ଏହା ବହୁତ ଚିନ୍ତା ଜନିତ କଥା ହେଲେ ଏହା ସତ ଯେ ଆଇପିଏଲରେ ଧୋନିଙ୍କ ପ୍ରଦର୍ଶନ ଅତେ ଭଲ ହୋଇନଥିବାରୁ ସୋସିଆଲ ମିଡିଆରେ ଟ୍ରୋଲ କରି କେହି ଜଣେ ତାଙ୍କର ୫ବର୍ଷୀୟ ଝିଅ ସହ ଦୁଷ୍କର୍ମ କରିବାର ଧମକ ଦେଇଛନ୍ତି। ଧୋନିଙ୍କ ପତ୍ନୀ ସାକ୍ଷୀ ଧୋନୀଙ୍କୁ ତାଙ୍କର ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏପରି ଧମକ ମିଳିଛି।

ଏହି ଧମକ ସୋସିଆଲ ମିଡିଆରେ ବହୁତ ଲୋକମାନଙ୍କୁ ରାଗେଇ ଦେଇଛି। ମୂଖ୍ୟତଃ ଏହା ମହିଳା ମାନଙ୍କୁ ବହୁତ କ୍ରୋଧ ଦେଇଛି। ଅଭିନେତ୍ରୀ ଓ ରାଜନେମା ନଗମା ଟୁଇଟ କରି କହିଲେ-“ଆମେ ଏକ ରାଷ୍ଟ୍ର ଭାବେ କେଉଁଠିକି ଯାଉଛେ? ଏହା କେତେ ଅଜବ ଯେ ଧୋନୀଙ୍କ ପାଞ୍ଚ ବର୍ଷୀୟ ଝିଅ ଜିୱାଙ୍କୁ କିଏ ଦୁଷ୍କର୍ମ କରିବାର ଧମକ ଦେଇଛି।ପ୍ରଧାନମନ୍ତ୍ରୀ ଜି ଏହା ଆମ ଦେଶରେ କଣ ଚାଲିଛି?”
କର୍ଣ୍ଣାଟକର ଜୟନଗର ବିଧାୟକ ସୌମ୍ୟା ରେଡ୍ଡୀ କହିଛନ୍ତି ଯେ ଏହା ବହୁତ ଚିନ୍ତାଜନକ ବିଷୟ। ଆମ ଦେଶରେ କଣ ହେଉଛି,ଏହା ବୁଝି ହଉନି। ଆମେ କେଉଁଠିକୁ ଯାଉଛେ? ସେହିପରି ରାଜ୍ୟସଭା ସାଂସଦ ପ୍ରିୟାଙ୍କା ଚତୁର୍ବେଦୀ କହିଛନ୍ତି ଯେ ଏହା ଏହି କଥାର ଖରାପ ଉଦାହରଣ ଅଟେ କି କେଉଁ ପ୍ରକାରରେ ସୋସିଆଲ ମିଡିଆରେ ଦୁରୁପଯୋଗ ହେଉଛି।

କୋଲକାତା ନାଇଟ ରାଇଡରସ ଠାରୁ ମିଳିଥିବା ପରାଜୟ କାରଣରୁ ଅସନ୍ତୋଷ ପ୍ରସଂଶକ ଖେଳାଳି ମାନଙ୍କ ଘରକୁ ପଥର ପକେଇ ନିଜର କ୍ରୋଧି ପ୍ରକାଶ କଲେ। ହେଲେ କେଉଁ ଖେଳାଳିଙ୍କ ଅବୋଧ ଛୁଆକୁ ଟାର୍ଗେଟ କରି ଏହି ପ୍ରକାରର ଧମକ ଆଜି ପର୍ଯ୍ୟନ୍ତ ମିଳିନଥିଲା।
This is the reason why our country is unsafe for women, these filthy idiots have the courage to write such shameful things on social media for a 5 yr old child, why wait for future, plz find them and put them behind bars immediately, these people have rapist mentality #ziva pic.twitter.com/jI7gole7G8
— Adarsh Kumar Shahi (@AdarshK67323175) October 10, 2020
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।