ଏହା ପ୍ରଥମ ଥର ନୁହେଁ ଯେ ସୁନିଲଙ୍କ ବୋଲିଂ ଆକ୍ସନ ନେଇ ଅଭିଯୋଗ ଆସିଛି ବୋଲି। ଏହା ପୂର୍ବରୁ ତାଙ୍କର ବୋଲିଂ ଆକ୍ସନ ପାଇଁ ବହୁତ ଥର ଅଭିଯୋଗ ହୋଇଛି। ହେଲେ ତାଙ୍କୁ ଆଇସିସିରୁ ମାନ୍ୟତା ପ୍ରାପ୍ତ ସନ୍ଧିଗ୍ଧ ଆକ୍ସନ ବୋଲିଂ ସମିତି କ୍ଲିନ ଚିଟ ଦେଇଛି ।

କୋଲକାତା ନାଇଟ ରାଇଡରସ ଆଇପିଏଲର ଏହି ସିଜିନରେ ନିଜ ଷ୍ଟ୍ରାର ବୋଲର ସୁନିଲ ନାରିନଙ୍କ ବୋଲିଂ ଆକ୍ସନ ପାଇଁ ହୋଇଥିବା ଅଭିଯୋଗରେ ନିରାଶା ଯତେଇଛନ୍ତି। ଆବୁଧାବିରେ ଥିବା ପଞ୍ଜାବ ଓ କେକେଆର ମଧ୍ୟର ମ୍ୟାଚରେ କୋଲକାତା ୨ ରନର ଜିତିଥିଲା। ଏହି ମ୍ୟାଚରେ ନାରିନଙ୍କ ବୋଲିଂ ଆକ୍ସନକୁ ନେଇ ଅଭିଯୋଗ ଆସିଛି।
କୋଲକାତା ନାଇଟ ରାଇଡରସ ନିଜ ବୟାନରେ କଣ କହିଲା:
କୋଲକାତା ବୟାନରେ କହିଛନ୍ତି କି ଏକ ଫ୍ରେଞ୍ଚଇଜି ପାଇଁ ଏହା ଚିନ୍ତାଜନକ। ଆଇପିଏଲରେ ନାରିନ ୨୦୧୨ ରୁ ଏବେ ପର୍ଯ୍ୟନ୍ତ ୧୦୦ ରୁ ଉର୍ଦ୍ଧ୍ବ ମ୍ୟାଚ ଖେଳିଲେଣି।ପୂର୍ବ ଥର ଯେବେ ତାଙ୍କ ବୋଲିଂ ଆକ୍ସନରେ ଅଭିଯୋଗ ଆସିଥିଲା,ଆଇସିସି ସ୍ୱୀକୃତ କ୍ରିକେଟ କେନ୍ଦ୍ର ଏସଆରଏଏସଏସସି ତାଙ୍କୁ ପୁରା ମୁକ୍ତ କରିଦେଇଥିଲେ। ଏହାଛଡା ଟିମ କହିଛି କି ସେ ଏହି ସିଜିନରେ ଏବେ ପର୍ଯ୍ୟନ୍ତ ୬ ଟି ମ୍ୟାଚ ଖେଳି ସାରିଛନ୍ତି ଓ ମ୍ୟାଚ ଅଧିକାରୀ ମାନେ କୌଣସି ପ୍ରକାରର ଔପଚାରିକ ବା ଅନୌପଚାରିକ ଭାବରେ ଏହା ଉପରେ ଚିନ୍ତା କରି ନାହାନ୍ତି।
ବହୁତ ଥର ହୋଇସାରିଛି ନାରିନଙ୍କ ବୋଲିଂ ଆକ୍ସନରେ ଅଭିଯୋଗ:
ଏହା ପ୍ରଥମ ଥର ନୁହେଁ ବରଂ ଏହା ପୂର୍ବରୁ ବହୁତ ଥର ନାରିନ ନିଜ ବୋଲିଂ ଆକ୍ସନ ପାଇଁ ଅଭିଯୋଗ ଆସିଛି ଓ ସେ ତାଙ୍କ ଆକ୍ସନ ଚେଞ୍ଜ ମଧ୍ୟ କରିଛନ୍ତି। ୨୦୧୪ମସିହାରେ ଚମ୍ପିୟାନସଲିଗ ଯାହା ଏବେ ବନ୍ଦ କରିଦିଆଗଲା ସେଥିରେ ମଧ୍ୟ ତାଙ୍କ ବୋଲିଂ ଆକ୍ସନ ନେଇ ଅଭିଯୋଗ ଆସିଥିଲା।

୨ଥର ଆଇପିଏଲ ବିଜେତା କେକେଆର କହିଛି କି ଆଇପିଏଲ ପ୍ରକ୍ରିୟାର ଆମେ ସମ୍ମାନ କରୁ। ଏହି ମାମଲାରେ ଲିଗ ସହ ମିଶି ଆମେ କାମ କରୁଛୁ। ନାରିନଙ୍କୁ ଚେତାବନୀ ଦିଆଯାଇଛି, ହେଲେ ତାଙ୍କୁ ଟୁର୍ଣ୍ଣାମେଣ୍ଟରେ ବୋଲିଂ କରିବାର ଅନୁମତି ମଧ୍ୟ ମିଳିଛି।
ଆଉ ଏକ ଅଭିଯୋଗ ଆସିଲେ ଆଇପିଏଲରୁ ହୋଇପାରନ୍ତି ବ୍ୟାନ:-ନାରିନଙ୍କ ବୋଲିଂ ଆକ୍ସନରେ ଯଦି ଆଉ ଏକ ଅଭିଯୋଗ ଆସେ ତେବେ ତାଙ୍କୁ ଆଇପିଏଲ ୨୦୨୦ ଖେଳିବାରୁ ବ୍ୟାନ କରାଯିବ ଓ ସେ ସେବେ ପର୍ଯ୍ୟନ୍ତ ବୋଲିଂ କରିପାରିବେ ନାହିଁ ଯେ ପର୍ଯ୍ୟନ୍ତ ବିସିସିଆଇର ସନ୍ଦିଗ୍ଧ ବୋଲିଂ ଆକ୍ସନ ତାଙ୍କ ବୋଲିଂ ଆକ୍ସନକୁ ମଞ୍ଜୁର କରିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।