ଆଇପିଏଲ ୨୦୨୦ ଆରମ୍ଭ ପୂର୍ବରୁ ରାଜସ୍ଥାନ ରୟାଲସକୁ ସବୁଠୁ ବଡ ଝଟକା, ଟିମର ସବୁଠାରୁ ମହଙ୍ଗା ଖେଳାଳି ବାହାର ହୋଇପାରନ୍ତି ।

IPL 2020 Rajasthan Royals in trouble before start IPL the most expensive player of team may be out, ଆଇପିଏଲ ୨୦୨୦ ଆରମ୍ଭ ପୂର୍ବରୁ ରାଜସ୍ଥାନ ରୟାଲସକୁ ସବୁଠୁ ବଡ ଝଟକା, ଟିମର ସବୁଠାରୁ ମହଙ୍ଗା ଖେଳାଳି ବାହାର ହୋଇପାରନ୍ତି, IPL 2020, IPL, Cricket, Indian Cricket, Cricket News, Ben Stokes, Nitidina

ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ପ୍ରଥମ ସଂସ୍କରଣର ବିଜେତା ରାଜସ୍ଥାନ ରୟାଲସ ୨୦୨୦ ସଂସ୍କରଣରେ ଧୀମା ପଡିଯାଇଛି । ଟିମ ପାଖରେ କେହି ବଡ ଖେଳାଳି ନାହାନ୍ତି।ଟିମରେ ‘ଷ୍ଟିଭ ସ୍ମିଥ’ ଓ ‘ଜୋଫ୍ରା ଆର୍ଚର’ ରହିଥିଲେ ମଧ୍ୟ ସେ ଟି୨୦ ରେ ଏତେ ସଫଳ ନୁହନ୍ତି । ଖବର ଅନୁଯାୟୀ ଟିମର ସବୁଠାରୁ ମହଙ୍ଗା ଅଲରାଉଣ୍ଡର ଖେଳିନପାରନ୍ତି ୧୩ତମ ସଂସ୍କରଣ ।

ଇଂଲଣ୍ଡ ଟିମର ବିସ୍ଫୋରକ ଅଲରାଉଣ୍ଡର ‘ବେନ ଷ୍ଟୋକସ’ ଯାହାକୁ ରାଜସ୍ଥାନ ରୟାଲସ ୧୨.୫ କୋଟିରେ ନିଜ ପାଖରେ ରଖିଛି, ସେ ହୁଏତ ଏହି ସଂସ୍କରଣରେ ନ ଖେଳିପାରନ୍ତି । ବେନ ଷ୍ଟୋକସ ପାକିସ୍ତାନ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ହିଁ ନ୍ୟୁଜିଲ୍ୟାଣ୍ଡ ପଳେଇଥିଲେ । କାହିଁକିନା ତାଙ୍କ ବାପାଙ୍କ ଦେହ ବହୁତ ଖରାପ ଥିଲା । ପାକିସ୍ତାନ ବିପକ୍ଷରେ ଶେଷ ୨ଟି ଟେଷ୍ଟ ଓ ଟି୨୦ ତଥା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରୁ ମଧ୍ୟ ସେ ବଞ୍ଚିତ ଥିଲେ ।

IPL 2020: Ben Stokes Unavailable For Rajasthan Royals, Head Coach Andrew  McDonald Not Sure About England All-rounder Availability | India.com  cricket news
Google

