ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ଶକ୍ତ ଝଟକା ଲାଗିଛି । ମୁମ୍ବାଇ ଇଣ୍ଡିଆନ୍ସ ଟିମର ସୁପର ଷ୍ଟାର୍ ପେସ୍ ବୋଲର ଲସିଥ୍ ମାଲିଙ୍ଗା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୦ରୁ ଓହରି ଯାଇଛନ୍ତି, ଯାହା ୟୁଏଇରେ ସେପ୍ଟେମ୍ବର ୧୯ ରୁ ଆରମ୍ଭ ହେବାକୁ ଯାଉଛି । ଏ ନେଇ ମୁମ୍ବାଇ ଇଣ୍ଡିଆନ୍ସ ବୁଧବାର (ଆଜି)ଟୁଇଟରରେ ଆନୁଷ୍ଠାନିକ ଘୋଷଣା କରିଛନ୍ତି । ମାଲିଙ୍ଗା ବ୍ୟକ୍ତିଗତ କାରଣରୁ ଆଇପିଏଲରୁ ଓହରିଯାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ କୁହାଯାଇଛି । ମାଲିଙ୍ଗାଙ୍କ ଅନୁପସ୍ଥିତି ରୋହିତଙ୍କ ଶର୍ମା ନେତୃତ୍ୱାଧୀନ ଟିମ୍ ପାଇଁ ବହୁତ ବଡ଼ କ୍ଷତି ।

ମାଲିଙ୍ଗାଙ୍କୁ ନେଇ ମୁମ୍ବାଇ ଇଣ୍ଡିଆନ୍ସ ଏକ ଟୁଇଟ କରିଛି, ଯେଉଁଥିରେ କୁହାଯାଇଛି ଯେ ମାଲିଙ୍ଗା ବ୍ୟକ୍ତିଗତ କାରଣ ଦର୍ଶାଇ ଚଳିତ ସଂସ୍କରଣରେ ଉପଲବ୍ଧ ହୋଇପାରିବେ ନାହିଁ ବୋଲି ଅନୁରୋଧ କରିଛନ୍ତି । ଲସିଥ ମାଲିଙ୍ଗା ବ୍ୟକ୍ତିଗତ କାରଣ ଏବଂ ଶ୍ରୀଲଙ୍କାରେ ପରିବାର ସହିତ ରହିବା ପାଇଁ ଅନୁରୋଧ କରିଛନ୍ତି । ଏଥିପାଇଁ ସେ ଶ୍ରୀଲଙ୍କା ଫେରିଯିବାକୁ ନିଷ୍ପତ୍ତି ନେଇଛନ୍ତି । ଆମ ନିଷ୍ପତ୍ତିକୁ ସମ୍ମାନ ଜଣାଉଛୁ ।
ମାଲିଙ୍ଗାଙ୍କ ସ୍ଥାନରେ ମୁମ୍ବାଇ ଇଣ୍ଡିଆନ୍ସ ଅଷ୍ଟ୍ରେଲୀୟ ପେସ୍ ବୋଲର ଜେମ୍ସ ପାଟିନସନଙ୍କୁ ସାମିଲ୍ କରିଛି । ପାଟିନସନ୍ ଖୁବଶୀଘ୍ର ଆବୁଧାବିରେ ମୁମ୍ବାଇ ଟିମ୍ ସହ ଯୋଗଦେବେ ।
ଚେନ୍ନାଇ ସୁପର କିଙ୍ଗସ୍ ରୁ ଷ୍ଟାର ବ୍ୟାଟ୍ସମ୍ୟାନ ସୁରେଶ ରାଇନା ପରେ ଆଇପିଏଲରୁ ଆଉ ଜଣେ ଷ୍ଟାର ଖେଳାଳି ଘରକୁ ଫେରିଛନ୍ତି । ଆଇପିଏଲରେ ମୁମ୍ବାଇକୁ ଚମ୍ପିଆନ୍ସ କରିବାରେ ମାଲିଙ୍ଗାଙ୍କର ବହୁତ ବଡ ଭୂମିକା ରହିଛି । ଗତ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସକୁ ଚାମ୍ପିୟନ୍ କରାଇବାରେ ମାଲିଙ୍ଗାଙ୍କର ପ୍ରମୁଖ ଭୂମିକା ଥିଲା । ସେ ଆଇପିଏଲ୍ ଇତିହାସର ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର । ମାଲିଙ୍ଗା ୧୨୨ ମ୍ୟାଚ୍ ଖେଳି ୧୯.୮୦ ହାରରେ ୧୭୦ ୱିକେଟ୍ ନେଇଛନ୍ତି ।

ଗତ ସିଜନରେ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୧୨ ଟି ମ୍ୟାଚରେ ମାଲିଙ୍ଗା୧୬ ୱିକେଟ୍ ନେଇଥିଲେ ଏବଂ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଏକ ରୋମାଞ୍ଚକର ଶେଷ ବଲ ବିଜୟ ହାସଲ କରିବାରେ ସାହାଯ୍ୟ କରିଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ଗୋଟିଏ ରନରେ ଫାଇନାଲ୍ ଜିତିବା ପରେ ଚତୁର୍ଥ ଟାଇଟଲ୍ ଉଠାଇଲା ।
ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।