ଆଇପିଏଲ ୨୦୨୦ ର ଆଜି ୩ୟ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚାଲେଞ୍ଜସ ବାଙ୍ଗାଲୋର ମଧ୍ୟରେ ୭.୩୦ ରେ ଦୁବାଇରେ ଖେଳାଯିବ । ବଡ ବଡ ଖେଳାଳିକୁ ନେଇ ଦୁଇଟି ଯାକ ଦଳ ପୁରା ଷ୍ଟ୍ରଙ୍ଗ ପୋଜିସନରେ ଅଛନ୍ତି । ଆଜି ସମସ୍ତଙ୍କ ନଜର ଏହି ମ୍ୟାଚ ଉପରେ ରହିଛି । ଉଭୟ ଦଳରେ ମ୍ୟାଚ ବିଜେତା ଭରପୁର ଥିବାରୁ ଆଜିର ମ୍ୟାଚଟି ବହୁତ ସଂଘର୍ଷପୁର୍ଣ ଏବଂ ରୋମାଞ୍ଚକ ହେବ ବୋଲି ଆଶା କରୁଛନ୍ତି ।
IPL 2020 , ହାଇଦ୍ରାବାଦ ବନାମ ବାଙ୍ଗାଲୋର, ପିଚ ରିପୋର୍ଟ, ପାଣିପାଗ ଏବଂ ମ୍ୟାଚ ପୂର୍ବାନୁମାନ:
ଆଜି ୩ୟ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚାଲେଞ୍ଜସ ବାଙ୍ଗାଲୋର ଦୁବାଇ ଆନ୍ତର୍ଜାତିୟ ଷ୍ଟାଡିଅମରେ ସମ୍ନାସାମ୍ନି ହେବେ । ଦୁଇ ଜଣ ଦଳର ଏହି ଆଇପିଏଲ ୨୦୨୦ ର ପ୍ରଥମ ମ୍ୟାଚ ଅଟେ । ଏମିତିରେ ଦୁହେଁ ବିଜୟର ସହିତ ନିଜ ଅଭିଯାନର ଆରମ୍ଭ କରିବାକୁ ଚାହିଁବେ ।

ଗୋଟିଏ ପଟେ ସନରାଇଜର୍ସ ଟିମରେ ଡାଭିଡ ୱାର୍ଣ୍ଣର, ଜନୀ ବେୟାଅର୍ଷ୍ଟ, ରସିଦ ଖାଁ, ମନୀଷ ପାଣ୍ଡେ, ମହମ୍ମଦ ନବୀ ଏବଂ ଭୁବନେଶ୍ୱର କୁମାର ଭଳି ବଡ଼ ବଡ଼ ଖେଳାଳି ଥିବା ବେଳେ ରୟାଲ ଚ୍ୟାଲେଞ୍ଜସ ବାଙ୍ଗାଲୋର ପାଖରେ ବିରାଟ କୋହଲି, ଏବି ଡିଭିଲିୟର୍ସ, ଆରୋନ ଫିଞ୍ଚ, ଡେଲ ଷ୍ଟେନ ଏବଂ କ୍ରିସ ମୋରିସ ପରି ମ୍ୟାଚ ବିଜେତା ଅଛନ୍ତି । ଦୁଇଟି ଯାକ ଦଳ ଯୁବ ଏବଂ ଅନୁଭବ ଖେଳାଳିଙ୍କର ସଂଯୋଗ ବହୁତ ଭଲ ଅଟେ ।
ପାଣିପାଗ- କେମିତି ରହିବ ପାଗ:
ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିଅମରେ ଖେଳ ହେବାକୁ ଯାଉଥିବା ଆଇପିଏଲ ୨୦୨୦ ର ୩ୟ ମ୍ୟାଚରେ ପାଗ ସଫା ରହିବ ଏବଂ ଆବୁଧାବି ପରି ଭୀଷଣ ଗରମକୁ ମଧ୍ୟ ସାମ୍ନା କରିବାକୁ ପଡିବ, ସୂତ୍ରରୁ ଜଣା ଯାଉଛି ଯେ କାକର ମଧ୍ୟ ଏଠାରେ ମୁଖ୍ୟ ଭୂମିକା ଗ୍ରହଣ କରିପାରେ । ଏଠାରେ ଯେଉଁ ଦଳ ଟସ ଜିତିବ ସେ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇପାରେ ।

