ଆଇପିଏଲର ୧୪ ତମ ସଂସ୍କରଣ ଭାରତରେ ଆୟୋଜନ ହେବାର ସମ୍ଭାବନା ଅଛି କିନ୍ତୁ ଅଳ୍ପ ଦିନ ହେବ କରୋନାର ମାମଲା ବଢିବା କାରଣରୁ ବର୍ତ୍ତମାନ ବିସିସିଆଇର ଚିନ୍ତା ବଢିଯାଇଛି। ଏହା ପୂର୍ବରୁ ଚର୍ଚା ଥିଲା କି ମୁମ୍ବାଇରେ ୱାଖଡେ ,ବ୍ରେବୋନ, ଡ଼ିବାଇ ପାଟିଲ ଓ ରିଲିୟାନ୍ସ ଷ୍ଟାଡିୟମରେ ହେବାର କାରଣ ସେଠାକାର ଜୈବ ସୁରକ୍ଷିତ ବାତାବରଣ ପ୍ରସ୍ତୁତ କରି ଆଠ ସପ୍ତାହ ପର୍ଯ୍ୟନ୍ତ ଚାଲିବା ଟୁର୍ଣ୍ଣାମେଣ୍ଟ କରିବା ସଠିକ ହେବ କିନ୍ତୁ ମହାରାଷ୍ଟ୍ରରେ କୋଭିଡ଼-୧୯ ମାମଲା ବଢିବା କାରଣରୁ ଏବେ ସ୍ଥିତି ଗମ୍ଭୀର ହୋଇଯାଇଛି। ରାଜ୍ୟରେ ମାମଲା ବଢିବା କାରଣରୁ ଏବେ ବିସିସିଆଇ ପ୍ଲାନ ବି କୁ ତୟାରୀ କରିବା ଚେଷ୍ଟା କରିଦେଇଛି।

ସ୍ପୋର୍ଟସ ଟୁଡେର ଏକ ରିପୋର୍ଟ ଅନୁସାରେ ବିସିସିଆଇ ଆଗାମୀ ଆଇପିଏଲ ପାଇଁ ଚାରିପାଞ୍ଚଟି ସହର ପାଇଁ ବିଚାର କରିଛି। କାରଣ ମୁମ୍ୱାଇର ଆଖପାଖରେ କୋଭିଡ଼ି-୧୯ ମାମଲା ବଢିବା କାରଣରୁ ଗୋଟେ ସହରକୁ ବାଛିବା ସମ୍ଭବ ନୁହେଁ। ସେଥିପାଇଁ ହାଇଦ୍ରାବାଦ, ବାଙ୍ଗାଲୋର, ଚେନ୍ନାଇ କୋଲକତା ଭଳି ସହର ମ୍ୟାଚ ପାଇଁ ପ୍ରସ୍ତୁତ ଅଛନ୍ତି।ବିସିସିଆଇର ଏକ ବରିଷ୍ଟ ଅଧିକାରୀ ଗୋପନୀୟ ସହ ପିଟିଆଇକୁ କହିଛନ୍ତି ,”ଆଇପିଏଲ ଆରମ୍ଭ ହେବାରେ ଏବେ ଆଉ ଏକ ମାସ ବାକି ଅଛି କିନ୍ତୁ ନିଶ୍ଚିନ୍ତ ରୂପରେ କିଛି ଫଇସଲା କରିବା ବାକି ଅଛି। ଗୋଟେ ସହର ମୁମ୍ବାଇରେ ଆୟୋଜନ କରିବା ବିପଦପୁର୍ଣ ହେବ କାରଣ ସେଠାରେ ଏବେ ମାମଲା ବଢୁଛି। ଅହମ୍ମଦାବାଦରେ ସେମିଫାଇନାଲ ଓ ଫାଇନାଲ ହେବାର ପୁରା ସମ୍ଭାବନା ଅଛି”। ଆଇପିଏଲ ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଆରମ୍ଭ ହେବାକୁ ଯାଉଛି ପୂର୍ବ ବର୍ଷ ଏହାର ଆୟୋଜନ ୟୁଏଇରେ ହୋଇଥିଲା।

ଏହା ଛଡା ନିର୍ବାଚନ ଆୟୋଗ ଏକ ଦିନ ପୂର୍ବରୁ ୫ ରାଜ୍ୟରେ ନିର୍ବାଚନର ନିର୍ଣ୍ଣୟ କରିଛନ୍ତି। ପଶ୍ଚିମବଙ୍ଗରେ ୮ ଟି ଚରଣରେ ୨୭ ମାର୍ଚ୍ଚରୁ ୨୯ ଏପ୍ରିଲ ମଧ୍ୟରେ ଭୋଟ ହେବ। ସେହିପରି ତାମିଲନାଡୁରେ ୨ ଏପ୍ରିଲକୁ ଏକ ଚରଣରେ ଭୋଟ ହେବ। ଭୋଟ ତାରିଖରେ ଏହି ସବୁ ରାଜ୍ୟରେ ଆଇପିଏଲର ଆୟୋଜନ କରାଯାଇପାରିବ ନାହିଁ। ସେଥିପାଇଁ ବିସିସିଆଇ ଆଇପିଏଲ ସିଡ୍ୟୁଲ ପ୍ରସ୍ତୁତ କଲାବେଳେ ଏହାର ଧ୍ୟାନ ରଖିବ କି ତାରିଖ ଯେପରି ସମାନ ନହେବ। ଏହି କଥାର ଧ୍ୟାନ ରଖି ବିସିସିଆଇ ଆଇପିଏଲର ଲିଗ ମ୍ୟାଚ ବିଭିନ୍ନ ସହରରେ ଆୟୋଜନ କରିପାରେ।ଆଇପିଏଲ ଗର୍ଭରନିଙ୍ଗ କାଉନ୍ସିଲର ବୈଠକ ୮ ମାର୍ଚ୍ଚକୁ ହେବାର ସମ୍ଭାବନା ଅଛି। ଏହି ବୈଠକରେ ଆଇପିଏଲ ୨୦୨୧ ର କାଯ୍ୟକ୍ରମର ଶେଷ ଫଇସଲା ଦିଆଯିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।