ଆଇପିଏଲ୍ ୨୦୨୧: ଚେନ୍ନାଇ ସୁପର କିଙ୍ଗ୍ସ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ ୨୦୨୧) ନିଲାମ ପୂର୍ବରୁ ୬ ଜଣ ଖେଳାଳିଙ୍କୁ କରିଛି ମୁକ୍ତ । କେଦାର ଯାଦବ, ମୁରଲୀ ବିଜୟ, ପୀୟୁଷ ଚାୱଲା ଏବଂ ହରଭଜନ ସିଂଙ୍କ ଭଳି ଭେଟେରାନ ଖେଳାଳି ମୁକ୍ତ କରିଛି କରିଛି ।

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ 2021) ନିଲାମ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ଦଳରେ ରଖିଥିବା ଏବଂ ମୁକ୍ତ ଖେଳାଳିଙ୍କ ତାଲିକା ପ୍ରକାଶ କରିଛି । CSK କେଦାର ଯାଦବ, ପୀୟୁଷ ଚାୱଲା, ମୋନୁ ସିଂ, ମୁରଲୀ ବିଜୟ, ହରଭଜନ ସିଂ ଏବଂ ସେନ ୱାଟସନଙ୍କୁ ମୁକ୍ତ କରିଛି । ପୀୟୁଷ ଚାୱଲା କେବଳ IPL ୨୦୨୦ ରେ CSK ସହିତ ଜଡିତ ଥିଲେ ।
ପୀୟୁଷ ଚାୱଲା କୋଲକାତା ନାଇଟ୍ ରାଇଡର୍ସଙ୍କୁ ଆଇପିଏଲ୍ ୨୦୨୦ ନିଲାମରେ ଛାଡି ଚେନ୍ନାଇ ସୁପର କିଙ୍ଗ୍ସ ସହିତ ଜଡିତ ଥିଲେ । CSK ଭେଟେରାନ ସ୍ପିନର ପୀୟୁଷ ଚାୱଲାଙ୍କୁ ୬.୭୫ କୋଟିରେ କିଣିଥିଲା । ଗତ ବର୍ଷର ନିଲାମରେ ସେ ସବୁଠାରୁ ଦାମୀ ଭାରତୀୟ ଖେଳାଳି ଥିଲେ । ୟୁଏଇରେ ଖେଳାଯାଇଥିବା ଆଇପିଏଲର ୧୩ ତମ ସିଜନରେ ଚାୱଲା ୯.୦୯ ରନ ରେଟ ସହିତ ୭ ଟି ମ୍ୟାଚରେ ୬ ୱିକେଟ୍ ନେଇଥିଲେ । ଆଇପିଏଲରେ ଏପର୍ଯ୍ୟନ୍ତ ୧୬୪ ଟି ମ୍ୟାଚରେ ପୀୟୁଷ ଚାୱଲା ୧୫୬ ୱିକେଟ୍ ନେଇଛନ୍ତି ।
Thank you for all the #Yellove outings, Bhajju pa! Keep spreading the Pulamai, everywhere you go! #WhistlePodu ??@harbhajan_singh pic.twitter.com/J4xu8dnVZ8
— Chennai Super Kings (@ChennaiIPL) January 20, 2021
ଚେନ୍ନାଇ ସୁପର କିଙ୍ଗ୍ସ କୌଣସି ବିଦେଶୀ ଖେଳାଳିଙ୍କୁ ମୁକ୍ତ କରିନାହାଁନ୍ତି । ତିନିଥର ଆଇପିଏଲ୍ ଚାମ୍ପିଅନ୍ ମହେନ୍ଦ୍ର ସିଂ ଧୋନିଙ୍କ ଦ୍ୱାରା ଅଧିନାୟକ ହୋଇଥିବା CSK ଗତ ସିଜନରେ ଆଇପିଏଲରେ ବହୁତ ଖରାପ ଥିଲା । ୟୁଏଇରେ ଖେଳାଯାଇଥିବା ଆଇପିଏଲର ୧୩ ତମ ସିଜନରେ CSK ର ପ୍ରଦର୍ଶନ ବହୁତ ଖରାପ ଥିଲା । ଦଳ ପଏଣ୍ଟ ଟେବୁଲରେ ସପ୍ତମ ସ୍ଥାନ ହାସଲ କରିଥିଲା ।
All the #Yellove, @JadhavKedar for etching a sweet victory on the dream comeback and the super memories! #WhistlePodu ?? pic.twitter.com/REBUNC9LJ8
— Chennai Super Kings (@ChennaiIPL) January 20, 2021
ଆଇପିଏଲ୍ ଇତିହାସରେ ଏହା ଥିଲା ପ୍ରଥମ ଥର, ଯାହାକି CSK ପ୍ଲେ ଅଫ୍ କ୍ୟାଲିଫାଏ କରିପାରିଲା ନାହିଁ । ଗତ ସିଜିନରେ ଖରାପ ପ୍ରଦର୍ଶନ ପାଇଁ CSK ବର୍ତ୍ତମାନ ଆଇପିଏଲ୍ ୨୦୨୧ ପାଇଁ ଦଳର ପୁନଃ ନିର୍ମାଣ ଏବଂ ଟାଇଟଲ୍ ଜିତିବାକୁ ନଜର ରଖିଛି ।
ଚେନ୍ନାଇ ସୁପର କିଙ୍ଗ୍ସ ଏହି ଖେଳାଳୀଙ୍କୁ ବଜାୟ ରଖିଛି:
ମହେନ୍ଦ୍ର ସିଂ ଧୋନି, ରୁତୁରାଜ ଗାଇକୱାଡ, ସୁରେଶ ରାଇନା, ସାମ କରଣ, ଜୋଶ ହାଜଲେଉଡ, ଇମ୍ରାନ ତାହିର, ଫାଫ ଡୁପ୍ଲେସି, ଡୱେନ ବ୍ରାଭୋ, ଶାର୍ଦ୍ଦୁଲ ଠାକୁର, ଦୀପକ ଚହର, କରନ ଶର୍ମା, ଅମ୍ବାତି ରାୟୁଡୁ, ମିଚେଲ ସାଣ୍ଟନର୍, ରବିନ୍ଦ୍ର ଜାଡେଜା, ନାରାୟଣ ଜାଗଦୀଶନ୍, ଏଙ୍ଗିଡି, ସାଇ କିଶୋର ।

ଚେନ୍ନାଇ ସୁପର କିଙ୍ଗ୍ସ ଏହି ଖେଳାଳିମାନଙ୍କୁ ମୁକ୍ତ କରିଛି:
କେଦାର ଯାଦବ, ପୀୟୁଷ ଚାୱଲା, ମୋନୁ ସିଂ, ମୁରଲୀ ବିଜୟ, ହରଭଜନ ସିଂ, ସେନ ୱାଟସନ ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।