ଆଇପିଏଲର ଆଗାମୀ ସିଜନରେ ୮ଟି ଟିମ ହିଁ ଖେଳିବ, ଜାଣନ୍ତୁ ବିସିସିଆଇ କଣ ପାଇଁ ଚେଞ୍ଚ କଲା ଫଇସଲା।

ଆଇପିଏଲ ୨୦୨୦ଶେଷ ଏହା କ୍ଷଣି ହିଁ ଏହା କୁହାଯାଉଥିଲାକି ଆଗାମୀ ସିଜନିରେ ଆଉ ଦୁଇଟି ନୂଆ ଟିମ ଖେଳିବ। ମିଡିଆ ରିପୋର୍ଟ ଅନୁସାରେ ଜଣାପଡିଥିଲାକି ଆଇପିଏଲ ୨୦୨୧ରେ ୧୦ ଟି ଟିମ ଅଂଶଗ୍ରହଣ କରିବ।କିନ୍ତୁ ଏବେ ଏପରି ହେବା ଦେଖାଯାଉନାହିଁ। ଖବର ଅନୁସାରେ ବିସିସିଆଇ ଆଇପିଏଲରେ ଦୁଇଟି ନୂଆ ଟିମକୁ ଖେଳାଇବା ନିଷ୍ପତିକୁ ଘୁଞ୍ଚାଇ ଦେଇଛି। ତେଣୁ ଆଇପିଏଲର ଆଗାମୀ ସିଜନି ରେ ୮ଟି ଟିମ ହିଁ ଖେଳିବ।
ଆଇପିଏଲ ୨୦୨୧ରେ ବି ୮ଟି ଟିମ ଖେଳିବ:
ଟାଇମ୍ସ ଅଫ ଇଣ୍ଡିଆର ଛପା ଯାଇଥିବା ରିପୋର୍ଟ ଅନୁସାରେ ଇଣ୍ଡିଆନ ପ୍ରିମୀୟର ଲିଗ ୨୦୨୧ରେ ବିସିସିଆଇ ୮ଟି ଟିମକୁ ହିଁ ଓହ୍ଲାଇବ। ଭାରତୀୟ କ୍ରିକେଟ ବୋର୍ଡ ଦୁଇଟି ନୂଆ ଟିମକୁ ଖେଳାଇବାର ନିଷ୍ପତି ବର୍ତ୍ତମାନ ପାଇଁ ଚେଞ୍ଜ କରିଦେଇଛନ୍ତି। ୨୪ ଡିସେମ୍ବରକୁ ବିସିସିଆଇର ବାର୍ଷିକ ବୈଠକ ଅଛି। ଯେଉଁଥିରେ କି ଏହାର ଘୋଷଣା ହୋଇପାରେ। କହିରଖିବୁ ଆଇପିଏଲରେ ଦୁଇଟି ନୂଆ ଟିମ ସାମିଲ ହେବା ଖବର ବିସିସିଆଇ ଦେଇନଥିଲା।

ଇନସାଇଡ଼ ସ୍ପୋର୍ଟସରେ ଛପାଯାଇଥିବା ଖବର ଅନୁସାରେ ବିସିସିଆଇର ଅଧିକାରୀ କହିଛନ୍ତି,”ଆଇପିଏଲ ୨୦୨୧ରେ ଦୁଇଟି ନୂଆ ଟିମକୁ ଖେଳାଇବା ପାଇଁ ସମୟ ବହୁତ କମ ଅଛି। ଖାସ କରି ନୂଆ ପ୍ଲେୟାର ଆକ୍ସନ ବି ହୋଇଥାଏ। ଏବେ କାମ ଅଧିକ ଅଛି ଓ ସମୟ କମ। ଯଦି ଆଇପିଏଲରେ ଦୁଇଟି ନୂଆ ଟିମ ଆସିବ ସେ ୨୦୨୨ରେ ହିଁ ସମ୍ଭବ ହୋଇପାରିବ।”
ଇନସାଇଡ଼ ସ୍ପୋର୍ଟସ ଅନୁସାରେ ଷ୍ଟାର ସ୍ପୋର୍ଟସ ସହିତ ବିସିସିଆଇର ଚୁକ୍ତି ୨୦୨୧ରେ ଶେଷ ହେଉଛି। ୨୦୨୨ରେ ନୂଆ ଟିମ ସହିତ ଆଇପିଏଲ ଆୟୋଜନ ହୋଇପାରେ ।କାରଣ ଯଦି ଆଇପିଏଲ ୧୦ ଟି ଟିମ ସହିତ ହେବ ଏହାର ମହତ୍ୱ ଆହୁରି ବଢିଯିବ। ୧୦ ଟିମ ମାନେ ପୁରା ୯୪ ମ୍ୟାଚରେ ସିଜନ। ସେଥିପାଇଁ ବର୍ତ୍ତମାନ ସମୟରେ ଏହା ସମ୍ଭବ ନୁହେଁ।

ଅଡାନି ଓ ଗୋୟନକାଙ୍କ ନଜର ଟିମ କିଣିବା ଉପରେ ଅଛି:
ରିପୋର୍ଟ ଅନୁସାରେ ଅଡାନି ଗ୍ରୁପ ଓ ସଞ୍ଜୀବ ଗୋୟନକା ଆଇପିଏଲର ୯ମ ଟିମକୁ କିଣିବାକୁ ଚାହୁଁଛନ୍ତି। ଅଡାନି ପୂର୍ବରୁ ବି ଆଇପିଏଲ ଟିମ କିଣିବା ନେଇ ମନ ବଳେଇଛନ୍ତି । ଅହମ୍ମଦାବାଦରେ ସବୁଠୁ ବଡ଼ କ୍ରିକେଟ ଷ୍ଟାଡିୟମ ହେବା ପରେ ତାଙ୍କର ଏହି ଇଚ୍ଛା ଆହୁରି ଗତିଶୀଳ ହେଉଥିବା ଦେଖାଯାଇଛି। ସେହିପରି ସଞ୍ଜୀବ ଗୋୟନକା ଯିଏକି ରାଇଜିଙ୍ଗ ପୁନେ ସୁପରଯାଏଣ୍ଟସର ମାଲିକ ରହିସାରିଛନ୍ତି ସେ ବି ନୂଆ ଟିମ ଆସିବା କ୍ଷଣି ତାକୁ କିଣିବାକୁ ଭାବିବେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।