ଶାରଜାହା: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୧୩ତମ ସଂସ୍କରଣର ୩୧ ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜରସ ବାଙ୍ଗାଲୋର (ଆରସିବି) ର ମିଷ୍ଟ୍ରି ସ୍ପିନର ୟୁଜବେନ୍ଦ୍ର ଚହଲ ଏକ ଖାସ ରେକର୍ଡ ତାଲିକାରେ ନିଜ ନାମ ଲେଖେଇଦେଲେ। ସେ ଟି ୨୦ ମ୍ୟାଚ କ୍ରିକେଟରେ ୨୦୦ ୱିକେଟ ନେବାର ୫ତମ ଭାରତୀୟ ବୋଲର ହେଲେ। ସେ କିଙ୍ଗସ ଇଲେଭେନ ପଞ୍ଜାବ (କେଏକ୍ସଆଇପି) ର ବିରୁଦ୍ଧରେ ଏହି ମ୍ୟାଚରେ ମୟଙ୍କ ଅଗ୍ରୱାଲ (୪୫) ଙ୍କୁ ଆଉଟ କରିବା ପରେ ଏହି ରେକର୍ଡ କରିଥିଲେ। କହିଦେଉଛୁ କି କିଙ୍ଗସ ଏଲେଭେନ ପଞ୍ଜାବକୁ ଦ୍ରୁତ ଆରମ୍ଭ ଦେବା ମୟଙ୍କ ଅଗ୍ରୱାଲଙ୍କୁ ୟୁଜବେନ୍ଦ୍ର ଚହଲ ବୋଲଡ଼ କରିଥିଲେ।

ଚାହଲ ୨୦୦ ୱିକେଟ ନେବାର ହେଲେ ୫ତମ ଭାରତୀୟ:
ବାସ୍ତବରେ,ଚହଲ ଟିମ ପାଇଁ ୭ ତମ ଓଭର ନେଇ ଆସିଥିଲେ। ଏହି ଓଭରର ଶେଷ ବଲରେ ସେ ମୟଙ୍କ ଅଗ୍ରୱାଲଙ୍କୁ କ୍ଲିନ ବୋଲଡ଼ କରିଦେଇଥିଲେ। ମୟଙ୍କ ୨୫ ଟି ବଲରେ ୪୫ ରନ କରିଥିଲେ। ଏହା ଚହଲଙ୍କ ୨୦୦ ତମ ଇଉକେଟ ଥିଲା। ସେ ୨୦୦ ବା ତାଠାରୁ ଅଧିକ ଇଉକେଟ ନେବାରେ ୫ମ ଭାରତୀୟ ହୋଇଗଲେ। ଏହି ଫର୍ମାଟରେ ପୀୟୂଷ ଚାୱାଲା (୨୫୭), ଏହାପରେ ଅମିତ ମିଶ୍ର(୨୫୬) ଏହାପରେ ଆର ଅଶ୍ୱିନ (୨୪୨) ଓ ହରଭଜନ ସିଂ (୨୩୫)ଅଛନ୍ତି ।
ଚାହଲ ରୋମାନଚକ ମ୍ୟାଚ କରିଥିଲେ:
ମ୍ୟାଚ କଥା କହିବାକୁ ଗଲେ ଅଧିନାୟକ କେ ଏଲ ରାହୁଲ (ଅପରାଜିତ୬୧) ଓ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ମ୍ୟାଚ ଖେଳୁଥିବା କ୍ରିଷ ଗେଲ (୫୩) ଦୁହେଁ ଦ୍ୱିତୀୟ ଇଉକେଟ ପାଇଁ ୯୩ ରନ ସଂଗ୍ରହ କରିଥିଲେ। ଶେଷରେ କିଙ୍ଗସ ଏକାଦଶ ପଞ୍ଜାବ ଆରସିବି ବିରୁଦ୍ଧରେ ୮ ୱିକେଟରେ ବିଜୟ ଲାଭ କଲା। ମ୍ୟାଚର ଶେଷ ଓଭରରେ ଜିତିବା ପାଇଁ ମାତ୍ର ୨ ରନର ଆବଶ୍ୟକତା ଥିଲା।ହେଲେ ଚହଲ ପ୍ରଥମ ୫ ଟି ବଲରେ କେବଳ ୧ ରନ ଦେଇ ମ୍ୟାଚକୁ ରୋମାନଚକ କରିଦେଇଥିଲେ। ୫ତମ ବଲରେ କ୍ରିଷ ଗେଲ ଆଉଟ ହୋଇଥିଲେ କିନ୍ତୁ ଶେଷ ବଲରେ ଛକା ମାରି ନିକୋଲସ ପୂରଣ ନିଜ ଟିମ ପାଇଁ ଦ୍ୱିତୀୟ ବିଜୟ ଆଣିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।