ୟୁଏଇରେ ଖେଳାଯାଉଥିବା ଆଇପିଏଲ ୨୦୨୦ ରେ କୋଲକାତା ନାଇଟ ରାଇଡରସ ଟିମକୁ ବଡ ଝଟକା ଲାଗିଛି। ହେରି ଗର୍ନି ଜଗାରେ ଖେଳୁଥିବା ଆମେରିକାର ପ୍ରଥମ ଖେଳାଳି ଅଲି ଖାଁ ଆଇପିଏଲ ୨୦୨୦ରୁ ବାଦ ପଡ଼ିଛନ୍ତି। ଅଲ୍ଲୀ ଆକ୍ଟୋବର ମାସ ଆରମ୍ଭରୁ ଆହାତ ପାଇଁ କିଛିଦିନ ବାଦ ପଡ଼ିଥିଲେ। ହେଲେ ସେ ଏବେ ପୁରା ଟୁର୍ଣ୍ଣାମେଣ୍ଟ ଖେଳିବେ ନାହିଁ। ଅଲ୍ଲୀ ଖାନ ଙ୍କ ପ୍ରଦର୍ଶନ ନିକଟରେ ଓଏସ୍ଟଇଣ୍ଡିଜ ଖେଳାଯାଇଥିବା ସିପିଏଲରେ ବହୁତ ଭଲ ଥିଲା। ଯାହା ପାଇଁ ତାଙ୍କୁ ଟିମରେ ସାମିଲ କରାଯାଇଥିଲା।

ଟାଇମସ ନାଓର ଖବର ମୁତାବକ ଅଲ୍ଲୀ ଖାଁ ୟୁଏଇରେ ଖେଳାଯାଉଥିବା ଆଇପିଏଲ ୧୩ ସିଜନରୁ ବାହାର ହୋଇଯାଇଛନ୍ତି। ସୂଚନା ମୁତାବକ କେକେଆର ଅଲ୍ଲୀ ଖାଁ ଜାଗାରେ ନ୍ୟୁଜିଲ୍ୟାଣ୍ଡର ୱିକେଟଟକିପର ବ୍ୟାଟ୍ସମ୍ୟାନ ଟିମ ସିଫର୍ଟଙ୍କୁ ଟିମରେ ସାମିଲ କରିଛି। ହେଲେ ଏହି କଥାକୁ କେକେଆର ଅଧିକାରୀକ ରୂପରେ ପ୍ରକାଶ କରିନାହିଁ। ସିଫର୍ଟ ନ୍ୟୁଜିଲ୍ୟାଣ୍ଡ ପାଇଁ ଖେଳନ୍ତି ଓ ବିସ୍ଫୋଟକ ବ୍ୟାଟ୍ସମ୍ୟାନ ରୂପରେ ଜଣାଶୁଣା। ସିଫର୍ଟ ୨୦୧୯ ଆଇପିଏଲ ଆକ୍ସନରେ ଅନସୋଲଡ଼ ଥିଲେ।

କେକେଆରକୁ ସେତେବେଳେ ବଡ ଝଟକା ଲାଗିଥିଲା ଯେତେବେଳେ ସିଜିନ ଆରମ୍ଭରେ ଇଂଲଣ୍ଡର ଦ୍ରୁତ ବୋଲର ହେରି ଗେର୍ନିଙ୍କୁ ଆହତ ଲାଗିଥିଲା ଓ ସେ ପୁରା ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଥିଲେ। ତାଙ୍କ ଜାଗାରେ ଟିମରେ ଅଲ୍ଲୀ ଖାଁ ସାମିଲ ହୋଇଥିଲେ। ଅଲ୍ଲୀ ଖାଁ ଆମେରିକାର ପ୍ରଥମ ଖେଳାଳି ଯିଏ ଆଇପିଏଲରେ ସାମିଲ ହୋଇଥିଲେ। ହେଲେ ସେ ଏବେ ପର୍ଯ୍ୟନ୍ତ ଗୋଟିଏ ମ୍ୟାଚ ମଧ୍ୟ ଖେଳିପାରିନାହାନ୍ତି।ମୁମ୍ବାଇ ଇଣ୍ଡିଆନସ ମ୍ୟାଚରେ ଦିନେଶ କାର୍ତ୍ତିକ ନିଜ କ୍ୟାପଟେନସିପ ଛାଡିଦେଇଥିଲେ। ଯାହାପରେ ଇଂଲଣ୍ଡ ଖେଳାଳି ଇୟନ ମୋର୍ଗାନ ଟିମର କ୍ୟାପଟେନ ହୋଇଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।