ଆଇପିଏଲ 2020 : ଆଇପିଏଲର ମଧ୍ୟଭାଗରେ ଦଳ ବଦଳାଇବାକୁ ଯାଉଛନ୍ତି ଏହି ବଡ ବଡ ଖେଳାଳି ।

IPL 2020 these big player to be transferred in the middle of the ipl , Chris Gayle, Ajinkya Rahane, IPL 2020, Cricket, Nitidina

ଆଇପିଏଲ ୨୦୨୦ରେ ଅଧା ମ୍ୟାଚ ସମାପ୍ତ ହୋଇଥିବା ବେଳେ ସମସ୍ତ ଫ୍ରାଞ୍ଚାଇଜ ନିଜର ପ୍ରଥମ ସାତୋଟି ମ୍ୟାଚ ଖେଳିସାରିଛନ୍ତି । ଏହିସମୟରେ ଆଇପିଏଲ ପ୍ଲେୟାର ଟ୍ରାନ୍ସଫର ଉଇଣ୍ଡୋ ଖୋଲିସାରିଛି । ଏହାର ଅର୍ଥ ହେଉଛି ଯେଉଁ ଖେଳାଳିମାନେ ଗୋଟିଏ ଫ୍ରାଞ୍ଚାଇଜରେ ଅଛନ୍ତି ଓ ସେହି ଫ୍ରାଞ୍ଚାଇଜ ପାଇଁ ଏଯାବତ କୌଣସି ମ୍ୟାଚ ଖେଳିବାକୁ ସୁଯୋଗ ପାଇନାହାଁନ୍ତି ସେମାନେ ଏହି ଜରିଆରେ ଅନ୍ୟ ଦଳକୁ ଟ୍ରାନ୍ସଫର ହୋଇଯାଇପାରିବେ । ଏହି ଲିଷ୍ଟରେ ଆଜିଙ୍କ୍ୟ ରାହାଣେ, କ୍ରିସ ଗେଲ, ନାଥନ କୁଳଟରନାଇଲ, ଇମ୍ରାନ ତାହିରଙ୍କ ଭଳି ବଡ଼ ବଡ଼ ଖେଳାଳି ଏଥିରେ ସାମିଲ ଅଛନ୍ତି ।

IPL 2020 Is Dream11
Google
ଟ୍ରାନ୍ସଫର ଉଇଣ୍ଡୋ କଣ ଅଟେ ? :

ଏଥିରେ ସେହି ଖେଳାଳିମାନଙ୍କୁ ଟ୍ରାନ୍ସଫର କରାଯିବ ଯେଉଁମାନେ ଏପର୍ଯ୍ୟନ୍ତ ନିଜ ଟିମ ପାଇଁ ଦୁଇରୁ ଉର୍ଦ୍ଧ୍ବ ମ୍ୟାଚ ଖେଳିନଥିବେ । ଏହାବ୍ୟତୀତ କୌଣସି ଖେଳାଳିର ଟ୍ରାନ୍ସଫର ସେହି ଖେଳାଳିର ନିଷ୍ପତ୍ତି ଉପରେ ନିଆଯିବ । ବିଗତ ବର୍ଷ 2019 ମସିହାରେ ଏହି ଟ୍ରାନ୍ସଫର ଉଇଣ୍ଡୋ ଆରମ୍ଭ କରାଯାଇଥିଲା । ଏହିବର୍ଷ କ୍ୟାପ ଖେଳାଳିମାନଙ୍କୁ ମଧ୍ୟ ଲୋନ ଦ୍ୱାରା ନିଆଯାଇପାରିବ । କୌଣସି ଫ୍ରାଞ୍ଚାଇଜକୁ ଲୋନ ରାଶିର ୫୦ ପ୍ରତିଶତ ଏମାଉଣ୍ଟ ପଞ୍ଜିକରଣର ସାତଦିନ ଭିତରେ ଓ ଶେଷ ଏମାଉଣ୍ଟ ସିଜିନର ଶେଷ ସାତୋଟି ମ୍ୟାଚ ଭିତରେ ଭରଣ କରାଯିବ ।

ଏହି ମିଡ଼ ଖେଳାଳି ଟ୍ରାନ୍ସଫର ପାଇଁ ୯୦ ଖେଳାଳି ଯୋଗ୍ୟ :

ମିଡ ଖେଳାଳି ଟ୍ରାନ୍ସଫର ପାଇଁ ମୁମ୍ବାଇ ଇଣ୍ଡିଆନସର ୧୩, ଦିଲ୍ଲୀ କ୍ୟାପିଟାଲସ ୯, କୋଲକାତା ୧୦, ବାଙ୍ଗାଲୋର ୧୧, ହାଇଦ୍ରାବାଦ ୧୩, ରାଜସ୍ଥାନ ୧୧, ଚେନ୍ନାଇ ୧୦ ଓ ପଞ୍ଜାବରୁ ୧୩ ଜଣ ଖେଳାଳି ଯୋଗ୍ୟ ଅଟନ୍ତି ।

ଏହି ବଡ଼ ତାରକାଙ୍କର ହୋଇପାରେ ଟ୍ରାନ୍ସଫର :

କ୍ରିସ ଗେଲ – କିଙ୍ଗସ ଇଲେଭେନ ପଞ୍ଜାବପଞ୍ଜାବ ତରଫରୁ ପାଳିର ଆରମ୍ଭ ମୟଙ୍କ ଅଗ୍ରୱାଲ ଓ କେଏଲ ରାହୁଲ କରୁଛନ୍ତି କରୁଥିବା ବେଳେ ଏପର୍ଯ୍ୟନ୍ତ ଗେଲଙ୍କୁ ପଞ୍ଜାବ ତରଫରୁ ଖେଳିବାକୁ ମୌକା ମଧ୍ୟ ମିଳିନଥିଲା । ଆଜି ତାଙ୍କୁ ଖେଳିବାକୁ ସୁଯୋଗ ଦିଆ ଯାଇଛି । ୟୁନିଭର୍ସ ବସ ଏହି ଟ୍ରାନ୍ସଫରରେ କୋଲକାତା ନାଇଟ ରାଇଡ଼ର୍ସ ପାଖକୁ ଯାଇପାରନ୍ତି ।

IPL 2020 Chris Gayle  KXIP  Kings XI Punjab
Google
ଆଜିଙ୍କ୍ୟ ରାହାଣେ- ଦିଲ୍ଲୀ କ୍ୟାପିଟାଲସ

ଆଇପିଏଲରେ ଦୁଇଟି ଶତକ ସହିତ ୩୮୦୦ ରନ କରିସାରିଥିବା ଆଜିଙ୍କ୍ୟ ରାହାଣେଙ୍କୁ ଚେନ୍ନାଇ ଦଳ ନିଜ ଟିମରେ ସାମିଲ କରିବାକୁ ପସନ୍ଦ ରଖିବ । ଦିଲ୍ଲୀ ତରଫରୁ ବ୍ୟାଟିଂ ପାଇଁ ତାଙ୍କ ସ୍ଥାନ ହୋଇପାରୁନାହିଁ । ସେ ମାତ୍ର ଗୋଟିଏ ମ୍ୟାଚ ଦିଲ୍ଲୀ ତରଫରୁ ଖେଳିଛନ୍ତି । ଏମିତିରେ ମହେନ୍ଦ୍ର ସିଂହ ଧୋନୀ କହିଛନ୍ତି, ତାଙ୍କ ଦଳ ବ୍ୟାଟିଂରେ ବହୁତ ସଂଘର୍ଷ କରୁଛି, ତେଣୁକରି ଚେନ୍ନାଇ ପାଇଁ ରାହାଣେ ଓପନ କରୁଥିବାର ଦେଖାଯାଇ ପାରନ୍ତି ।

IPL 2020: Ajinkya Rahane not an automatic selection for Delhi Capitals,  says coach Ricky Ponting - Sports News
Google
ଇମ୍ରାନ ତାହିର-ଚେନ୍ନାଇ ସୁପର କିଙ୍ଗସ

ଦକ୍ଷିଣ ଆଫ୍ରିକା ଦଳର ଏହି ଲେଗ ସ୍ପିନର ଗତବର୍ଷ ଚେନ୍ନାଇ ତରଫରୁ ୨୬ଟି ଉଇକେଟ ଅକ୍ତିଆର କରି ପର୍ପଲ କ୍ୟାପ ହାସଲ କରିଥିଲେ । କିନ୍ତୁ ଚଳିତବର୍ଷ ରବୀନ୍ଦ୍ର ଜାଡେଜା, କର୍ଣ ଶର୍ମା ଓ ପୀୟୂଷ ଚାୱଲା ଦଳରେ ଭଲ ପ୍ରଦର୍ଶନ କରୁଥିବାରୁ ତାଙ୍କୁ ଏପର୍ଯ୍ୟନ୍ତ ଗୋଟିଏ ମ୍ୟାଚ ଖେଳିବାକୁ ମଧ୍ୟ ସୁଯୋଗ ମିଳିନାହିଁ । ଅମିତ ମିଶ୍ରଙ୍କ ଆଘାତ ଜନିତ କାରଣରୁ ଇମ୍ରାନ ତାହିର ଦିଲ୍ଲୀକୁ ଟ୍ରାନ୍ସଫର ହୋଇପାରନ୍ତି ।

IPL 2020: It's my duty, says Imran Tahir after CSK spinner spotted carrying  drinks for teammates - Sports News
Google
ଦୀପକ ହୁଡ଼ା-କିଙ୍ଗସ ଇଲେଭେନ ପଞ୍ଜାବ

ଏହି ସ୍ପିନ ଅଲରାଉଣ୍ଡର ଜଣକ ଆଜି ମ୍ୟାଚ ଖେଳିବାକୁ ସୁଯୋଗ ପାଇଛନ୍ତି । ସେ ଆଗରୁ କିଛି ସୁଯୋଗ ପାଇ ନଥିଲେ । ସେପଟେ ରାଜସ୍ଥାନ ଓ ହାଇଦ୍ରାବାଦ ନିଜର ମଧ୍ୟକ୍ରମ ବ୍ୟାଟିଂକୁ ସନ୍ତୁଳନରେ ରଖିବାପାଇଁ ଦୀପକଙ୍କୁ ନିଜ ଦଳରେ ନେଇପାରନ୍ତି ।

IPL 2020: 5 of the released players who might get a good bid in upcoming  auction
Google
କ୍ରିସ ଲିନ- ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ ପାଇଁ ଅଧିନାୟକ ରୋହିତ ଶର୍ମା ଓ କ୍ୱିଣ୍ଟନ ଡ଼ି କକ ଭଲ ପ୍ରଦର୍ଶନ କରିଥିବାରୁ ଏପର୍ଯ୍ୟନ୍ତ କ୍ରିସ ଲିନଙ୍କୁ ମୁମ୍ବାଇ ତରଫରୁ ଖେଳିବାପାଇଁ ଗୋଟିଏ ମ୍ୟାଚ ମିଳିନାହିଁ । ଏମିତିରେ ପଞ୍ଜାବ ପାଇଁ ଗ୍ଲେନ ମ୍ୟାକ୍ସୱେଲ ଓ ରାଜସ୍ଥାନ ପାଇଁ ବଟଲର ଏପର୍ଯ୍ୟନ୍ତ କୋୖଣସି ଖାଆସ ପ୍ରଦର୍ଶନ କରିପାରିନଥିବାରୁ ଦଳ ତାଙ୍କୁ ନିଜ ଟିମରେ ସାମିଲ କରିବାର ଯୋଜନା ରଖିଛି ।

Chris Lynn joins training - Mumbai Indians
Google
ନାଥନ କୁଲଟରନାଇଲ- ମୁମ୍ବାଇ ଇଣ୍ଡିଆନ୍ସ

ଜେମ୍ସ ପାଟିନସନ ଓ ଟ୍ରେଣ୍ଟ ବୋଲଟଙ୍କର ଧମାକାଦାର ବୋଲିଂ ପାଇଁ କୁଲଟରନାଇଲଙ୍କୁ ଏପର୍ଯ୍ୟନ୍ତ ମୁମ୍ବାଇ ତରଫରୁ ଗୋଟିଏ ମ୍ୟାଚ ଖେଳିବାପାଇଁ ମଧ୍ୟ ମୌକା ମିଳିନାହିଁ । କୋଲକାତା ଓ ହାଇଦ୍ରାବାଦ ଫ୍ରାଞ୍ଚାଇଜ ତାଙ୍କୁ ନିଜ ଦଳରେ ସାମିଲ କରିପାରନ୍ତି । କାରଣ ସେ ଅନ୍ତିମ ଓଭର ଆଡକୁ ଦ୍ରୁତ ଗତିରେ ମଧ୍ୟ ବ୍ୟାଟିଂ କରିଥାନ୍ତି ।

IPL 2020 Nathan Coulter-Nile Mumbai Indians
Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *