ଆଇପିଏଲ୍ 2020 ର ପଞ୍ଚମ ମ୍ୟାଚ୍ ରେ ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସ (MI) ଏବଂ କୋଲକାତା ନାଇଟ୍ ରାଇଡର୍ସ (KKR) ମଧ୍ୟରେ ହୋଇଥିବା ମ୍ୟାଚରେ ଏକ ବଡ ଏବଂ ଆକର୍ଷଣୀୟ ଇନିଂସ ଖେଳିଥିଲେ । ରୋହିତ ଶର୍ମା କୋଲକାତା ବୋଲରକୁ କଡ଼ା ଜବାବ ଦେଇଥିଲେ । ସେ ତାଙ୍କ ଆଇପିଏଲ୍ କ୍ୟାରିୟରର ୩୭ ତମ ଅର୍ଦ୍ଧଶତକ ହାସଲ କରିଥିଲେ । ରୋହିତ ଶର୍ମା ୩ ଚୌକ ଓ ୬ ଛକା ସହାୟତାରେ ୫୪ ବଲରୁ ୮୦ ରନର ଏକ ଇନିଂସ ଖେଳିଥିଲେ ।
କେକେଆର ବିପକ୍ଷ ଏହି ଇନିଂସରେ ରୋହିତ ତାଙ୍କ ନାମରେ ଅନେକ ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି କରିଛନ୍ତି । ଦିନିକିଆରୁ ଟି୨୦ ମ୍ୟାଚ୍ ତଥା ଆଇପିଏଲରେ ରୋହିତଙ୍କୁ “ହିଟମ୍ୟାନ” ବୋଲି କୁହାଯାଏ । ରୋହିତ ଶର୍ମା ମ୍ୟାଚ୍ରେ ଆକର୍ଷଣୀୟ ଇନିଂସ ଖେଳିବା ସହିତ କୌଣସି ନା କୌଣସି ରେକର୍ଡ ମଧ୍ୟ ଭାଙ୍ଗିଥାନ୍ତି । ସେ ଥରେ କ୍ରିଜରେ ସେଟ୍ ହୋଇଗଲେ ତାଙ୍କୁ ଆଉଟ୍ କରିବା କଷ୍ଟକର ହୋଇଥାଏ । କ୍ରିଜରେ ରହି ସେ ରନ୍ ବର୍ଷା କରିଥାନ୍ତି । ଆଇପିଏଲରେ ସେ କେକେଆର ବିରୋଧରେ ୫୪ ବଲ୍ରୁ ୮୦ ରନ୍ର ଚମତ୍କାର ଇନିଂସ ଖେଳିଥିଲେ । ଏହାସହ ମୁମ୍ବାଇକୁ ଜିତାଇଥିଲେ । ଫଳରେ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଦିଆଯାଇଥିଲା । ତେବେ ଏହି ମ୍ୟାଚରେ ରୋହିତ ଧୋନୀଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି ।

ଏହି ମ୍ୟାଚରେ ରୋହିତ ଶର୍ମା ଆଇପିଏଲ କ୍ୟାରିୟରରେ ୨୦୦ ଛକା ମଧ୍ୟ ପୂରଣ କରିଥିଲେ । ସେ ଏହି ମ୍ୟାଚରେ ୬ ଛକା ମାରି ୨ୟ ସ୍ଥାନ ହାସଲ କରିଥିଲେ । ଆଇପିଏଲ୍ ଇତିହାସରେ ୨୦୦ଟି ଛକା ମାରିବାରେ ରୋହିତ ଶର୍ମା ଦ୍ୱିତୀୟ ଭାରତୀୟ ଖେଳାଳି ହୋଇଛନ୍ତି । ରୋହିତଙ୍କ ବ୍ୟତୀତ କେବଳ ଏମ ଏସ ଧୋନି ଭାରତୀୟ ଖେଳାଳିଙ୍କ ମଧ୍ୟରେ ଏହି ରେକର୍ଡ ହାସଲ କରିଛନ୍ତି । ଏଥି ସହିତ, କ୍ରିସ୍ ଗେଲ୍ ୩୨୬ ଛକା ସହ ତାଲିକାର ଏକ ନମ୍ବରରେ ଥିଲାବେଳେ ଏବି ଡି ଭିଲିୟର୍ସ ୨୧୪ ଛକା ମାରି ୨ୟ ସ୍ଥାନରେ ଅଛନ୍ତି ।
ଆଇପିଏଲରେ ସବୁଠାରୁ ଅଧିକ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପାଇଥିବା ଖେଳାଳି:
ଆଇପିଏଲରେ ରୋହିତ ୧୮ ଥର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କୃତ ହୋଇଛନ୍ତି । ଆଇପିଏଲରେ ଧୋନୀ ୧୭ ଥର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ । ରୋହିତ ଏବେ ତାଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି । କୌଣସି ଭାରତୀୟ ଖେଳାଳି ଏତେଥର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇ ନାହାଁନ୍ତି । ତେବେ ୨୧ ଥର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର କ୍ରିସ୍ ଗେଲଙ୍କ ନାମରେ ରହିଛି । ଏହାପରେ ଏବି ଡିଭିଲର୍ସଙ୍କ ନାଁ ରହିଛି । ସେ ୨୦ ଥର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କୃତ ହୋଇଛନ୍ତି । ୟୁସୁଫ ପଠାନଙ୍କୁ ମଧ୍ୟ ୧୬ ଥର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ମିଳିଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।