ଆଇପିଏଲ ୨୦୨୦: ମହେନ୍ଦ୍ର ସିଂ ଧୋନୀଙ୍କ ବଢ଼ିଲା ଚିନ୍ତା, ସୁରେଶ ରାଇନାଙ୍କ ଜାଗା ନେବାକୁ ଥିବା ବ୍ୟାଟ୍ସମ୍ୟାନକୁ ଏବେବି କରୋନା ।

IPL 2020 MS Dhoni's heightened concern batsman to replace Suresh Raina still corona, ଆଇପିଏଲ ୨୦୨୦: ମହେନ୍ଦ୍ର ସିଂ ଧୋନୀଙ୍କ ବଢ଼ିଲା ଚିନ୍ତା, ସୁରେଶ ରାଇନାଙ୍କ ଜାଗା ନେବାକୁ ଥିବା ବ୍ୟାଟ୍ସମ୍ୟାନକୁ ଏବେବି କରୋନା, CSK, IPL 2020, IPL, MS Dhoni, Cricket, Nitidina

ଆଇପିଏଲ ୨୦୨୦ ଆରମ୍ଭ ହେବାକୁ ଏବେ କେବଳ ଗଣିବା ଦିନ ହିଁ ବାକି ଅଛି । ଆଇପିଏଲର ୧୩ ତମ ବର୍ଷରେ ଆରମ୍ଭ ମ୍ୟାଚ ୧୯ ସେପ୍ଟେମ୍ବରକୁ ଚେନ୍ନାଇ ସୁପର କିଙ୍ଗ ଓ ମୁମ୍ବାଇ ଇଣ୍ଡିଆନ ମଧ୍ୟରେ ଖେଳାଯିବ କିନ୍ତୁ ଏହା ମଝିରେ ଚେନ୍ନାଇ ସୁପର କିଙ୍ଗ ପାଇଁ ଖରାପ ଖବର ଆସୁଛି । ସୁରେଶ ରାଇନା ଭାରତ ଫେରି ଆସିବା ପରେ ତାଙ୍କ ସ୍ଥାନରେ ବିକଳ୍ପ ରୂପେ ଦେଖାଯାଉଥିବା ମଧ୍ୟ ସ୍ଥାନରେ ବ୍ୟାଟିଙ୍ଗ କରୁଥିବା ଋତୁରାଜ ଗାଏକୱାଡ଼ ଏବେବି କୁଆରେଣ୍ଟାଇନରେ ଅଛନ୍ତି । କାରଣ ୧୩-୧୪ ଦିନ ପରେ ମଧ୍ୟ ଏବେବି ତାଙ୍କ ରିପୋର୍ଟ ନେଗେଟିଭ ଆସିବା ବାକି ଅଛି । ତାଙ୍କୁ ଏବେ ପର୍ଯ୍ୟନ୍ତ ଟିମ ହୋଟେଲକୁ ଯିବାକୁ ଅନୁମତି ମିଳିନାହିଁ ।

IPL 2020: MS Dhoni's heightened concern, batsman to replace Suresh Raina still corona
Google

କାରଣ ଏହାକି ପୂର୍ଵ ମାସରେ ଚେନ୍ନାଇ ଟିମର ୧୩ ଜଣ ସଦସ୍ୟ କରୋନା ପଜେଟିଭ ମିଳିଥିଲେ । ଯାହା ମଧ୍ୟରେ ଦୁଇ ଖେଳାଳୀ ଋତୁରାଜ ଓ ଦୀପକ ଚାହର ସାମିଲ ଥିଲେ । ଚାହର ସମେତ ଅନ୍ୟ ୧୧ ଜଣ ଏବେ ଏହି ଭାଇରସରୁ ଭଲ ହୋଇଯାଇଛନ୍ତି, ଏହା ସହିତ ଏବେ ଚାହର ଟ୍ରେନିଙ୍ଗ ବି ଆରମ୍ଭ କରିଦେଇଛନ୍ତି । ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁସାରେ ଚେନ୍ନାଇ ଟିମର ମ୍ୟାନେଜମେଣ୍ଟ ଆଶା କରୁଥିଲା କି ଋତୁରାଜ ବହୁତ ଶୀଘ୍ର ସୁସ୍ଥ ହୋଇ ଫେରିବେ, କିନ୍ତୁ କୋଭିଡ଼ ରିପୋର୍ଟ ସମସ୍ତଙ୍କୁ ନିରାଶ କରିଦେଲା ।

ଅନ୍ୟ ବିକଳ୍ପ ଉପରେ ଭାବୁଛି ଚେନ୍ନାଇ ସୁପର କିଙ୍ଗ:

ଋତୁରାଜଙ୍କୁ ସୁରେଶ ରାଇନାଙ୍କ ବିକଳ୍ପ ରୂପରେ ଦେଖାଯାଉଥିଲା କିନ୍ତୁ ଏବେ ପରିସ୍ଥିତିକୁ ଲକ୍ଷ କରି ଚେନ୍ନାଇ ଟିମର ମ୍ୟାନେଜମେଣ୍ଟ ଅନ୍ୟ ବିକଳ୍ପ ଆଡ଼କୁ ଦୃଷ୍ଟି ପକାଉଛି । ଏପରି ପରିସ୍ଥିତିରେ ଅମ୍ବତି ରାଇଡୁ ନମ୍ବର ୩ ରେ ବ୍ୟାଟିଙ୍ଗ କରିପାରିବେ । ପୂର୍ବ ୧୦ ଦିନରୁ ଚେନ୍ନାଇ ଟିମ ନିଜର ପୁରା ଶକ୍ତି ସହିତ ଟ୍ରେନିଙ୍ଗ କରୁଛି । ଖବର ଅନୁସାରେ ବିସିସିଆଇ ମେଡ଼ିକାଲ ଅଫିସର ନୀତିଶ ପଟେଲ ବି ଏବେ କୁଆରେଣ୍ଟାଇନରେ ଅଛନ୍ତି, ଏବେ ପର୍ଯ୍ୟନ୍ତ ତାଙ୍କ କୋଭିଡ଼ ରିପୋର୍ଟ ମଧ୍ୟ ନେଗେଟିଭ ଆସିନାହିଁ ।

Coronavirus scare: CSK wait for government word on crowd control at practice- The New Indian Express
Google

ଖେଳିପାରିବେ ନାହିଁ ଆରମ୍ଭ ମ୍ୟାଚ:

କରୋନା ଭାଇରସ ପରିକ୍ଷଣରେ ନେଗେଟିଭ ଆସିବା ପରେ ଋତୁରାଜଙ୍କ ଫୁସଫୁସ ପରୀକ୍ଷା କରାଯିବ ସେଥିରେ ସେ ଠିକ ଅଛନ୍ତି କି ନାହିଁ । ଋତୁରାଜ ଖେଳିବା ପାଇଁ ଉପଲବ୍ଧ ହେବାକୁ ଆହୁରି ୧ ସପ୍ତାହ ଲାଗିବ । ଯାହା ଦ୍ଵାରା ୧୯ ସେପ୍ଟେମ୍ବରକୁ ସେ ଆରମ୍ଭ ମ୍ୟାଚ ଚେନ୍ନାଇ ଓ ମୁମ୍ବାଇ ମଧ୍ୟରେ ହେବାକୁ ଥିବା ମ୍ୟାଚରେ ଖେଳିପାରିବେ ନାହିଁ । ଏହା ଛଡା ଆଉ କିଛି ମ୍ୟାଚରେ ମଧ୍ୟ ସେ ବାହାରେ ରହିବାର ସମ୍ଭାବନା ଅଛି ।

ଆପଣମାନେ ଜାଣିଥିବେ ଆଇପିଏଲ ମାର୍ଚ୍ଚ ମାସରେ ହେବାକୁ ଥିଲା କିନ୍ତୁ ଏହି କରୋନା ମହାମାରି ପାଇଁ ଏହାକୁ ବନ୍ଦ କରାଯାଇଥିଲା କିନ୍ତୁ ପରେ ବିସିସିଆଇ ଏହାକୁ ସେପ୍ଟେମ୍ବରରେ ୟୁଏଇରେ କରିବା ପାଇଁ ନିଷ୍ପତି ନେଲା । ସମସ୍ତ ଖେଳାଳିଙ୍କ କୋଭିଡ଼ ପରୀକ୍ଷା ବାରମ୍ବାର କରାଯାଉଥିବା ସହ ସମସ୍ତଙ୍କ ସତର୍କତା ସହିତ ଏହି ଆଇପିଏଲ ଖେଳାଯିବ । ଯାହାର ଆରମ୍ଭ ୧୯ ସେପ୍ଟେମ୍ବରକୁ ହେବାକୁ ଯାଉଛି ।

CSK COVID | IPL 2020: CSK's Ruturaj Gaikwad tests COVID-19 positive again | Cricket News
Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *