ଆଇପିଏଲ ୨୦୨୦: ଇଣ୍ଡିଆନ ପ୍ରିମିୟାର ଲିଗର ୧୩ତମ ସଂସ୍କରଣରେ ଭାରତୀୟ ଖେଳାଳିମାନେ ଭଲ ପ୍ରଦର୍ଶନ କରିଛନ୍ତି। ଆଇପିଏଲ ଇତିହାସରେ ଏହା ପ୍ରଥମ ଥର ପାଇଁ ହୋଇଛି।

ଆଇପିଏଲର ୧୩ ତମ ସଜିନରେ ଶନିବାର ଶିଖର ଧୱନ ୧୦୧ ରନ କରି ନିଜର କମାଲ ଦେଖାଇଛନ୍ତି।ଆଇପିଏଲରେ ୧୬୭ ମ୍ୟାଚ ଖେଳିସାରିଥିବା ଧୱନଙ୍କ ଏହା ପ୍ରଥମ ଶତକ ଅଟେ। ଶିଖର ଧୱନଙ୍କ ଶତକ ସହ ହିଁ ଆଇପିଏଲରେ ପ୍ରଥମ ଥର ଖାସ ଇତିହାସ ରଚିହେଇଛି।
ଆଇପିଏଲର ୧୩ ତମ ସିଜିନରେ ତିନିଟି ଭାରତୀୟ ଖେଳାଳି ଏମିତି କମାଲ ଦେଖାଇଛନ୍ତି ଏହା ପୂର୍ବରୁ ଏମିତି କେବେ ଦେଖାଯାଇନଥିଲା। ଆଇପିଏଲ ଇତିହାସରେ ଏହା ପ୍ରଥମ ଯେ ଅହି ସିଜିନରେ ୩ ଭାରତୀୟ ଖେଳାଳି ଶତକ ମାରିଛନ୍ତି।ଶିଖର ଧୱନ ଙ୍କ ପୂର୍ବରୁ କେ ଏଲ ରାହୁଲ ଓ ମୟଙ୍କ ଅଗ୍ରୱାଲ ଏହି ସିଜିନରେ ଶତକ ଲଗେଇ ସାରିଛନ୍ତି।
ଆଇପିଏଲ ୧୩ ସିଜିନ ଆରାମ୍ଭରେ ହିଁ କେଏଲ ରାହୁଲ ୧୩୨ ରନର ପାରି ଖେଳିଥିଲେ। ମୟଙ୍କ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ଭଲ ଫର୍ମରେ ଥାଇ ୧୦୬ ରନ କରିଥିଲେ।ଶିଖର ଧୱନ ଚେନ୍ନାଇ ବିରୁଦ୍ଧରେ ୫୮ ଟି ବଲରେ ନିଜର ଶତକ ହାସିଲ କରିଥିଲେ।

ଶିଖର ଧୱନ,ମୟଙ୍କ ଅଗ୍ରୱାଲ ଓ କେଏଲରାହୁଲ ତିନି ଜଣ ହିଁ ଭଲ ଫର୍ମରେ ଅଛନ୍ତି। ଏହି ତିନି ଖେଳାଳି ଏହି ବର୍ଷର ଅରେଞ୍ଜ କ୍ୟାପ ଦୌଡ଼ରେ ମଧ୍ୟ ଅଛନ୍ତି। ହେଲେ ୮ ଟି ମ୍ୟାଚ ଖେଳି ୪୪୮ ରନ କରିଥିବା କେଏଲ ରାହୁଲ ଏବେ ଶୀର୍ଷ ସ୍ଥାନରେ ଅଛନ୍ତି।
ହେଲେ ମୟଙ୍କ ଅଗ୍ରୱାଲ ୮ ମ୍ୟାଚରେ ୩୮୨ରନ କରି କେଏଲରାହୁଲଙ୍କୁ କଡା ଟକ୍କର ଦେଉଛନ୍ତି। ଶିଖର ଧୱନ ମଧ୍ୟ ଶତକ ମାରି ଶୀର୍ଷ ପାଞ୍ଚ ଜଣଙ୍କ ମଧ୍ୟରେ ରହିଛନ୍ତି। ସେ ଏବେ ପର୍ଯ୍ୟନ୍ତ ୩୫୯ ରନ କରିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।