IPL 2020 SRH VS RCB: ଗେମଚେଞ୍ଜର ୟୁଜବେନ୍ଦ୍ର ଚହଲ ଭାରି ପଡିଲେ, ହାଇଦ୍ରାବାଦକୁ ହରାଇଲା ବାଙ୍ଗାଲୋର । ପାଣିରେ ପଡିଲା ବେୟାରଷ୍ଟୋଙ୍କ ପ୍ରରିଶ୍ରମ ।

IPL 2020 SRH vs RCB Game-changer Yuzvendra Chahal shown bangalore beat hyderabad Jonny Bairstow innings goes vain, IPL 2020 SRH VS RCB: ଗେମଚେଞ୍ଜର ୟୁଜବେନ୍ଦ୍ର ଚହଲ ଭାରି ପଡିଲେ, ହାଇଦ୍ରାବାଦକୁ ହରାଇଲା ବାଙ୍ଗାଲୋର । ପାଣିରେ ପଡିଲା ବେୟାରଷ୍ଟୋଙ୍କ ପ୍ରରିଶ୍ରମ ।, RCB, SRH, IPL 2020, Cricket, Nitidina

ଆଇପିଏଲ ୨୦୨୦ ର ୩ୟ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜସ ବାଙ୍ଗାଲୋର ୧୦ ରନରେ ହରେଇଦେଇଛି । କୋହଲିଙ୍କର ଆରସିବି ପ୍ରଥମେ ବ୍ୟାଟିଂ କରି ଡେବ୍ୟୁ ପାଡିକଲ ଏବଂ ଏବି ଡିଭିଲିୟର୍ସ ଙ୍କର ଅର୍ଦ୍ଧଶତକ ଯୋଗୁଁ ୨୦ ଓଭରରେ ୧୬୩ ରନର ଟାର୍ଗେଟ ଦେଇଥିଲେ । ଏହାର ଜବାବରେ ହାଇଦ୍ରାବାଦ ୧୯.୪ ଓଭରରେ ୧୫୩ ରନରେ ଅଲଆଉଟ ହୋଇଗଲା ।

ରୟାଲ ଚେଲାଙ୍ଗର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି ସୋମବାର ଆଇପିଏଲ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୧୦ ରନ୍‌ ଜିତିବା ପାଇଁ ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କ ତିନି ୱିକେଟ୍‌କୁ ଶ୍ରେୟ ଦେଇଛନ୍ତି ।

SRH vs RCB, IPL Highlights: Royal Challengers Bangalore Beat SunRisers Hyderabad By 10 Runs After Dramatic Comeback | Cricket News
Google

ଖେଳକୁ RCB ସପକ୍ଷରେ ନିର୍ଣ୍ଣାୟକ କରିବା ପାଇଁ ଚହଲ (୩/୧୮) ଇଂରାଜୀ ଜନି ବେୟାରଷ୍ଟୋ (୬୧) ଏବଂ ବିଜୟ ଶଙ୍କରଙ୍କୁ ୧୬ ତମ ଓଭରରେ କ୍ରମାଗତ ବଲରେ ଆଉଟ କରିଥିଲେ । ସେ ଏହା ପୂର୍ବରୁ ଦ୍ୱାଦଶ ଓଭରରେ ମନୀଷ ପାଣ୍ଡେ (୩୪)ଙ୍କୁ ପାଭିଲିଆନ ପଠାଇଥିଲେ ।

ହାଇଦ୍ରାବାଦ ଟସ ଜିତି ପ୍ରଥେମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲା । ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ରୟାଲ ଚ୍ୟାଲେଞ୍ଜସ ବାଙ୍ଗାଲୋରକୁ ଆରୋନ ପିଞ୍ଚ ଏବଂ ଡେବ୍ୟୁ ଦେବଦତ ପାଡିକଲ ଭଲ ଶୁଭାରମ୍ଭ ଦେଇଥିଲେ । ଦୁହେଁ ପ୍ରଥମ ୱିକେଟରେ ୧୧ ଓଭରରେ ୯୦ ରନ କରିଥିଲେ । ଦେବଦତ ୫୬ ଏବଂ ଫିଞ୍ଚ ୨୯ ରନର ପାଳି ଖେଳିଲେ । ପାଡିକଲ ୮ ଟି ଚୌକା ମାରିଥିଲେ ଏବଂ ଫିଞ୍ଚ ଗୋଟିଏ ଚୌକା ଏବଂ ଦୁଇଟି ଛକା ମାରିଥିଲେ ।

ଏହା ପରେ ଅଧିନାୟକ କୋହଲି ମାତ୍ର ୧୪ ରନ କରି ଆଉଟ ହୋଇଗଲେ । ଶେଷରେ ଏବି ଡିଭିଲିୟର୍ସ ୩୦ ବଲରେ ୫୧ ରନର ଏକ ଦର୍ଶନୀୟ ପାଳି ଖେଳି ଦଳୀୟ ସ୍କୋରକୁ ୧୬୩ ପର୍ଯ୍ୟନ୍ତ ପହଞ୍ଚାଇଲେ । ଡିଭିଲିୟର୍ସ ନିଜର ଏହି ପାଳିରେ ୪ଟି ଚୌକା ଏବଂ ଦୁଇଟି ଛକା ମରିଥିଲେ । ଏପଟେ ହାଇଦ୍ରାବାଦ ପାଇଁ ନଟରାଜନ, ବିଜୟ ଶଙ୍କର ଏବଂ ଅଭିଷେକ ଶର୍ମା ଗୋଟିଏ ଗୋଟିଏ ୱିକେଟ ନେଇଥିଲେ ।

SRH vs RCB Highlights, IPL 2020: Royal Challengers beat Sunrisers by 10 runs | Cricket News - Times of India
Google

୧୬୩ ରନର ଏହି ଲକ୍ଷ୍ୟକୁ ଜିତିବା ପାଇଁ ଆସିଥିବା ହାଇଦ୍ରାବାଦ ନିଜର ପ୍ରଥମ ୱିକେଟ ୧୮ ରନରେ ଡେଭିଡ ୱାର୍ଣ୍ଣରଙ୍କ ରୂପରେ ହରାଇଥିଲା । ସେ ୬ ରନ କରି ଆଉଟ ହୋଇଗଲେ । ଏହାପରେ ଜନୀ ବେୟାର୍ଷ୍ଟ ୬୧ ଏବଂ ମନୀଷ ପାଣ୍ଡେ ୩୪ ରନର ଭାଗିଦାରୀ କରିଥିଲେ । ଗୋଟିଏ ସମୟ ଥିଲା ଯେଉଁଠି ହାଇଦ୍ରାବାଦ ୧୫ ଓଭରରେ ୨ଟି ୱିକେଟ ହରାଇ ୧୨୦ ରନ ବନାଇଥିଲା । ସେହି ସମୟରେ ଲାଗୁଥିଲା ଯେ ଏହି ମ୍ୟାଚ ହାଇଦ୍ରାବାଦ ହାତରେ ଅଛି । ହେଲେ ବେୟାର୍ଷ୍ଟ ଏବଂ ମନୀଷ ପାଣ୍ଡେ ଆଉଟ ହେବା ପରେ ଅନ୍ୟ ଖେଳାଳି ଶୀଘ୍ର ଆଉଟ ହୋଇଗଲେ ଯାହା ଫଳରେ ଜିତିବା ମ୍ୟାଚ ହାଇଦ୍ରାବାଦ ହାରିଗଲା । ୟୁଜବେନ୍ଦ୍ର ଚହଳ ଆସି ମ୍ୟାଚକୁ ପାଲଟାଇ ଦେଇଥିଲେ । ସେ ମନୀଷ ପାଣ୍ଡେ ଏବଂ ବେୟାର୍ଷ୍ଟଙ୍କୁ ଆଉଟ କରିବା ପରେ ମ୍ୟାଚ ବାଙ୍ଗାଲୋର ହାତକୁ ଚାଲିଗଲା ।

IPL 2020, SRH Vs RCB: Debutant Devdutt Padikkal Sets Dubai On Fire With 36-ball Fifty - WATCH
Google

ବେୟାର୍ଷ୍ଟ ନିଜ ପାଳିରେ ୬ ଟି ଚୌକା ଏବଂ ୨ ଟି ଛକା ମାରିଥିଲେ । ବେୟାର୍ଷ୍ଟଙ୍କ ଛଡା ମନୀଷ ପାଣ୍ଡେ ତିନୋଟି ଚୌକା ଏବଂ ଗୋଟିଏ ଛକା ସାହାଯ୍ୟରେ ୩୪ ରନ କରିଥିଲେ । ଆରସିବିର ମଜଭୁତ ବୋଲରଙ୍କ ଆଗରେ ହାଇଦ୍ରାବାଦର ୮ ଟି ଖେଳାଳି ଦୁଇ ଅଙ୍କ କରିପାରିନଥିଲେ । ଆରସିବି ପକ୍ଷରୁ ୟୁଜବେନ୍ଦ୍ର ଚହଳ ସବୁଠୁ ଅଧିକ ୩ଟି ୱିକେଟ ନେଇଥିଲେ ଏହା ଛଡା ସିଭମ ଦୁବେ ଏବଂ ନବଦୀପ ସୈନି ୨ଟି ଲେଖା ୱିକେଟ ନେଇଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *