ଆଇପିଏଲ (୨୦୨୦) ର ୧୩ ତମ ବର୍ଷ ଏବେ ନିଜର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ବିଶ୍ୱସ୍ତରୀୟ ଟି-୨୦ କ୍ରିକେଟ ଲିଗରେ ଆଉ ମାତ୍ର ୨ ଟି ମ୍ୟାଚ ବାକି ଅଛି। ଏହି ବର୍ଷ ଆଇପିଏଲ କୋଭିଡ଼ି -୧୯ ଯୋଗୁ ନିର୍ଦ୍ଧାରିତ ସମୟ ରୁ ୬ ମାସ ଡେରିରେ ଆରମ୍ଭ ହେଲା କିନ୍ତୁ ଏହି ଟି-୨୦ କ୍ରିକେଟ ଲିଗର ଆଗାମୀ ବର୍ଷ ନଜର ନିର୍ଦ୍ଧାରିତ ସମୟରେ ହିଁ ଆରମ୍ଭ ହେବ। ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏହାକୁ ସ୍ପଷ୍ଟ କରିଛନ୍ତି।

ଏଥର କୋଭିଡ଼-୧୯ ବିଶ୍ୱ ମହାମାରି ପାଇଁ ଏହି ଆଇପିଏଲ ଭାରତରେ ନ ହୋଇ ୟୁଏଇରେ ଅନୁଷ୍ଠିତ ହେଲା। ଯେଉଁଠି ବାୟୁ ସିକ୍ୟୁର ବବଲରେ ରହି ଖେଳାଳୀ ମାନେ ଖେଳିଲେ।କରୋନା ମହାମାରି ଭିତରେ ଏହି ଲିଗକୁ ସଫଳ ଆୟୋଜନ ପରେ ଆଗାମୀ ବର୍ଷ ୨୦୨୧ର ଚର୍ଚ୍ଚା ମଧ୍ୟ ଆରମ୍ଭ ହେଲାଣି।
ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସଫା ସଫା କହିଛନ୍ତି କି ଆଇପିଏଲର ଆଗାମୀ ବର୍ଷର ମ୍ୟାଚ ନିଜ ସ୍ୱାଭାବିକ ସମୟରେ ଆଗାମୀ ବର୍ଷ ଏପ୍ରିଲ ଓ ମେ ରେ ଅନୁଷ୍ଠିତ ହେବ।
ଏହା ସହିତ ପୂର୍ବ ଭାରତୀୟ ଅଧିନାୟକ ବି ଏହା କହିଛନ୍ତି କି ଆଗାମୀ ବର୍ଷ ଆଇପିଏଲ ବିଦେଶରେ ନହୋଇ ଭାରତରେ ହିଁ ହେବ। ଗାଙ୍ଗୁଲି ଇଣ୍ଡିଆ ଟୁଡେ ସହିତ କଥାବାର୍ତ୍ତା ସମୟରେ ଏହି କଥା କହିଛନ୍ତି।ସେ ଆଇପିଏଲର ଆଗାମୀ ବର୍ଷ ଉପରେ ପଚରା ଯାଇଥିବା ପ୍ରଶ୍ନ ଉପରେ କହିଲେ କି,”ହଁ ବିଲକୁଲ ଏପ୍ରିଲ ଓ ମେ ରେ ଆମପାଖରେ ଆଉ ଏକ ଆଇପିଏଲ ସିଜନ ହେବ”।
ଏହା ସହିତ ସେ ଏହା ମଧ୍ୟ ପ୍ରକାଶ କରିଛନ୍ତି କି ଭାରତୀୟ କ୍ରିକେଟର ଆଗାମୀ ବର୍ଷରେ ଆଇପିଏଲ ସହିତ ଘରୋଇ ମ୍ୟାଚ ମାନ ମଧ୍ୟ ସାମିଲ ହେବ। ସେ ସବୁ ବାୟୋ ସିକ୍ୟୁର ବବଲ ରେ ରହି ଭାରତରେ ଅନୁଷ୍ଠିତ ହେବ।

ସେ କହିଛନ୍ତି,”ଆଗାମୀ ବର୍ଷ ଇଂଲଣ୍ଡ ଟିମ ମଧ୍ୟ ଭାରତରେ ଖେଳିବାକୁ ଆସିବ। ଏହି ସିରିଜ ବାୟୋ ବବଲ ସିକ୍ୟୁରରେ ରହି ଖେଳାଯିବ। ଏହା ଛଡା ରଣଜୀ ଟ୍ରଫି ମ୍ୟାଚ ମଧ୍ୟ ବାୟୋ ବବଲରେ ହେବ ଓ ଆଗାମୀ ଆଇପିଏଲ ମଧ୍ୟ ଆମେ ଭାରତରେ ଆୟୋଜନ କରିବୁ। ୟୁଏଇରେ ଆଇପିଏଲ କେବଳ ଏହି ବର୍ଷ ପାଇଁ ହିଁ ଥିଲା”।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।