର୍ଡ ଭାଙ୍ଗିବା ଦୌଡ଼ରେ ସବୁଠୁ ଆଗରେ ଅଛନ୍ତି । ପୂର୍ଵ ୧୨ ବର୍ଷରୁ ନିଜ ସ୍ପିନ ବୋଲିଂ ଦ୍ଵାରା ବ୍ୟାଟ୍ସମ୍ୟାନଙ୍କୁ ନଚାଉଥିବା ଅମିତ ମିଶ୍ରା ଏଥର ‘ଦିଲ୍ଲୀ କ୍ୟାପିଟାଲ’ ଟିମରେ ଖେଳିବେ । ସେ ଆଇପିଏଲରେ ଅନେକ ଚମତ୍କାର ଦେଖାଇଛନ୍ତି ।

ଆଇପିଏଲ ଇତିହାସରେ ସବୁଠୁ ଅଧିକ ୱିକେଟ୍ ନେଇଥିବା ରେକର୍ଡ ଲସିଥ ମାଲିଙ୍ଗାଙ୍କ ନାମରେ ଅଛି । ସେ ୧୨୨ ମ୍ୟାଚରେ ସବୁଠୁ ଅଧିକ ୧୭୦ ୱିକେଟ୍ ନେଇଛନ୍ତି । ଏହି ଲିଷ୍ଟରେ ଅମିତ ମିଶ୍ରା ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସେ ୧୪୭ ମ୍ୟାଚରେ ୧୫୭ ୱିକେଟ୍ ନେଇଛନ୍ତି । ଅମିତ ମିଶ୍ରାଙ୍କୁ ୧ ନମ୍ବର ସ୍ଥାନ ପାଇଁ ମାତ୍ର ୧୩ ଟି ୱିକେଟ୍ ନେବାକୁ ପଡିବ । ଏହି ବର୍ଷ ମାଲିଙ୍ଗା ଆଇପିଏଲ ଖେଳିବେ ନାହିଁ । ଏଭଳି ପରିସ୍ଥିତିରେ ଅମିତ ମିଶ୍ର ଏହି ରେକର୍ଡ ଭାଙ୍ଗିବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ପାଇବେ ।

ଅମିତ ମିଶ୍ରାଙ୍କୁ ଆଇପିଏଲରେ ସବୁଠୁ ସଫଳ ଓ ଭରସା ଯୋଗ୍ୟ ବୋଲର ମାନଙ୍କ ମଧ୍ୟରେ ଗଣନା କରାଯାଏ । ଅମିତ ମିଶ୍ରା ଆଇପିଏଲରେ ସବୁଠୁ ଅଧିକ ତିନିଥର ହାଟ୍ରିକ ୱିକେଟ୍ ନେଇଛନ୍ତି । ସେ ଏହି କାମ ସର୍ବ ପ୍ରଥମେ ଦିଲ୍ଲୀ ପାଇଁ କରିଥିଲେ । ଏହା ପରେ ସେ ଏହି କାମ ୨୦୧୧ ରେ ‘ଡେକାନ ଚାର୍ଜର୍ସ’ ପାଇଁ କରିଥିଲେ । ତୃତୀୟ ଥର ଅମିତ ମିଶ୍ରାଙ୍କୁ ହାଟ୍ରିକ ବର୍ଷ ୨୦୧୩ ରେ ମିଳିଥିଲା ଯେବେ ସେ ‘ହାଇଦ୍ରାବାଦ’ ପାଇଁ ମଧ୍ୟ ଖେଳୁଥିଲେ ।
ଅମିତ ମିଶ୍ରା ଗୋଟିଏ ମ୍ୟାଚରେ ୫ ଟି ୱିକେଟ୍ ନେବା ଭଳି କାମ ମଧ୍ୟ କରିଛନ୍ତି । ସେ ଏହା ୨୦୦୮ ରେ ଦିଲ୍ଲୀ ଟିମରେ ଖେଳୁଥିବା ବେଳେ ଡେକାନ ଚାର୍ଜର୍ସ ବିପକ୍ଷରେ ୪ ଓଭରରେ ୧୭ ରନ ଦେଇକି ୫ ଟି ୱିକେଟ୍ ନେଇଥିଲେ ।

ଏହା ଛଡା ଅମିତ ମିଶ୍ରା ଗୋଟିଏ ମ୍ୟାଚରେ ୪ ୱିକେଟ୍ ନେବା ଭଳି କାମ ୪ ଥର କରିଛନ୍ତି । ସେ ଏହି କାମ ବର୍ଷ ୨୦୦୮, ୨୦୧୧, ୨୦୧୩ ଓ ୨୦୧୬ ରେ କରିଥିଲେ । ଏହି ବର୍ଷ ମଧ୍ୟ ତାଙ୍କଠୁ କ୍ରିକେଟ ପ୍ରେମୀ ବଡ଼ ରେକର୍ଡର ଆଶା କରିଛନ୍ତି । ଶେଷରେ ସମସ୍ତଙ୍କର ଅପେକ୍ଷା ଆଇପିଏଲକୁ ଯାହା ୧୯ ସେପ୍ଟେମ୍ବରକୁ ଆରମ୍ଭ ହେବାକୁ ଯାଉଛି ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।