ସଞ୍ଜୁ ସାମସନ୍ CSK ବୋଲରଙ୍କୁ ନିସ୍ତୁକ ମାଡ ଦେଇ ମାତ୍ର ୩୨ ବଲରେ ୭୪ ରନ କରି ଆଉଟ ହୋଇଛନ୍ତି, ଚମତ୍କାର ଖେଳ ସହିତ ଦ୍ରୁତ ଗତିରେ ୭୪ ରନ କରିଥିଲେ ସାମସନ୍ । ସେ ୯ ଟି ଛକା ଏବଂ ଗୋଟିଏ ଚୌକ ସହିତ ୭୪ ରନ କରି ଆଉଟ ହୋଇଛନ୍ତି । ଭେଟେରାନ୍ ଚାୱଲାଙ୍କୁ ଛକା ପରେ ଛକା ମାରି ବସେଇ ଦେଇଥିଲେ, ତାଙ୍କ ମୁଣ୍ଡ କାମ କରୁନଥିଲା କଉଠି ବଲ କରିବେ । ଗୋଟିଏ ଛକା ସିଧା ଷ୍ଟାଡିଅମ ବାହାରକୁ କାର ପାର୍କକୁ ପଳେଇଗଲା । ସେ ମାତ୍ର ୧୯ ଟି ବଲରେ ଗୋଟିଏ ଚୌକ ଏବଂ ଛଅ ଛକା ସହିତ ୫୦ ରନରେ ପହଞ୍ଚିଗଲେ । ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଏହି ମଜାରେ ଯୋଗ ଦେଇ ଦେଇଥିଲେ । ଷ୍ଟିଭ୍ ସ୍ମିଥ୍ ୫୧ ରନରେ ଖେଳୁଛନ୍ତି । ସାମସନ୍ ଏବଂ ସ୍ମିଥ୍ ରାଜସ୍ଥାନକୁ ଏକ ଦୃଢ ଆରମ୍ଭ ଦେଇଛନ୍ତି ।

100-ରନ୍ ସହଭାଗୀତା:
ଉଭୟ ସଞ୍ଜୁ ସାମସନ୍ ଏବଂ ଷ୍ଟିଭ୍ ସ୍ମିଥ୍ CSK ବୋଲରଙ୍କ ପଛରେ ପକାଇ ଦେଇଛନ୍ତି । ଏହି ଯୋଡି ଦ୍ୱିତୀୟ ୱିକେଟ୍ ପାଇଁ ୧୦୦ ରୁ ଅଧିକ ରନ୍ ଯୋଡିଛନ୍ତି । ରାଜସ୍ଥାନ ୧୨ ଓଭର ପରେ ୧୩୪/୩ ରନ ଯୋଡିଛି । ରାଜସ୍ଥାନ ବର୍ତମାନ ସୁଦ୍ଧା ୧୩ ଟି ଛକା ମାରି ସାରିଲାଣି ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।