KXIP VS RCB :ବିରାଟ କୋହଲିଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜୋରିମାନା,ଜାଣନ୍ତୁ ଏହାର କାରଣ

ଆଇପିଏଲରେ ରାୟଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲିଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜୋରିମାନା ଲାଗେଇଛନ୍ତି। ବିରାଟଙ୍କ ଉପରେ ଏହି ଜୋରିମାନା ଧୀର ଓଭର ରେଟ ଦେବା ପାଇଁ ଲଗାଯାଇଛି।ଆଇପିଏଲ ଏକ ବୟାନ ଦେଇ ଏହି କଥା କହିଛନ୍ତି।ଆରିସିବିର ଅଧିନାୟକ ବିରାଟ କୋହଲିଙ୍କୁ ୧୨ ଲକ୍ଷ ଟଙ୍କାର ଜୋରିମାନା ଦବାକୁ ହେବ। ଏହି ଜୋରିମାନା କିଙ୍ଗସ ଏକାଦଶ ପଞ୍ଜାବ ବିରୁଦ୍ଧରେ ଧୀମା ବୋଲିଂ ପାଇଁ ଅଟେ।ଏହା ସ୍ପଷ୍ଟ ରୂପରେ କୋହଲିଙ୍କ ଦିନ ନଥିଲା।କାହିଁକିନା ଦଳ ତ ୯୭ ରନରେ ହାରିଲା ଏହା ସହ ବିରାଟ କିଙ୍ଗସ ଏକାଦଶ ପଞ୍ଜାବ ବିରୁଦ୍ଧରେ ନିଜ ଯୋଗଦାନ କିଛି ଦେଇପାରିନାହାନ୍ତି। ମାନେ ତାଙ୍କର ଅଧିନାୟିକତ୍ୱ,ବ୍ୟାଟିଂ ଓ ବୋଲିଂର ରଣନୀତି ବେକାର ଥିଲା।

ଆଇପିଏଲ ପ୍ରେସ ଡକାଇ କହିଥିଲା “ଏହି ସିଜିନରେ ତାଙ୍କ ଟିମର ଏହା ପ୍ରଥମ ଭୁଲ ଥିଲା ଏଥିପାଇଁ ଆଇପିଏଲ କୋଡ଼ ଅଫ କଣ୍ଡକ୍ଟ ଅନୁସାରେ ସର୍ବନିମ୍ନ ଧୀମା ବୋଲିଂ ପାଇଁ ବିରାଟ କୋହଲି ଙ୍କୁ ୧୨ ଲକ୍ଷ ଟଙ୍କାର ଜୋରିମାନା ଲାଗିଛି। “ଏହି ରାତି ବିରାଟଙ୍କ ପାଇଁ ଭଲ ନଥିଲା।ସେ ଶତକ ମାରିଥିବା ରାହୁଲଙ୍କ ଦୁଇଟି କ୍ୟାଚ ହାତଛଡା କରିଥିଲେ। ଯାହାକି ତାଙ୍କ ଟିମ ପାଇଁ ବହୁତ ମହଙ୍ଗା ହୋଇଥିଲା। କୋହଲି ମଧ୍ୟ କିଛି ଖାସ ରନ କରିପାରିନଥିଲେ।

Google

ଦୁଇ ଥର ଛାଡିଲେ କେଏଲ ରାହୁଲଙ୍କ କ୍ୟାଚ:-

କିଙ୍ଗସ ଏକାଦଶ ପଞ୍ଜାବର କେ ଏଲ ରାହୁଲ ୬୯ ବଲରେ ୧୩୨ ରନ କରିଥିଲେ ଓ କେତେକ ରେକର୍ଡ ମଧ୍ୟ କରିଥିଲେ।ସେ ଆଇପିଏଲରେ କମ ବଲ ଖେଳି ଅଧିକ ରନ କରିଥିବା ବ୍ୟାଟ୍ସମ୍ୟାନ ମଧ୍ୟ ହୋଇଗଲେ।କୋହଲି ରାହୁଲଙ୍କ ଦୁଇ ଥର କ୍ୟାଚ ଛାଡିଲେ। ୧୭ ଓଭରରେ ଡ଼ିପ ସ୍କୋୟରଲେଗ ରେ ଯେତେବେଳେ ରାହୁଲ ୮୩ ରନ କରିଥିଲେ ଓ ୧୮ ଓଭରରେ ଯେତେବେଳ ରାହୁଲ ୮୯ ରନ କରିଥିଲେ।ଏହି ଦୁଇ କ୍ୟାଚ ଛାଡିବା ଯୋଗୁ କିଙ୍ଗସ ଏକାଦଶ ପଞ୍ଜାବର ସ୍କୋର ୩ ଇଉକେଟ ହରାଇ ୨୦୬ ରନ ହୋଇଥିଲା।

ମ୍ୟାଚ ହାରିବା ପରେ ଏହା କହିଲେ କୋହଲି :-

ମ୍ୟାଚ ସରିବା ପରେ କୋହଲି ତାଙ୍କ ସ୍ଲୋ ଓଭର ବୋଲିଂ ପାଇଁ କହିଛନ୍ତି ଯେ “ମତେ ଆଗରେ ରହିବାର ଅଛି ଓ ଏହାର ପରିଣାମ ଭୋଗ କରିବାର ଅଛି।ଏହା ଭଲ ଦିନ ନଥିଲା। ଯେତେବେଳ ରାହୁଲ ସେଟ ଥିଲା ସେତେବେଳେ ଭଲ ମୋୖକା ମିଳିଥିଲା । “କହିରଖୁଛୁ ଯେ କିଙ୍ଗସ ଏକାଦଶ ପଞ୍ଜାବ ଏହି ମ୍ୟାଚରେ ୨୦ ଓଭରରେ ୨୦୬ ରନ କରିଥିଲେ।ଏହାର ଜବାବରେ ବିରାଟ କୋହଲିଙ୍କ ଟିମ ୧୭ ଓଭରରେ ୧୦୯ ରନ କରି ଅଲ ଆଉଟ ହୋଇଯାଇଥିଲା।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *