IPL 2020: ଇତିହାସ ରଚିଲା ଧୋନିଙ୍କ ଟିମ CSK, ଆଇପିଏଲରେ ଏପରି କରିବାରେ ବନିଲା ପ୍ରଥମ ଟିମ ।

ସିଏସକେ ହାଇଦ୍ରାବାଦ ଟିମକୁ ୨୦ ରନରେ ପରାସ୍ତ କରିଛି।ଏହା ସହ ଧୋନିଙ୍କ ଟିମ ଆଇପିଏଲରେ ଏମିତି ଇତିହାସ ରଚିବାର ଉପଲବ୍ଧି କରିଛି ଯେଉଁଠି ଅନ୍ୟ ଟିମ ଏହି ଉପଲବ୍ଧ କରିବାର ପାଖରେ ମଧ୍ୟ ନାହାନ୍ତି।

Google

ଇଣ୍ଡିଆନ ପ୍ରିମିୟାର ଲିଗ ୧୩ ରେ ଖରାପ ପ୍ରଦର୍ଶନ କରିଥିବା ଧୋନିଙ୍କ ଟିମ ଚେନ୍ନାଇ ସୁପର କିଙ୍ଗସ ଏବେ ଭଲ ପ୍ରଦର୍ଶନ କରିବାର ନଜର ଆସିଛି। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ଧୋନିଙ୍କ ଟିମ ହାଇଦ୍ରାବାଦକୁ ୨୦ ରନରେ ପରାସ୍ତ କରିଛି। ଏହି ବିଜୟ ସହ ସିଏସକେ ଟିମ ଏକ ବିରଳ ଉପଲବ୍ଧି ହାସିଲ କରିବାରେ ପ୍ରଥମ ଟିମ ହୋଇଛି। ଆଇପିଏଲରେ ଚେନ୍ନାଇ ହାଇଦ୍ରାବାଦକୁ ୧୦ ଥର ହରେଇଛି।

ଚେନ୍ନାଇ ସୁପର କିଙ୍ଗସ ଏମିତି ଏକ ଟିମ ହୋଇଛି ଯିଏ ଆଇପିଏଲରେ ଥିବା ଅନ୍ୟ ୭ ଟି ଟିମକୁ ୧୦ ଥର ଲେଖାଏଁ ହରେଇସାରିଛି। ସିଏସକେ ଛଡା ଅନ୍ୟ କୌଣସି ଟିମ ଏହି ରେକର୍ଡ (ଅନ୍ୟ ସବୁ ଟିମ ବିରୁଦ୍ଧରେ ୧୦ ବା ଅଧିକ ବିଜୟ) କରି ପାରିନାହିଁ।

ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ହାଇଦ୍ରାବାଦ ପାଇଁ ୧୬୮ ରନର ବିଜୟ ଲକ୍ଷ୍ୟ ଦେଇଥିଲା। ହେଲେ ଜବାବରେ ହାଇଦ୍ରାବାଦ ଟିମ ନିର୍ଧାରିତ ୨୦ ଓଭରରେ ୮ ଟି ୱିକେଟ ହରାଇ ୧୪୭ ରନ ସଂଗ୍ରହ କରିଥିଲା।

Google

ସିଏସକେର ଏହା ତୃତୀୟ ବିଜୟ ଏହି ସିଜିନରେ। ମୋଟ ୮ ଟି ମ୍ୟାଚ ଖେଳି ସିଏସକେ ୫ ଟି ହାରି ୩ ଟିରେ ବିଜୟ ହାସିଲ କରିଛି। ସିଏସକେ ୬ ପଏଣ୍ଟ ସହ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି।

ପଏଣ୍ଟ ଟେବୁଲରେ ମୁମ୍ବାଇ ଟିମ ୭ ଟି ମ୍ୟାଚରୁ ୫ ଟି ବିଜୟ ସହ ଶିର୍ଷ ସ୍ଥାନ ଅଧିକାର କରିଛି। ସେହିପରି ଦିଲ୍ଲୀ ଟିମ ୭ଟି ମ୍ୟାଚରୁ ୫ଟି ମ୍ୟାଚ ବିଜୟ ସହ ରନରେଟ ମୁମ୍ବାଇ ଠାରୁ କମ ଥିବାରୁ ଦ୍ୱିତୀୟ ସ୍ଥାନ ଅଧିକାର କରିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *