ଆଇପିଏଲ ୨୦୨୦ରେ ମୁମ୍ବାଇ ଇଣ୍ଡିଆନ୍ସ ପୁଣି ଚମ୍ପିଆନ୍ସ ହୋଇଥିଲା । ସେ ୫ମ ଥର ପାଇଁ ନିଜ ନାମରେ ଟାଇଟଲ କରିଛି । ଦିଲ୍ଲୀ କ୍ୟାପିଟାଲ୍ସକୁ ଫାଇନାଲରେ ହରାଇ କରିଛି ରେକର୍ଡ । ରୋହିତ ଶର୍ମାଙ୍କ ଦଳ ବ୍ୟାଟିଂ, ବୋଲିଂ ଓ ଫିଲଡିଙ୍ଗ ମାଧମରେ ପ୍ରମାଣିତ କରିଦେଲେଯେ ଆଇପିଏଲରେ ସବୁଠୁ ବେଷ୍ଟ ଦଳ କିଏ ।
ଅନ୍ୟପକ୍ଷରେ ଚେନ୍ନାଇ ସୁପର କିଙ୍ଗସ ଓ ଆରସିବି ପାଇଁ ଥିଲା ଖରାପ ସମୟ । ବିରାଟଙ୍କ ଦଳ ପ୍ଲେଅଫରେ ପହଞ୍ଚିଲା କିନ୍ତୁ ଆଇପିଏଲ ଟାଇଟଲ ଜିତିପାରିଲା ନାହିଁ । ପ୍ରଥମଥର ପାଇଁ ଚେନ୍ନାଇ ପଏଣ୍ଟ ଟେବୁଲରେ ୭ମ ସ୍ଥାନରେ ଶେଷ କରିଥିଲା ଓ ପ୍ଲେଅଫରେ ପହଞ୍ଚିବାରେ ବିଫଳ ହୋଇଥିଲା ।

ନିଲାମର ପ୍ରସ୍ତୁତି:
ଆଇପିଏଲ ୨୦୨୧ ରେ ପ୍ରଥମେ ବଡ ଧରଣର ଖେଳାଳିମାନଙ୍କୁ ନିଲାମି କରାଯିବ । ଟୁର୍ଣ୍ଣାମେଣ୍ଟର ୧୪ତମ ସିଜିନ ଆଗାମୀ ବର୍ଷ ଏପ୍ରିଲ-ମେ ରେ ଆୟୋଜିତ କରାଯିବ । ବିସିସିଆଇକୁ ଡିସେମ୍ବର ମାସ ସୁଦ୍ଧା ନିଷ୍ପତ୍ତି ନେବାର ଅଛିକି ଫାଇନାଲ ମେଗା ଅକ୍ସନ ହେବ ନା ୨୦୨୨ ପର୍ଯ୍ଯନ୍ତ ସେହିଭଳି ଭାବରେ ଖେଳାଳିମାନେ ଧାର୍ଯ୍ୟ ଦଳରେ ରହିବେ ।
ନୂଆ ଟିମର ପ୍ରବେଶ ହୋଇପାରେ:
ସୂତ୍ରରୁ ଖବର ଏହା ମଧ୍ୟ ଅଛିକି ଆଗାମୀ ବର୍ଷ ଆଇପିଏଲରେ ୯ମ ଦଳ ସାମିଲ କରାଯିବ । ଯଦି ଏହିପରି ଭାବରେ ସ୍ଥିତି ରୁହେ ତେବେ ଖେଳାଳିଙ୍କୁ ନିଲାମି ଲିଷ୍ଟରେ ରଖାଯିବ ଓ ନୂଆ ଦଳରେ ସାମିଲ କରାଯାଇପାରେ । ଅନ୍ୟ ପକ୍ଷରେ ଫ୍ରାନଚାଇଜକୁ ଦଳ କମ୍ବିନେସନକୁ ପରିବର୍ତ୍ତନ କରିବାର ସୁଯୋଗ ମିଳିବ । ହେଲେ ଏପର୍ଯ୍ୟନ୍ତ ଜଣା ପଡିନି କେଉଁ ଦଳ ନୂଆ ଦଳ ଭାବରେ ଆସିବ ।

ବିଫଳ ଖେଳାଳିଙ୍କର କଣ ହେବ?
୨୦୨୧ ରେ ଚେନ୍ନାଇ, ବାଙ୍ଗଲୋର ଓ ମୁମ୍ବାଇ ଫ୍ରାନଚାଇଜ କିଛି ଖେଳାଳିଙ୍କୁ ରିଲିଜ କରିପାରନ୍ତି । ଯେଉଁମାନଙ୍କର ପ୍ରଦର୍ଶନ ଗତକିଛି ସମୟରେ ଠିକଠାକ ନାହିଁ । ଆସନ୍ତୁ ନଜର ପକାଇବା ସେହି ଖେଳାଳିଙ୍କ ଉପରେ ଯେଉଁ ମାନଙ୍କର ନାମ ଦଳରୁ କଟିପାରେ ।
ଆରସିବି:
ଆଇପିଏଲ ୨୦୨୦ ରେ ଆରସିବିର ଆରମ୍ଭ ବହୁତ ଭଲ ଥିଲା, କିନ୍ତୁ ଶେଷରେ ଦଳ ଖାସ ଖେଳି ନଥିଲା । ପୁଣିଥରେ ଦଳରେ ବୋଲରଙ୍କ ସମସ୍ୟା ଦେଖାଗଲା । ଦଳରେ ଡେଲ ଷ୍ଟେନ, ମୋଇନ ଅଲ୍ଲୀ ଓ ଉମେଶ ଯାଦବଙ୍କୁ ୨୦୨୧ ପାଇଁ ରିଲିଜ କରିପାରେ କାରଣ ଏହି ସମସ୍ତଙ୍କର ଇକୋନୋମି ରେଟ ବହୁତ ଖରାପ ଅଟେ ।
ମୁମ୍ବାଇ ଇଣ୍ଡିଆନ୍ସ:
ମୁମ୍ବାଇ ଇଣ୍ଡିଆନ୍ସ ୫ଥର ଆଇପିଏଲର ଟାଇଟଲ ଜିତିଛି ଓ ବର୍ତ୍ତମାନର ଚମ୍ପିୟାନ ମଧ୍ୟ ରହିଛି । ଏମିତିରେ କଣ ଦଳକୁ ନିଜର କମ୍ବିନେସନକୁ ନେଇ ଅଦଳବଦଳ କରିବା ଉଚିତ କି? ଆଶା ଅଛିକି ଫ୍ରାନଚାଇଜ ନିଜର ଅଧିକାଂଶ ଖେଳାଳିଙ୍କୁ ରିଟେନ କରିବ । ଶେର୍ଫେନ୍ ରାଉଟରଫୋର୍ଡ ଏବଂ ମିଚେଲ ମ୍ୟାକଲେନାଗାନ୍ ଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ରିଲିଜ କରାଯାଇପାରେ । କାରଣ ସେମାନେ ୨୦୨୦ ରେ ଗୋଟିଏ ହେଲେବି ମ୍ୟାଚ ଖେଳିନାହାନ୍ତି ।

ଚେନ୍ନାଇ ସୁପର କିଙ୍ଗସ:
ଆଇପିଏଲ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗସ ବହୁତ ଖରାପ ଖେଳ ପ୍ରଦର୍ଶନ କରିଥିଲା । ଦଳ ପ୍ରଥମ ଥର ପାଇଁ ୭ତମ ସ୍ଥାନରେ ରହିଥିଲା । ଚେନ୍ନାଇ ସୁପର କିଙ୍ଗସ ୨୦୨୧ ପାଇଁ ଦଳରୁ କିଛି ଖେଳାଳିଙ୍କ ବାହାର କରିପାରେ । କେଦାର ଯାଦବ ଗତକିଛି ସମୟରୁ ବହୁତ ଖରାପ ପ୍ରଦର୍ଶନ ଦେଉଛନ୍ତି ଓ ସେ ବୋଲିଂରେ ମଧ୍ୟ ବିଫଳ ହେଉଛନ୍ତି । ଏମିତିରେ ଦେଖିବାକୁ ଗଲେ ସେ ଆଗାମୀ ବର୍ଷ ଅନ୍ୟ କୌଣସି ଦଳରେ ନିଶ୍ଚୟ ନଜର ଆସିବେ । ଏହା ବ୍ୟତୀତ ବ୍ରାଭୋ ଆଘାତ ଯୋଗୁଁ ବୋଧହୁଏ ଆଗାମୀ ବର୍ଷ ମଧ୍ୟ ଦଳରୁ ବାହାରେ ରହିପାରନ୍ତି । ଖବର ମୁତାବିକ ହରଭଜନ ସିଂ ଓ ସୁରେଶ ରାଇନା ହୁଏତ ଆଉ ହଳଦିଆ ଜର୍ସି ପିନ୍ଧିପାରିବେ ନାହିଁ, କାରଣ ଫ୍ରାନଚାଇଜ ତାଙ୍କର କଣ୍ଟ୍ରାକ୍ଟ ସାଇନ କରିବା ପାଇଁ କୌଣସି ବିଚାର କରୁନାହିଁ ବୋଲି ଜଣା ପଡିଛି ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।