ମୁମ୍ବାଇ ଇଣ୍ଡିଆନ୍ସ ଦଳ ହେଉଛି ଆଇପିଏଲର ସବୁଠାରୁ ସଫଳ ଦଳ । ବର୍ତ୍ତମାନ ନିଲାମରୁ ସେ ଚାରିଜଣ ବିଦେଶୀ ଖେଳାଳି ଆବଶ୍ୟକ କରୁଛନ୍ତି ।

ଆଇପିଏଲର ସବୁଠାରୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଏହାର ବହୁ ଅଭିଜ୍ଞ ଖେଳାଳି ଲାସିଥ ମାଲିଙ୍ଗାଙ୍କୁ ମୁକ୍ତ କରିଛି । ମାଲିଙ୍ଗା ସମେତ ମୁମ୍ବାଇ ନିଲାମ ପୂର୍ବରୁ ଜେମ୍ସ ପାଟିନ୍ସନ୍, ନାଥାନ୍ କୁଲଟର ଲାଇନ ଏବଂ ମିଚେଲ ମ୍ୟାକଲାଗାନଙ୍କ ସମେତ ୭ ଖେଳାଳିଙ୍କୁ ମୁକ୍ତ କରିଛି । ଏଥି ସହିତ ମୁମ୍ବାଇ ଏହାର ଚମ୍ପିଆନ୍ସ ବଜାୟ ରଖିଛି । ଯେଉଁଥିରେ ୪ ଟି ବିଦେଶୀ ଖେଳାଳି ଅଛନ୍ତି । ମୁମ୍ବାଇରେ ୧୫.୩୫ କୋଟି ଟଙ୍କା ରହିଛି ଏବଂ ବର୍ତ୍ତମାନ ସେମାନଙ୍କୁ ନିଲାମରୁ ଚାରିଜଣ ବିଦେଶୀ ଖେଳାଳି ଆବଶ୍ୟକ କରୁଛନ୍ତି । ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ପାଞ୍ଚ ଥର ଆଇପିଏଲ ଟାଇଟଲ ଜିତିଛି ଏବଂ ଦଳକୁ ଅଧିକ ପରିବର୍ତ୍ତନ କରିବାକୁ ଚାହୁଁନାହିଁ ।
ଯେଉଁଠାରେ ରାଜସ୍ଥାନ ରୟାଲ୍ସ ଏବଂ କିଙ୍ଗସ ଏକାଦଶ ପଞ୍ଜାବ ଭଳି ଦଳ ବଡ଼ ପରିବର୍ତ୍ତନ କରିଛନ୍ତି । ତାଙ୍କ ତୁଳନାରେ ମୁମ୍ବାଇରେ ବହୁତ କମ୍ ପରିବର୍ତ୍ତନ ଆସିବ । ରାଜସ୍ଥାନ ମଧ୍ୟ ଆଇପିଏଲର ୧୪ ତମ ସିଜନରେ ଏକ ନୂଆ ଆରମ୍ଭ କରିବା ପାଇଁ ଦଳର ଅଧିନାୟକଙ୍କୁ ଦଳରୁ ହଟାଇ ଦେଇଛି । ଷ୍ଟିଭ୍ ସ୍ମିଥ୍ ରିଲିଜ୍ ହେବା ପରେ ରାଜସ୍ଥାନ ଦଳ ସଞ୍ଜୁ ସାମସନ୍ଙ୍କୁ
ଅଧିନାୟକ ପଦ ଦେଇ ଦେଇଛି । ମୁମ୍ବାଇ ଇଣ୍ଡିଆନ୍ସ ମୁକ୍ତ କରିଥିବା ସମସ୍ତ ଖେଳାଳିଙ୍କୁ ଧନ୍ୟବାଦ ଦେଇ କହିଛନ୍ତି ଯେ ମୁମ୍ବାଇ ଇଣ୍ଡିଆନ୍ସ ପରିବାରରେ ଆପଣଙ୍କ ପାଇଁ ସବୁବେଳେ ଏକ ସ୍ୱତନ୍ତ୍ର ସ୍ଥାନ ରହିବ ।
🚨 Your 1️⃣8️⃣ retained Champions for #IPL2021 🥁💙#OneFamily #MumbaiIndians pic.twitter.com/yFjNmZZu9e
— Mumbai Indians (@mipaltan) January 20, 2021
ମୁମ୍ବାଇରେ ରହିଥିବା ଏବଂ ବାହାର ହୋଇଥିବା ଖେଳାଳିଙ୍କ ତାଲିକା:
ରହିଥିବା ଖେଳାଳି:
ରୋହିତ ଶର୍ମା, ଜସପ୍ରୀତ ବୁମ୍ରା, ହାର୍ଦ୍ଦିକ ପାଣ୍ଡ୍ୟା, କାଇରାନ୍ ପୋଲାର୍ଡ, ସୂର୍ଯ୍ୟକୁମାର ଯାଦବ, କ୍ରୁନାଲ ପାଣ୍ଡ୍ୟା, କ୍ୱିଣ୍ଟନ୍ ଡେକକ୍, ଟ୍ରେଣ୍ଟ ବୋଲ୍ଟ, ଇଶାନ କିଶାନ, ରାହୁଲ ଚହର, ସୌରଭ ତିୱାରୀ, ଧାୱାଲ କୁଲକର୍ଣ୍ଣି, ଆଦିତ୍ୟ ତରେ, ଜୟନ୍ତ ଯାଦବ, ଅନମୋଲପ୍ରୀତ ସିଂ ଏବଂ ମୋହସିନ୍ ଖାନ୍

ବାହାର ହେଇଥିଇବା ଖେଳାଳୀ:
ଲସିତ ମାଲିଙ୍ଗା, ନାଥାନ୍ କୁଲଟର ନାଇଲ୍, ମିଚେଲ ମ୍ୟାକଲାଗାନ୍, ରୁଥରଫୋର୍ଡ, ଜେମ୍ସ ପାଟିନ୍ସନ୍, ଦିଗବିଜୟ, ପ୍ରିନ୍ସ ବଲୱାଣ୍ଟ
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।