ପିଚ ରିପୋର୍ଟ:
ଦୁବାଇ ଆନ୍ତର୍ଜାତୀୟ ପିଚରେ ଘାସ ରହିବ । ଏମିତିରେ ଏଠାରେ ପେସରଙ୍କର ଭୂମିକା ବଡ଼ ହେବ । ଏହି ଷ୍ଟାଡିଅମରେ ଦିଲ୍ଲୀ କ୍ୟାପିଟାଲସ ଏବଂ କିଙ୍ଗସ ଏକାଦଶ ପଞ୍ଜାବ ମଧ୍ୟରେ ମ୍ୟାଚ ଖେଳା ଯାଇଥିଲା । ଯେଉଁଠି ପେସର ମାନଙ୍କୁ ସହଯୋଗ ମିଳିଲା । ଏମିତି ପିଚକୁ ଦେଖି ଆଉ ଏକ ଅତିରିକ୍ତ ପେସର ଏହି ଦଳ ଖେଳାଇ ପାରନ୍ତି ।
ମ୍ୟାଚ ପୂର୍ବାନୁମାନ:- ଆମ ପୂର୍ବାନୁମାନ ଏହା କହୁଛି ଯେ ସନରାଇଜର୍ସ ପଲା ଭାରି ରହିବ କିନ୍ତୁ ଉଭୟ ଦଳ ବହୁତ ମଜଭୁତ ଥିବାରୁ ମ୍ୟାଚ ବହୁତ ରୋମାଞ୍ଚକ ହେବ ଏବଂ ଶେଷ ପର୍ଯ୍ୟନ୍ତ ଯିବ ।
ରୟାଲ ଚାଲେଞ୍ଜସ ବାଙ୍ଗାଲୋରର ସମ୍ଭାବ୍ୟ ପ୍ଲେଇଂ ଏକାଦଶ:
ଆରୋନ ଫିଞ୍ଚ, ଦେବଦତ ପାଡିକଲ/ ପାର୍ଥିବ ପଟେଲ, ବିରାଟ କୋହଲି (ଅଧିନାୟକ) , ଏବି ଡିଭିଲିୟର୍ସ ,ମୋଇନ ଅଲ୍ଲୀ, ଶିବମ ଦୁବେ, କ୍ରିସ ମୋରିସ, ୱାଶିଂଟନ ସୁନ୍ଦର, ନବଦୀପ ସୈନି, ଉମେଶ ଯାଦବ ଏବଂ ୟୁଜବେନ୍ଦ୍ର ଚହଲ ।

ସନରାଇଜର୍ସ ହାଇଦ୍ରାବାଦର ସମ୍ଭାବ୍ୟ ପ୍ଲେଇଂ ଏକାଦଶ:
ଡ଼ାଭିଡ ୱାର୍ଣ୍ଣର (ଅଧିନାୟକ), ଜନୀ ବେୟାଅର୍ଷ୍ଟ, ମନୀଷ ପାଣ୍ଡେ, ପ୍ରିୟମ ଗର୍ଗ, ଅବଦୁଲ ସମଦ, ବିଜୟ ଶଙ୍କର, ମହମ୍ମଦ ନବୀ, ରସିଦ ଖାଁ, ଖଲିଲ ଅହମ୍ମଦ,ଭୁବନେଶ୍ୱର କୁମାର ଏବଂ ସନ୍ଦୀପ ଶର୍ମା ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।