ବର୍ତ୍ତମାନ ତାଙ୍କ ଆଇପିଏଲ ଖେଳିବା ନେଇ ମଧ୍ୟ ଆଶଙ୍କା ରହିଛି । ରାଜସ୍ଥାନ ରୟାଲସର ମୁଖ୍ୟ କୋଚ୍ ଓ ଅଷ୍ଟ୍ରେଲିଆର ପ୍ରମୁଖ ଖେଳାଳି ଆଣ୍ଡରୁ ମଇକଡୋନାଲଡ଼ କହିଛନ୍ତି ଯେ ଏବେ ଯାଏ ମଧ୍ୟ ବେନ ଷ୍ଟୋକ ଏହି ସଂସ୍କରଣରେ ଖେଳିବେ କି ନାହିଁ ସନ୍ଦେହ ରହିଛି । ରାଜସ୍ଥାନ ରୟାଲସ ନିଜର ପ୍ରଥମ ମ୍ୟାଚ ୨୨ ସେପ୍ଟେମ୍ବର ରେ ଚେନ୍ନାଇ ବିରୁଦ୍ଧରେ ଖେଳିବାର ଅଛି । ଯଦି ଷ୍ଟୋକସ ପ୍ରଥମ ମ୍ୟାଚ ଖେଳିବେ ତ ତାଙ୍କୁ ୧୬ ସେପ୍ଟେମ୍ବର ସୁଦ୍ଧା UAE ରେ ପହଞ୍ଚିବାର ଥିଲା ।

କୋଚ୍ ମଇକଡୋନାଲଡ଼ କହିଛନ୍ତି ଯେ “ସର୍ବ ପ୍ରଥମେ ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଷ୍ଟୋକଙ୍କ ପରିବାର । ଏହା ଏକ କଠିନ ସମୟ ଓ ଏଥିପାଇଁ ଆମେ ତାଙ୍କୁ ସେତିକି ସମୟ ଦେବୁ ଯେତିକି ସେ ଆବଶ୍ୟକ କରୁଛନ୍ତି । ଆଉ ତାଙ୍କ ପାଇଁ ଆମେ ଯାହା କରିବା କଥା କରିବୁ । ଆମକୁ ବିଶ୍ଵାସ ନାହିଁ ଯେ ଷ୍ଟୋକ୍ସିସ ଏବେ କେଉଁଠି ଅଛନ୍ତି, ହେଲେ ଥରେ ଖେଳା ଆରମ୍ଭ ହେବ ତ ଆମେ ସେଠାରୁ ନିଜର ନିଷ୍ପତ୍ତି ନେଇପାରିବୁ । ହେଲେ ମୁଁ ଦ୍ୱିତୀୟ ଅନୁମାନ କରିବାକୁ ଚାହୁଁନି କି ଏବେ ତାଙ୍କ ସହ କଣ ହେବ ।”

IPL 2020: Top 3 Key Players for Rajasthan Royals (RR)
Google

ତେବେ ଆଇପିଏଲ ଦୀର୍ଘ ଦିନ ପରେ ହେବାକୁ ଯାଉଛି । ଏହାକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ଭରି ରହିଛି । ସମସ୍ତେ ନିଜ ନିଜ ପ୍ରିୟ ଦଳ ତଥା ପ୍ରିୟ ଖେଳାଳିଙ୍କୁ ଖେଳୁଥିବାର ଦେଖିବାର ନଜର ରହିଛି । ଆଇପିଏଲ ମାର୍ଚ୍ଚ କିମ୍ବା ଏପ୍ରିଲ ମାସରେ ହେବାର ଥିଲା ମାତ୍ର କୋରନା ଭାଇରସର ପ୍ରକୋପ ଏତେ ପରିମାଣରେ ବଢ଼ିଲା ଯେ ସେହି ମାସରେ କରିବା ସମ୍ଭବ ପର ହେଲାନି, ସେଥିପାଇଁ ବିସିସିଆଇ ୟୁଏଇ ରେ ୧୯ ସେପ୍ଟେମ୍ବର ଠାରୁ ଆଇପିଏଲ ଖେଳାଯିବ ବୋଲି ଖବର ଆସିଥିଲା ଏବଂ ଏହା ସତ ଅଟେ । ଆପଣଙ୍କୁ ଜଣାଇଦେବୁ କି ୧୯ ସେପ୍ଟେମ୍ବରରେ ପ୍ରଥମ ମ୍ୟାଚ ଖେଳାଯିବ ଯାହାକି ଚେନ୍ନାଇ ସୁପର କିଙ୍ଗସ (ସିଏସକେ) ଏବଂ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଭିତରେ । ସମସ୍ତଙ୍କର ନଜର ଏହି ମ୍ୟାଚକୁ ରହିଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *