ଇଣ୍ଡିଆନ ପ୍ରିମିୟାର ଲିଗ (ଆଇପିଏଲ)ଇତିହାସରେ ପ୍ରଥମ ଥର ପାଇଁ ଗୋଟିଏ ମ୍ୟାଚରେ ଦୁଇଥର ସୁପର ଓଭର ଖେଳାଯାଇଥିଲା । ଏହି କାରନାମା ରବିବାର ମୁମ୍ବାଇ ଓ ପଞ୍ଜାବ ମଧ୍ୟରେ ଦୁବାଇରେ ଖେଳାଯାଉଥିବା ଆଇପିଏଲ ୧୩ ସିଜିନର ୩୬ ତମ ମ୍ୟାଚ ଥିଲା। ମୁମ୍ବାଇ ଟସ ଜିତି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ ହରାଇ ୧୭୬ ରନ କରିଥିଲେ । ଟିମ ତରଫରୁ ଡିକକ ୫୩ ରନ, ଶେଷ ଆଡକୁ କିରଣ ପୋଲାର୍ଡ (୧୨ ବଲରେ ଅପରାଜିତ ୩୪) ଓ କୁଲଟର ନାଇଲ (୧୨ ବଲରେ ୨୪ ) ରନ ଯୋଗୁଁ ମୁମ୍ବାଇ ଏକ ଭଲ ସ୍କୋର କରିଥିଲା । ପୋଲାର୍ଡ ଓ କୁଲଟର ନାଇଲ ଶେଷ ୨୧ ବଲରେ ଅପରାଜିତ ୫୭ ରନ ସଂଗ୍ରହ କରିଥିଲେ । ଲକ୍ଷ୍ୟର ପିଛା କରିବାକୁ ଯାଇ କେ ଏଲ ରାହୁଲ ୫୧ ବଲରେ ୭୭ ପାରି ସତ୍ତ୍ୱେ ମଧ୍ୟ ପଞ୍ଜାବ ଟିମ ୨୦ ଓଭରରେ ୧୭୬ ରନ ହିଁ କରିପାରିଲା ।

ଶେଷ ଓଭରରେ ପଞ୍ଜାବକୁ ଜିତିବା ପାଇଁ ଆଉ ମାତ୍ର ୯ ରନ୍ର ଆବଶ୍ୟକତା ଥିଲା । କ୍ରିଜ୍ରେ ଜର୍ଡନ ଏବଂ ଦୀପକ ହୁଡା ଥିଲେ । ମୁମ୍ବାଇ ପକ୍ଷରୁ ବୋଲିଂ କରୁଥିଲେ ଟ୍ରେଣ୍ଟ ବୋଲ୍ଟ । ଜର୍ଡନ ପ୍ରଥମ ତିନୋଟି ବଲ୍ରେ ୬ ରନ୍ କରିପାରି ଥିଲେ । ଏହା ପରେ ଜିତିବା ପାଇଁ ଆଉ ମାତ୍ର ୩ ବଲ୍ରେ ୩ ରନ୍ର ଆବଶ୍ୟକତା ଥିଲା । ଶେଷ ବଲ୍ରେ ପଞ୍ଜାବ ପାଇଁ ୨ ରନ୍ ଆବଶ୍ୟକ ଥିଲା । ଶେଷବଲ୍ରେ ଜର୍ଡନ ଏବଂ ହୁଡା ଗୋଟିଏ ରନ୍ କରି ଆଉ ଗୋଟିଏ ରନ୍ର ଦୌଡ଼ି ଥିଲେ କିନ୍ତୁ ଜର୍ଡନ ପିଚ୍ ସିଧା ନ ଦୌଡି ଦୂରରୁ ରନ୍ ପୂରା କରିବା ଚକ୍କରରେ ଫସିଗଲେ । ଶେଷରେ କ୍ରିଜ୍ଠାରୁ ଆଉ ମାତ୍ର ୩ ଇଞ୍ଚ ଦୂରରେ ରହି ଯାଇଥିଲେ । ଏହି ୩ ଇଞ୍ଚର ଦୂରତା ଟିମ୍କୁ ଫସାଇ ଦେଲା ।
ଏହାପୂର୍ବରୁ ପ୍ରଥମ ସୁପର ଓଭରରେ ମଧ୍ୟ ଦୁଇ ଟିମ ସମାନ ୫ ରନ ହିଁ କଲେ । ପ୍ରଥମ ସୁପର ଓଭରରେ ମୁମ୍ବାଇ ତରଫରୁ ଯଶପ୍ରୀତ ବୁମରା ଓ ପଞ୍ଜାବ ପଟରୁ ମହମ୍ମଦ ସାମୀ ଆକର୍ଷଣୀୟ ବୋଲିଂ କରିଥିଲେ। ଦ୍ଵିତୀୟ ସୁପର ଓଭରରେ ମୁମ୍ବାଇ ତରଫରୁ ପୋଲାର୍ଡ ଓ ହାର୍ଦିକ ପାଣ୍ଡ୍ୟା ବ୍ୟାଟିଂ ପାଇଁ ଆସିଲେ ଓ ପଞ୍ଜାବ ତରଫରୁ କ୍ରିଷ ଜୋର୍ଡାନ ବୋଲିଂ କରିଥିଲେ। ମୁମ୍ବାଇ ଏଇ ଓଭରରେ ପାଣ୍ଡ୍ୟାଙ୍କ ଇଉକେଟ ହରାଇ ୧୧ ରନ ସଂଗ୍ରହ କରିଥିଲା। ପୋଲାର୍ଡ ଶେଷ ଓଭରରେ ବଡ ସର୍ଟ ଖେଳିଥିଲେ ହେଲେ ମୟଙ୍କ ଅଗ୍ରୱାଲଙ୍କ ଚମତ୍କାର ଫିଲିଡ଼ିଂ ପାଇଁ ଏହା ୬ ରୁ ୨ ରନରେ ପରିବର୍ତ୍ତନ ହୋଇଥିଲା।

ପଞ୍ଜାବକୁ ଜିତିବା ପାଇଁ ୧୨ ରନର ଆବଶ୍ୟକତା ଥିଲା ଓ ବ୍ୟାଟିଂ ପାଇଁ କ୍ରିଷ ଗେଲ ଓ ମୟଙ୍କ ଅଗ୍ରୱାଲ ଆସିଥିଲେ ଓ ମୁମ୍ବାଇ ପାଇଁ ଟ୍ରେଣ୍ଟ ବୋଲଟ ବୋଲିଂ କରିଥିଲେ। ଗେଲ ପ୍ରଥମ ବଲରେ ହିଁ ଛକା ମାରି ମୁମ୍ବାଇ ଉପରେ ପ୍ରେସର କରାଇଦେଇଥିଲେ। ପରବର୍ତ୍ତୀ ବଲରେ ସିଂଗଲ ନେଇଥିଲେ। ଏହାପରେ ମୟଙ୍କ ଅଗ୍ରୱାଲ ଲଗାତାର ତୃତୀୟ ଓ ଚତୁର୍ଥ ବଲରେ ଚୋୖକା ମାରି ନିଜ ଟିମକୁ ଜିତାଇଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।