ଆଇପିଏଲ ୨୦୨୦ RCB vs SRH: ହାଇଦ୍ରାବାଦ ବିପକ୍ଷରେ ଏହି ବଡ଼ ରେକର୍ଡକୁ ନିଜ ନାମରେ କରିବେ ବିରାଟ କୋହଲି ।

IPL 2020 RCB vs SRH Virat Kohli to name this big record against Hyderabad. Virat Kohli, RCB, IPL 2020, Nitidina

ବିରାଟ କୋହଲି ଟି-୨୦ କ୍ରିକେଟରେ ୩୦୦ ଛକା ମାରିବାରୁ ମାତ୍ର ୩ କଦମ ଦୂରରେ ଅଛନ୍ତି। ଟି-୨୦ କ୍ରିକେଟରେ ବିରାଟ କୋହଲି ୨୯୫ ମ୍ୟାଚରେ ୯୩୬୦ ରନ କରିଛନ୍ତି। ଏହା ସହ ସେ ପାଞ୍ଚଟି ଶତକ ଓ ୬୭ ଅର୍ଦ୍ଧଶତକ ହାସଲ କରିଛନ୍ତି।

IPL 2020 RCB vs SRH: Virat Kohli to name this big record against Hyderabad
Google

ସନରାଜର୍ସ ହାଇଦ୍ରାବାଦର ସାମ୍ନା ଏଲିମିନେଟରରେ ଆଜି ବିରାଟ କୋହଲିଙ୍କ ଟିମ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ସହିତ ହେବ। ଆରମ୍ଭରୁ ଖରାପ ପ୍ରଦର୍ଶନ କରିଥିବା ସନରାଜର୍ସ ହାଇଦ୍ରାବାଦ ପରେ ଭଲ ପ୍ରଦର୍ଶନ କରି ଅଙ୍କ ତାଲିକାରେ ବାଙ୍ଗାଲୋରଠୁ ଆଗରେ ରହି ତୃତୀୟ ସ୍ଥାନ ହାସଲ କରି ପ୍ଲେଅଫରେ ଜାଗା ସୃଷ୍ଟି କରିଛି। ଲିଗର ଶେଷ ମ୍ୟାଚରେ ଦୁଇ ଟିମର ପ୍ରଦର୍ଶନ ପୁରା ବିପରୀତ ରହିଥିଲା।ଆରସିବି ଲଗାତର ଚତ୍ରୁର୍ଥ ମ୍ୟାଚ ହାରି ଅଙ୍କ ତାଲିକାରେ ଚତ୍ରୁର୍ଥ ସ୍ଥାନରେ ରହିଥିବା ବେଳେ ସନରାଇଜର୍ସ ହାଇଦ୍ରାବାଦ ହାଟ୍ରିକ ବିଜୟ ପ୍ରାପ୍ତ କରିଛି। ଆଜିର ମ୍ୟାଚରେ ଅଧିନାୟକ ବିରାଟ କୋହଲି ଏକ ବଡ଼ ପାରି ଖେଳିବାକୁ ଚାହିଁବେ। କାରଣ ପୂର୍ବ କିଛି ମ୍ୟାଚରେ କୋହଲି ତାଙ୍କ ଦକ୍ଷତା ଅନୁସାରେ ଖେଳିପାରିନାହାଁନ୍ତି।

୩୦୦ ଛକାରୁ ତିନି ପାଦ ଦୂର:

ବିରାଟ କୋହଲି ଟି-୨୦ କ୍ରିକେଟରେ ୩୦୦ ଛକା ମାରିବାରୁ ମାତ୍ର ୩ କଦମ ଦୂରରେ ଅଛନ୍ତି। ଟି-୨୦ କ୍ରିକେଟରେ ବିରାଟ କୋହଲି ୨୯୫ ମ୍ୟାଚରେ ୯୩୬୦ ରନ କରିଛନ୍ତି। ଏହା ସହ ସେ ପାଞ୍ଚଟି ଶତକ ଓ ୬୭ ଅର୍ଦ୍ଧଶତକ ହାସଲ କରିଛନ୍ତି।ତାଙ୍କ ନାମରେ ୨୯୭ ଛକା ଅଛି। ଭାରତ ତରଫରୁ ସବୁଠୁ ଅଧିକ ଛକା ମାରିବା ରେକର୍ଡ ରୋହିତ ଶର୍ମାଙ୍କ ନାମରେ ଅଛି। ଯିଏକି ୩୩୮ ମ୍ୟାଚରେ ୩୭୬ ଛକା ମାରିଛନ୍ତି। ଏହା ପରେ ଦ୍ୱିତୀୟ ଓ ତୃତୀୟ ନମ୍ବରରେ ସୁରେଶ ରାଇନା ଓ ମହେନ୍ଦ୍ର ସିଂ ଧୋନି ୩୧୧ ଓ ୩୦୨ ଛକା ମାରିଛନ୍ତି।

IPL 2020 RCB vs SRH: Virat Kohli to name this big record against Hyderabad
Google

ଟି-୨୦ କ୍ରିକେଟରେ ସବୁଠୁ ଅଧିକ ଛକା ମାରିବା ରେକର୍ଡ କ୍ରିସ ଗେଲଙ୍କ ନାମରେ ଅଛି। ସେ ୧୦୦୦ରୁ ଅଧିକ ଛକା ମାରିଛନ୍ତି। ଟି-୨୦ କ୍ରିକେଟରେ କ୍ରିସ ଗେଲଙ୍କ ଏହି ରେକର୍ଡ ଭାଙ୍ଗିବା ଏବେ ଅସମ୍ଭବ ଲାଗୁଛି। କାରଣ ଏହାର ଦ୍ୱିତୀୟ ସ୍ଥାନରେ ଅଛନ୍ତି କିରନ ପୋଲାର୍ଡ ସେ ଏବେ ପର୍ଯ୍ୟନ୍ତ ଟି-୨୦ ରେ ୬୯୦ ଛକା ମାରିଛନ୍ତି।

ଆଇପିଏଲରେ ୫୦୦ ରନ ପୁରା କରିବାର ମୌକା:

ଆଇପିଏଲ ୨୦୨୦ରେ ବିରାଟ କୋହଲି ୧୪ ମ୍ୟାଚରେ ତିନୋଟି ଅର୍ଦ୍ଧଶତକ ସହ ୪୬୦ ରନ କରିଛନ୍ତି। ସବୁଠୁ ଅଧିକ ରନ କରିବା ସୂଚିରେ କୋହଲି ୮ମ ସ୍ଥାନରେ ଅଛନ୍ତି।ଯଦି ହାଇଦ୍ରାବାଦ ବିପକ୍ଷରେ କୋହଲି ୪୦ ରନ କରିଦେବେ ତ ସେ ୫୦୦ ରନ ଏହି ଆଇପିଏଲରେ ପୁରା କରିଦେବେ।ଏପରି ୬ ତମ ଥର ହେବ ଯେବେ କୋହଲି ଆଇପିଏଲରେ ୫୦୦ ରନ ପୁରା କରିବେ। ଆଇପିଏଲର ଇତିହାସରେ କେବଳ ଡେଭିଡ ୱାନର ଏକ ମାତ୍ର ଖେଳାଳୀ ଯିଏ କି ୬ ଥର ୫୦୦ରୁ ଅଧିକ ରନ କରିଛନ୍ତି। ୱାନର ୨୦୧୪ରୁ ଲଗାତର ସବୁ ବର୍ଷ ୫୦୦ ବା ତାଠୁ ଅଧିକ ରନ କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *