ବିରାଟ କୋହଲି ଶନିବାର ଦିନ ସିଏସକେ ସହ ଖେଳିଥିବା ମ୍ୟାଚରେ ଏଭଳି ରେକର୍ଡ ସୃଷ୍ଟି କରିଛନ୍ତି ଯାହା ଅନେକ ଦିନରୁ କୌଣସି ବ୍ୟାଟ୍ସମ୍ୟାନ ସୃଷ୍ଟି କରିନାହାଁନ୍ତି।

ଇଣ୍ଡିଆନ ପ୍ରିମୀୟର ଲିଗର ୧୩ ତମ ବର୍ଷରେ ରୟାଲ ଚାଲେଞ୍ଜର୍ସ ବେଙ୍ଗଲୋରର ଅଧିନାୟକ ବିରାଟ କୋହଲି ଇତିହାସ ସୃଷ୍ଟି କରିଛନ୍ତି। ବିରାଟ କୋହଲି ରୟାଲ ଚାଲେଞ୍ଜର୍ସ ବେଙ୍ଗଲୋର ପକ୍ଷରୁ ଖେଳି ନିଜର ୬୦୦୦ ରନ ପୁରା କରିଛନ୍ତି। ବିରାଟ କୋହଲି ଏପରି କରିଥିବା ଆରସିବିର ପ୍ରଥମ ବ୍ୟାଟ୍ସମ୍ୟାନ ଅଟନ୍ତି। ଶନିବାରକୁ ଚେନ୍ନାଇ ସୁପର କିଙ୍ଗ ସହିତ ଖେଳୁଥିବା ମ୍ୟାଚରେ ବିରାଟ ଏହି ଇତିହାସ ହାସଲ କରିଛନ୍ତି।
କୋହଲି ଶନିବାରକୁ ସିଏସକେ ବିପକ୍ଷରେ ନଟ ଆଉଟ ରହି ୯୦ ରନର ପାରି ଖେଳିଥିଲେ।ଏହି ରନ ସହ କୋହଲି ଚେନ୍ନାଇ ବିପକ୍ଷରେ ଏକ ଅଧିନାୟକ ହିସାବରେ ସବୁଠୁ ଅଧିକ ରନ କରିଥିବା ଖେଳାଳି ହୋଇଗଲେ।
କୋହଲି ୧୪ ତମ ଓଭରରେ ରବୀନ୍ଦ୍ର ଜାଡେଜାଙ୍କ ବଲରେ ଏକ ରନ ନେଇ ବେଙ୍ଗଲୋର ତରଫରୁ ଆଇପିଏଲ ଓ ଚମ୍ପିୟାନ ଲିଗ ଟି-୨୦ ଖେଳି ୬୦୦୦ ରନ ପୁରା କରିଲେ। କୋହଲି ସେହି ମ୍ୟାଚରେ ୫୨ ବଲରେ ୯୦ ରନ କରିଥିଲେ।
କହିରଖିବୁକି ଇଣ୍ଡିଆନ ପ୍ରିମୀୟର ଲିଗରେ ସବୁଠୁ ଅଧିକ ରନ ବିରାଟ କୋହଲି କରିଛନ୍ତି। ଆଇପିଏଲରେ ଏବେ ପର୍ଯ୍ୟନ୍ତ ଖେଳିଥିବା ୧୮୩ ମ୍ୟାଚରୁ ୧୭୫ ପାରିରେ ବିରାଟ କୋହଲି ୩୮.୩୩ ଔସତ ରେ ୫୬୩୫ ରନ କରିଛନ୍ତି।ବିରାଟ କୋହଲି ଆଇପିଏଲରେ ୫ ଟି ଶତକ ଓ ୩୮ ଟି ଅଧଶତକ ମାରିଛନ୍ତି।
ଆରସିବିକୁ ମିଳିଲା ଚତ୍ରୁର୍ଥ ବିଜୟ:-
ଆଇପିଏଲ ୧୩ ରେ ଆରସିବି ନିଜ ସୁନ୍ଦର ପ୍ରଦର୍ଶନ ଜାରୀରଖିଛି।ଆରସିବି ସିଏସକେ କୁ ୩୭ ରନରେ ହରାଇ ଆଇପିଏଲ ୧୩ରେ ଏବେ ପର୍ଯ୍ୟନ୍ତ ୬ ଟି ମ୍ୟାଚ ଖେଳି ୪ଟି ବିଜୟ ହାସଲ କରିଛି।କୋହଲିଙ୍କ ୯୦ ରନର ପାରି ଦ୍ଵାରା ଆରସିବି ସିଏସକେ ସାମ୍ନାରେ ୨୦ ଓଭରରେ ୧୭୦ ରନର ଲକ୍ଷ ରଖିଥିଲା କିନ୍ତୁ ସିଏସକେ ଟିମ ୨୦ ଓଭରରେ ୮ ଟି ୱିକେଟ ହରାଇ କେବଳ ୧୩୨ରନ ହିଁ କରିପାରିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।