କରୋନା ଭାଇରସ ମହାମାରି ମଧ୍ୟରେ ଅନେକ ସମସ୍ୟା ପରେ ୧୯ ସେପ୍ଟେମ୍ବରକୁ ଆଇପିଏଲ ଆରମ୍ଭ ହେବାକୁ ଯାଉଛି। ଆଇପିଏଲକୁ ନେଇ କ୍ରିକେଟ ପ୍ରଶଂସକ ଓ ଖେଳାଳୀ ମାନଙ୍କ ମନରେ ଅନେକ ଉତ୍ସାହ ଦେଖିବାକୁ ମିଳୁଛି। ଆଇପିଏଲରେ ଭଲ ପ୍ରଦର୍ଶନ କରିବା ଓ ପୁରସ୍କାର ଜିତିବା ପାଇଁ ସବୁ ଖେଳାଳି ନେଟରେ ଜୋରଦାର ଅଭ୍ୟାସ କରି ଝାଳ ବୁହାଉଛନ୍ତି। ଏହା ମଧ୍ୟରେ ଟିମ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଏକ ଏପରି ଖେଳାଳୀ ଅଛି ଯିଏକି ଆଇପିଏଲର ୧୩ ତମ ବର୍ଷରେ ବଡ଼ ଧମାକା କରିପାରେ।
‘ବିଜୟ ହଜାରେ’ ଓ ‘ସୈୟଦ ମୁସ୍ତାଫ ଅଲ୍ଲୀ’ ଟ୍ରଫିରେ ସବୁଠୁ ଅଧିକ ରନ କରିଥିବା ଏହି ବ୍ୟାଟ୍ସମ୍ୟାନ ଉପରେ ଆରସିବି ଟିମ ବହୁତ ଆଶା କରିଛି। ‘ଦେବଦତ୍ତ ପଡିକାଲ’ ଙ୍କ ପାଇଁ ୟୁଏଇରେ ଷ୍ଟାର ହେବାପାଇଁ ଏକ ମୌକା ଅଛି।ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ନୂଆ ବ୍ୟାଟ୍ସମ୍ୟାନ ‘ଦେବଦତ୍ତ ପଡିକାଲ’ କହିଛନ୍ତି ଆଇପିଏଲ ପୂର୍ବରୁ ଅଢେଇ ସପ୍ତାହ ଅଭ୍ୟାସ କରି ଭଲ ଲାଗୁଛି। ଆରସିବିର ପ୍ରଥମ ମ୍ୟାଚ ୨୧ ସେପ୍ଟେମ୍ବରକୁ ‘ସନରାଇଜର୍ସ ହାଇଦ୍ରାବାଦ’ ସହିତ ଅଛି। ଆରସିବିର ୟୁଟୁବ ଚ୍ୟାନେଲରେ ଦେବଦତ୍ତ ପଡିକାଲ କହିଛନ୍ତି ନିଜ ଫର୍ମକୁ ଫେରି ଭଲ ଲାଗୁଛି। ସେ ଏହା ବି କହିଛନ୍ତି ଆମେ ନେଟରେ ବହୁତ ଅଭ୍ୟାସ କରିଛୁ ଏବେ ଲକଡାଉନ ପରିସ୍ଥିତି ଠାରୁ ଭଲ ଅନୁଭଵ ହେଉଛି।

କର୍ଣ୍ଣାଟକର ଏହି ବ୍ୟାଟ୍ସମ୍ୟାନ ବିଜୟ ହଜାରେ(ଏକ ଦିବସୀୟ) ଓ ସୈୟଦ ମୁସ୍ତାଫା ଅଲ୍ଲୀ ଟ୍ରଫି(ଟି-୨୦)ରେ ସବୁଠୁ ଅଧିକ ରନ କରିଥିଲେ। ୨୦ ବର୍ଷର ଏହି ବ୍ୟାଟ୍ସମ୍ୟାନର ସୈୟଦ ମୁସ୍ତାଫା ଅଲ୍ଲୀ ଟ୍ରଫି (ଟି-୨୦) ୨୦୧୯-୨୦ରେ ୧୨ ମ୍ୟାଚରେ ଷ୍ଟ୍ରାଇକ ରେଟ ୧୭୫ରୁ ଅଧିକ ରହିଥିଲା, ଏହା ସହିତ ପଡିକାଲ ୬୪.୪୪ ଅଭେରେଜରେ ରନ ସଂଗ୍ରହ କରିଥିଲେ, ସେ ୩୩ ଛକା ମାରିଥିଲେ। ବିଜୟ ହଜାରେ ଟ୍ରଫି କଥା କହିବା ତ ୨୦୧୯-୨୦ ରେ ୧୧ ମ୍ୟାଚରେ ପଡିକାଲ ୮୧.୦୯ ଷ୍ଟ୍ରାଇକ ରେଟରେ ରନ କରିଥିଲେ ଓ ତାଙ୍କ ଆଭରେଜ ୬୭.୬୭ ଥିଲା।
ଅଧିନାୟକ ବିରାଟ କୋହଲି ଓ କ୍ରିକେଟ ସଞ୍ଚାଳନ ନିର୍ଦେଶକ ମାଇକ ହେସନ ଦୁହେଁ ଦେବଦତ୍ତ ପଡିକାଲଙ୍କ ଦ୍ଵାରା ବହୁତ ଅଧିକ ପ୍ରଭାବିତ। ଏପରିକି ପାଣିପାଗ ଉପରେ ପଡିକାଲ କହିଛନ୍ତି , ଆମେ ଏଥିରେ ଠିକ ଅଛୁ। ସେ କହିଛନ୍ତି ଆମେ ଲଗାତର ନିଜ ଫିଟନେସ ପାଇଁ କାମ କରୁଛୁ।

ଆଇପିଏଲକୁ ସାରା କ୍ରିକେଟ ପ୍ରେମୀଙ୍କ ଅପେକ୍ଷା ରହିଛି। ନିଶ୍ଚିତ ଭାବେ ଜାଣିଥିବେ ଆଇପିଏଲ ମାର୍ଚ୍ଚ ମାସରେ ହେବାକୁ ଥିଲା କିନ୍ତୁ ଏହି ମହାମାରି ପାଇଁ ଏହାକୁ ବନ୍ଦ ରଖା ଯାଇଥିଲା କିନ୍ତୁ ଏହା ପରେ BCCI ଏହାକୁ ସେପ୍ଟେମ୍ବରରେ ୟୁଏଇରେ କରିବା ପାଇଁ ନିଷ୍ପତି ନେଲା ଏବଂ ସବୁ ଦଳ ଏ ପର୍ଯ୍ୟନ୍ତ ଠିକ ଠାକ ଅଭ୍ୟାସ କରୁଥିବାର ନଜର ଆସୁଛି। ସବୁ ଖେଳାଳିଙ୍କ କୋଭିଡ଼ ପରୀକ୍ଷା ବାରମ୍ବାର କରାଯାଉଥିବା ସହିତ ସମସ୍ତ ସତର୍କତା ସହିତ ଏହି ଆଇପିଏଲ ଖେଳାଯିବ ଏବଂ ଯାହାର ଶୁଭାରମ୍ଭ ୧୯ ସେପ୍ଟେମ୍ବରକୁ ହେବାକୁ ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।